ବାସୁଦେବପୁର - ଭଦ୍ରକ ଜିଲ୍ଲା ରେ ସାଗର ବନ୍ଧୁ ଟ୍ରଷ୍ଟ ପକ୍ଷରୁ ରାଷ୍ଟ୍ରୀୟ ସାଗର ତଟ ସ୍ବଚ୍ଛତା ଦିବସ, ସ୍ବଚ୍ଛ ସାଗର , ସୁରକ୍ଷିତ ସାଗର ଦିବସ ପାଳନ ଚାରୋଟି ସ୍ଥାନ ରେ ହୋଇ ଯାଇଛି। ଜିଲ୍ଲା ସଂଯୋଜକ ସୁବାସ ବେହେରା ଙ୍କ ସଂଯୋଜନା ରେ ବାସୁଦେବପୁର ବ୍ଳକ ର ଚୁଡ଼ାମଣି ଓ କଶିଆ ଠାରେ ଚାନ୍ଦବାଲି ବ୍ଲକ ର ଚାନ୍ଦବାଲି ଓ ଧାମରା ଠାରେ ପାଳନ ହୋଇ ଯାଇଛି।ବାସୁଦେବପୁର ବ୍ଳକ ର ସଂଯୋଜକ ପୀତବାସ ଙ୍କ ସଂଯୋଜନା ରେ ଚୁଡ଼ାମଣି ଠାରେ ପ୍ରଥମେ ସକାଳେ ଆଠ ଘଟିକା ରେ ଶିବ ମନ୍ଦିର ପରିସର ରେ ସଫେଇ କାର୍ଯ୍ୟ କ୍ରମ, ସମୁଦ୍ର ଆଳତୀ ଓ ସଚେତନତା ସଭା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଇରମ ବଢେଇପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ରାଜ କିଶୋର ବାରିକ ଙ୍କ ନେତୃତ୍ବ ରେ ଜାତୀୟ ସେବା ଯୋଜନା ରେ ବିଦ୍ୟାର୍ଥୀ ମାନେ ଓ ବନ ବିଭାଗ କର୍ମଚାରୀ ଏଥିରେ ସାମିଲ୍ ହୋଇ ଥିଲେ। ମୂଖ୍ୟ ବକ୍ତା ଭାବେ ନିରଞ୍ଜନ ସାହୁ ଯୋଗ ଦେଇ ଥିଲେ। ସେହିପରି କଶିଆ ଠାରେ ସାମୁଦ୍ରିକ ଥାନା ଓ ସାଗର ବନ୍ଧୁ ଟ୍ରଷ୍ଟ ର ମିଳିତ ଭାବେ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ସମୁଦ୍ର ଉପକୂଳ ରେ ସଫେଇ କାର୍ଯ୍ୟ କ୍ରମ ଓ ସମୁଦ୍ର ଆଳତୀ ପରେ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ଥାନା ଅଧିକାରୀ ଣି ସାବିତ୍ରୀ ପଣ୍ଡା ଙ୍କ ସହ ବକ୍ତା ଭାବେ ଆର ଏସ ଏସ ର ନାରାୟଣ ମହାକୁଡ ଓ ଝନ୍ତୁ ମଣ୍ଡଳ , ପରେଶ ସାହୁ ଯୋଗ ଦେଇ ସାଗର ସ୍ବଚ୍ଛତା ଉପରେ ଆଲୋକ ପାତ କରିଥିଲେ। ଶ୍ରୀତମ ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସାଗର ବନ୍ଧୁ ଟ୍ରଷ୍ଟ ପକ୍ଷରୁ ଗଗନ ବିହାରୀ ସେଠୀ, ପ୍ରତାପ ପାଢୀ, ପର୍ଶୁରାମ ବାରିକ୍, ମାନସ ନାୟକ ପ୍ରମୁଖ ଉପସ୍ଥିତ ରହି ସଫଳ କରାଇ ଥିଲେ।
ରାଜ୍ୟ
ଅନ୍ତ ରାଷ୍ଟ୍ରୀୟ ସାଗର ତଟ ସ୍ୱଚ୍ଛତା ଦିବସ:ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର।
- Hits: 6