ଡାବୁଗାଁ ରେ ୭୯ ତମ ସ୍ବାଧିନତା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୫/୦୮/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ୭୯ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ସକାଳ ୭ ଘଣ୍ଟ ରୁ ୮ ଘଣ୍ଟ ମଧ୍ୟରେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ,ଶିକ୍ଷାନୁଷ୍ଠାନ ରେ ପତାକା ଉତ୍ତୋଳନ କରାଯାଇ ସ୍ଵାଧୀନତା ଦିବସ ପାଳନ କରାଯାଇଥିଲା।ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ କେନ୍ଦ୍ରୀୟ ପତ୍ତାକା ଉତ୍ତୋଳନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ। ଦେଶ ସ୍ବାଧୀନତାରେ ପ୍ରାଣବଳି ଦେଇଥିବା ବୀର ସହିଦ ମାନଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ କହିଥିଲେ। ଭାରତ ବର୍ତ୍ତମାନ ବିଶ୍ଵ ଗୁରୁ ହେବାକୁ ଯାଉଥିବା ବେଳେ ଦେଶର ସ୍ୱାଭିମାନ ଓ ଅଖଣ୍ଡତା ପାଇଁ ସମସ୍ତେ ଆଗକୁ ଆସିବା ଜରୁରୀ ବୋଲି କହିଥିଲେ। ବ୍ଲକ ସ୍ତରୀୟ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ରେ ଭାଗ ନେଇଥିବା କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରଥମ,ସରସ୍ଵତୀ ଶିଶୁ ମନ୍ଦିର ଦ୍ୱିତୀୟ ଓ ଗୌରିଦେବି ବାଳିକା ବିଦ୍ୟାଳୟ ତୃତୀୟ ସ୍ଥାନ ହାସଲ କରିଥିଲେ। ପ୍ୟାରେଡ ରେ ଓଡିଶା ଆଦର୍ଶ ବିଦ୍ୟାଳୟ ସିନିୟର୍ ଗ୍ରୁପ ପ୍ରଥମ,ଭୈରବ ମହା ବିଦ୍ୟାଳୟ ଦ୍ୱିତୀୟ,ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ସ୍କାଉଟ ଗ୍ରୁପ ତଥା ଗୌରିଦେବି ବାଳିକା ବିଦ୍ୟାଳୟ ଯୁଗ୍ମ ଭାବେ ତୃତୀୟ ସ୍ଥାନ ହାସଲ କରିଥିଲେ।ନୃତ୍ୟ ଓ ପ୍ୟାରେଡ ର ବିଚାରକ ଭାବେ ବରିଷ୍ଠ ଶିକ୍ଷକ ଅଜୟ ବଲ୍ଲଭ ପଣ୍ଡା,ଲକ୍ଷ୍ମୀକାନ୍ତ ରଥ,ଓ ବରିଷ୍ଠ ସାମ୍ବାଦିକ ସଞ୍ଜୟ ପାଢି ରହିଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ,ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ,ବିଡିଓ ଶରତ ମାଝୀ,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ,ଥାନା ଅଧିକାରୀ ଗୋପାଳ କୃଷ୍ଣ ଆଗୁପାତ୍ର, ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ଭତରା, ଜିପିଇଓ ପଦ୍ମନାଭ ଭାଲ୍ଲା,ଏମ ଆପ୍ପା ରାଓ, କଂଗ୍ରେସ ବ୍ଲକ ସଭାପତି ଜି ସାଇ ରାଜୁ,ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର,ବିଜେପି ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର,ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀ,ଗୋବିନ୍ଦ ଗୋପାଳ ଅଗ୍ରୱାଲ,ଶିବ ପ୍ରସାଦ ମିଶ୍ର, ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ,ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ,ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସନ୍ନୋଜ ମହାପାତ୍ର, ଶିକ୍ଷକ ବିସ୍ୱେଷ ତ୍ରିପାଠୀ,ବଲ୍ଲଭ ନାରାୟଣ ପଣ୍ଡା, ହେମନ୍ତ ସାମଲ ସହ ଅନ୍ୟମାନେ ସହଯୋଗ କରିଥିଲେ। ସେହିପରି ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର, ବିଘ୍ନେଶ୍ୱରାୟ ଯୁବକ ସଂଘ,କଂଗ୍ରେସ କାର୍ଯ୍ୟାଳୟ ,ସହ ବିଭିନ୍ନ ସ୍ଥାନରେ ସ୍ଵାଧୀନତା ଦିବସ ପାଳନ କରାଯାଇଥିଲା।

0
0
0
s2sdefault