ମିଶନ୍‌ ଆକାଂକ୍ଷା କଳାହାଣ୍ଡିରେ ଆରମ୍ଭ – ସ୍ଥାନୀୟ ଯୁବକମାନଙ୍କୁ ନିଶୁଳ୍କ UPSC ପ୍ରଶିକ୍ଷଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି, ଓଡିଶା – 15/08/25 – କଳାହାଣ୍ଡି ଜିଲ୍ଲାପାଳଙ୍କ ନେତୃତ୍ୱରେ ମିଶନ୍‌ ଆକାଂକ୍ଷାର ସରକାରୀ ଉଦ୍‌ଘାଟନ ହେଲା । ଏହି ପ୍ରୟାସ ଭିଜନ୍‌ IASଙ୍କ ପ୍ରୟାସ (CSR କାର୍ଯ୍ୟକ୍ରମ) ସହିତ ସହଯୋଗରେ କଳାହାଣ୍ଡିର ପ୍ରତିଭାଶାଳୀ UPSC/ସିଭିଲ୍‌ ସର୍ଭିସ୍‌ ପରୀକ୍ଷାର୍ଥୀମାନଙ୍କୁ ନିଶୁଳ୍କ ପ୍ରଶିକ୍ଷଣ ଦେବା ପାଇଁ ଆରମ୍ଭ କରାଯାଇଛି । ସ୍ଵାଧୀନତା ଦିବସ ପାଳନ ଅବସରରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦିବସର ମୁଖ୍ୟ ଅତିଥି ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମାନ୍ୟବର ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଜନଜାତି ବିକାଶ, ସଂଖ୍ଯା ଲଘୁ ଏବଂ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ସଶକ୍ତକରଣ ବିଭାବ ଓଡିଶା ସରକାର ଙ୍କ ଉପସ୍ଥିତିରେ ଜିଲ୍ଲାପାଳ କଳାହାଣ୍ଡି
ପୱାର ସଚିନ ପ୍ରକାଶ ଏବଂ ଦୀପାଲି ଦତ୍ତ ଚତୁର୍ବେଦୀ, ଉପାଧ୍ୟକ୍ଷ, ଭିଜନ୍‌ IAS ମଧ୍ୟରେ MoU ସହିତାପତ୍ରରେ ସ୍ୱାକ୍ଷରିତ ହୋଇଛି ।

ଏହି ପ୍ରୟାସ ଗ୍ରାମୀଣ ମେଧାବୀ ଯୁବମାନଙ୍କ ପାଇଁ ଭାରତୀୟ ପ୍ରଶାସନିକ ସେବା ପାଇଁ ଉତ୍ସାହିତ କରିବା ସହିତ ନିଯୁକ୍ତି ର ସୁଯୋଗ ସୃଷ୍ଟି କରିବା ଓ ଭାରତର ଶୀର୍ଷ ପ୍ରଶାସନିକ ସେବାରେ କଳାହାଣ୍ଡିର ପ୍ରତିନିଧିତ୍ୱକୁ ଦୃଢ କରିବାକୁ ଉଦ୍‌ଦିଷ୍ଟ ।

ଏହି କାର୍ଯ୍ୟକ୍ରମରେ କଲାଇ ବାନାନ ବନ ଖଣ୍ଡଅଧିକାରୀ(ଦକ୍ଷିଣ) ଭାରତୀୟ ପ୍ରଶାସନିକ ସେବା, (ପ୍ରବେଶନ) ଆନିମେସ ପ୍ରଧାନ, ଭିଜନ୍‌ IASଙ୍କ ମାର୍କେଟିଂ ମ୍ୟାନେଜର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ସମନ୍ୱୟକାରୀ ଭାବରେ ଶ୍ରୀ ପ୍ରଶାନ୍ତ ମିଶ୍ର, TL DMF କାମ କରୁଥିଲେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ
ଆସନ ସଂଖ୍ୟା: 60 (ଲେଖିତ MCQ ପରୀକ୍ଷା + ସାକ୍ଷାତ୍କାର ଦ୍ୱାରା ଚୟନ), ପାଠ୍ୟକ୍ରମ ସମୟସୀମା 1 ବର୍ଷର ହାଇବ୍ରିଡ୍ ପ୍ରୋଗ୍ରାମ୍‌, ପାଠ୍ୟସାମଗ୍ରୀ ଏବଂ ଟେଷ୍ଟ ସିରିଜ୍ ସହିତସ୍ଥାନ: ଭବାନୀପାଟଣା, ଯୋଗ୍ୟତା: କଳାହାଣ୍ଡିର ନିବାସୀ, +2 (Class XII) ପାସ୍‌ ପରେ I ନିବନ୍ଧନ ଆରମ୍ଭ: 22 ଅଗଷ୍ଟ 2025, ପରୀକ୍ଷା: 21 ସେପ୍ଟେମ୍ବର 2025, ଶ୍ରେଣୀ ଆରମ୍ଭ: ଅକ୍ଟୋବର 2025ର ପ୍ରଥମ ସପ୍ତାହରେ

0
0
0
s2sdefault