କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ "ସେବାପର୍ବ- ୨୦୨୫" ଉପଲକ୍ଷେ ଏକ ଜିଲ୍ଲାସ୍ତରୀୟ ଏକ ଦିବସୀୟ କର୍ମଶାଳା ତଥା ଚିତ୍ରାଙ୍କନ ପ୍ରତିଯୋଗିତା ବୃତ୍ତିଗତ ଚିତ୍ରକର ମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ସଦର ମହକୁମାସ୍ଥିତ କେନ୍ଦ୍ରାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଅୟୋଜିତ ହୋଇଯାଇଛି । "ବିକଶିତ ଭାରତ- ୨୦୪୭" ଶୀର୍ଷକରେ ଅୟୋଜିତ ହୋଇଥିବା ଉକ୍ତ ପ୍ରତିଯୋଗିତାରେ ଚିତ୍ରକରମାନେ ରଙ୍ଗ ତୁଳୀ ମାଧ୍ୟମରେ ନିଜ ସୃଜନଶୀଳତା ଏବଂ ପ୍ରତିଭା ପ୍ରଦର୍ଶନ କରାଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାର ମାନ୍ୟଗଣ୍ୟ ଚିତ୍ରକର ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ରଘୁନାଥ ବେହେରା ବିଚାରକ ହିସାବରେ ଯୋଗଦାନ କରି କୃତି ପ୍ରତିଯୋଗୀଙ୍କୁ ଚୟନ କରିବା ସହିତ ଭବିଷ୍ୟତରେ କିପରି ନିଜର ସୃଜନଶୀଳତାକୁ ଆହୁରି ଦୃଢ କରିପାରିବେ ସେ ଉପରେ ବକ୍ତବ୍ୟ ରଖିଥିଲେ । ବୃତ୍ତିଗତ ଚିତ୍ରକର ବର୍ଗରେ ଶତାବ୍ଦୀ ରାଉତରାୟ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ପ୍ରଭଞ୍ଜନ ପଣ୍ଡା ଏବଂ ମହେଶ୍ୱର ଦାସ ଯଥାକ୍ରମେ ଦ୍ଵିତୀୟ ଏବଂ ତୃତୀୟ ସ୍ଥାନଅଧିକାରକରିଥିଲେ । ସୂଚନାଯୋଗ୍ୟ, ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଚିତ୍ରକରମାନଙ୍କର ଚିତ୍ର ଆସନ୍ତା ୨୮ ସେପ୍ଟେମ୍ବରରେ ଅୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ କର୍ମଶାଳାରେ ପ୍ରଦର୍ଶନ କରାଯିବ । ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉକ୍ତ ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ ।
ରାଜ୍ୟ
ସେବାପର୍ବ ୨୦୨୫ ଉପଲକ୍ଷେ ଜିଲ୍ଲାସ୍ତରୀୟ ଏକଦିବସୀୟ କର୍ମଶାଳା ତଥା ଚିତ୍ରାଙ୍କନ ପ୍ରତିଯୋଗିତା ।
- Hits: 4