କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ):ଛୋଟ ପିଲାଟି ଯେବେ ତାର ପ୍ରଥମ ଶିକ୍ଷା ଆରମ୍ଭ କରେ ତେବେ ପ୍ରଥମ ଶିକ୍ଷାଦାନ ର ବହି ଛବିଳ ମଧୁ ବର୍ଣ୍ଣବୋଧ ହୋଇଥାଏ l ଏହି ବହି ଚପଳମତି ପିଲା ଟିକୁ ପ୍ରାଥମିକ ଶିକ୍ଷା ଦେବା ରେ ସହାୟକ ହୋଇଥାଏ l ଆଜି ର ଶିକ୍ଷା ବ୍ୟବସ୍ଥା ରେ କୁନି କୁନି ପିଲା ମାନଙ୍କୁ ଏଲ କେ ଜି, ୟୁ କେ ଜି ଓ ଅନ୍ୟ ପ୍ରାଥମିକ ଶିକ୍ଷା ରେ ଏହି ବର୍ଣ୍ଣବୋଧ ର କିଛି ମୂଲ୍ୟ ନାହିଁ କାରଣ ଇଂରାଜି ଅବଧାନ ରେ ଏହା ନାହିଁ l ଏହି ପୁସ୍ତକ କୁ ବାଧ୍ୟତାମୂଳକ କଲେ ଶିକ୍ଷା ବିଭାଗ ରେ ପ୍ରାଥମିକ ସଂସ୍କାର ଆସିବ ବୋଲି ଗୁରୁଜନ ଙ୍କ ମତ l ଏହିପରି ସାମାଜିକ ବାର୍ତ୍ତା କୁ ପାରିପାଳନ କରିବାକୁ କେନ୍ଦ୍ରାପଡା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପ୍ରାରମ୍ଭ କରିଛନ୍ତି l କିପରି ଛବିଳ ମଧୁ ବର୍ଣ୍ଣବୋଧ ର ମୂଲ୍ୟବୋଧ ପିଲା ମାନଙ୍କୁ ଉତ୍ସାହ ପ୍ରଦାନ କରିବ ଟ୍ରଷ୍ଟ ପକ୍ଷରୁ ପ୍ରୟାସ ଜାରି ରହିଛି l ଆଜି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତା ପହଞ୍ଚିଥିଲେ ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ନିକଟ ମୁଣ୍ଡା ବସ୍ତି ରେ l ସେ ପରିବେଶ ର ପିଲାମାନେ ଗ୍ରାମ ସ୍କୁଲ ପଢିଥାନ୍ତି l ତାଙ୍କ ପିଲା ମାନଙ୍କ ସହ ଅଭିଭାବକ ଙ୍କୁ ବର୍ଣ୍ଣବୋଧଶିକ୍ଷା ବିଷୟ ରେ ଆଲୋଚନା ହୋଇଥିଲା l ଏହା ପରେ ପିଲା ମାନଙ୍କୁ ପାଠୋପକରଣ ସହ ଚକୋଲେଟ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା l ଆସିବା ସମୟ ରେ ପିଲାମାନଙ୍କ ଠାରୁ ଟ୍ରଷ୍ଟ ର କର୍ମକର୍ତା ବାର୍ତ୍ତା ନେଇଥିଲେ କି ଆମେ ବି ପଢ଼ିବୁ ସାଙ୍ଗ କୁ ପଢାଇବୁ l ଆଜି ର କାର୍ଯ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, କାଳନ୍ଦୀ ମଲ୍ଲିକ, ଦେବେନ୍ଦ୍ର ନାୟକ, ବାପି ଗୋଛାୟତ, ବରୋଦାକାନ୍ତ ବରାଳ ଓ ରାକେଶ କୁମାର ଉପସ୍ଥିତ ଥିଲେ l
ରାଜ୍ୟ
ବର୍ଣ୍ଣବୋଧ ଶିକ୍ଷା ର ପ୍ରସାର ପାଇଁ ପ୍ରୟାସ ଆରମ୍ଭ କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ।
- Hits: 4