ରାୟଗଡ ଜିଲ୍ଲା ସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ପାଳିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ସମାଜର ସବୁଠାରୁ ଅବହେଳିତ ଓ ଦୁର୍ବଳତମ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ଓଠରେ ହସ ଫୁଟାଇବା ଆରମ୍ଭ କରିଛି ଲୋକଙ୍କ ସରକାର -ମାନ୍ୟବର ମନ୍ତ୍ରୀ


ରାୟଗଡ: ୭୯ ତମ ସ୍ୱାଧୀନତା ଦିବସ ରାୟଗଡ ଜିଲ୍ଲା ସଦର ମହକୁମାର ସ୍ଥାନୀୟ ଜି.ସି.ଡି. ଜିଲ୍ଲା ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ,ମାନ୍ୟବର ମନ୍ତ୍ରୀ,ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ,ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ,ଓଡିଶା ସରକାର ଯୋଗଦାନ କରି ସକାଳ ଘ. ୯.୧୫ ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ ଓ ଜିଲ୍ଲାବାସୀଙ୍କ ଉଦ୍ଦେଶରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଉଦବୋଧନ ଦେଇ କହିଥିଲେ ଯେ, ଯେଉଁ ମାଟିରୁ ଦିନେ ଶୁଭିଥିଲା ମୁକ୍ତିର ତୁର୍ଯ୍ୟନlଦ, ସ୍ୱାଧୀନତାର ରଣଦୁନ୍ଦୁଭି ବଜାଇ ଜାତିପ୍ରେମ ବହ୍ନିକୁ ପ୍ରଜ୍ଜଳିତ କରିଥିଲେ ଯେଉଁ ମାଟିର ସନ୍ତାନ, ସେହି ରାୟଗଡ଼ ମାଟି ମା'କୁ ସର୍ବ ପ୍ରଥମେ ପ୍ରଣାମ କରିଥିଲେ l ମୁକ୍ତି ଯୋଦ୍ଧାର ସହୀଦ ବୀରମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l
ଦେଶର ସ୍ୱାଧୀନତା ଯେଉଁ ସଂଗ୍ରାମୀଙ୍କୁ ଆତ୍ମ ବଳିଦାନ ଦେଇ ସ୍ୱାଧୀନତାର ସୂର୍ଯ୍ୟଦୟ ହୋଇଥିଲା ଓ ଯେଉଁ ମାନଙ୍କ ପାଇଁ ଆଜି ଆମେ ନିଜ ନାଆର ନିଜେ ନାଉରି ସାଜିଛେ ସେହି ସଂଗ୍ରାମୀ ମାନଙ୍କୁ ଗଭୀର ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଦେଉଛି ବୋଲି କହିଥିଲେ । ଏଥି ସହ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଯଥା ସୁଭଦ୍ରା ଯୋଜନାରେ ୧କୋଟି ମହିଳା ଉପକୃତ ହୋଇଛନ୍ତି, ଲକ୍ଷପତି ଦିଦି ସୃଷ୍ଟି କରିବାରେ ଭାରତରେ ଆଗରେ ରହିଛି, ମୁଖ୍ୟମନ୍ତ୍ରୀ କନ୍ୟା ବିଭାହ ପାଇଁ ଗରିବ ଝିଅଙ୍କ ପାଇଁ ବ୍ୟବସ୍ଥା କରାଯାଇଛି,ମାଧସିଂ ହାତ ଖର୍ଚ୍ଚ ଯୋଜନା, ବିକଶିତ ଗାଁ ବିକଶିତ ଓଡିଶା ରେ ସର୍ବାଙ୍ଗୀନ ଉନ୍ନତି,ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, କୃଷି ଉଦ୍ୟୋଗ ଯୋଜନା, ସିଏମ କିସାନ, ସମୃଦ୍ଧ କୃଷକ ଯୋଜନାରେ ଲୋକକୁ ସୁବିଧା ଦିଆଯାଉଥିବା କଥା ଓ ସରକାର କଥା ଦେଇ କଥା ରଖିଲେ କହିଥିଲେ l ସମାଜର ସବୁଠାରୁ ଅବହେଳିତ ଓ ଦୁର୍ବଳତମ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ଓଠରେ ହସ ଫୁଟାଇବା ଆରମ୍ଭ କରିଛି ଲୋକଙ୍କ ସରକାର ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ l
ଯେପରି ଲୋକଙ୍କ ପାଖରେ ପହଁଚିବ ସେଥିନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ପୋଲିସ ରିଜର୍ଭ ଇନଷ୍ପେକଟର କବିବର ଦେଉରୀଙ୍କ ନେତୃତ୍ୱରେ ୩୬ ଦଳ ପ୍ୟାରେଡ ପରିବେଷଣ କରିଥିଲେ l
ପ୍ୟାରେଡ ପ୍ରତିଯୋଗିତାରେ ବରିଷ୍ଠ ଏନ୍.ସି.ସି.ସିନିୟର ଡିଭିଜନ ମହିଳା ମହାବିଦ୍ୟାଳୟ ,ରାୟଗଡ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ରାୟଗଡ,ଜୁନିୟର ଏନ୍.ସି.ସି.ଏକଲବ୍ୟ ମୋଡେଲ ସ୍କୁଲ,ରାୟଗଡ,ଜୁନିୟର ଏନ.ସି.ସି.ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ରାୟଗଡ,ଗାଇଡ ଜୁନିୟର ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟ,ରାୟଗଡ,ସ୍କାଉଟ ଜୁନିୟର ବାଳକ ଗୋପବନ୍ଧୁ ମୁନିଷିପାଲଟି ଉଚ୍ଚ ବିଦ୍ୟାଳୟ,ରାୟଗଡ,ୟୁଥ ରେଡକ୍ରସ ସେଞ୍ଚୁରିୟାନ ପବ୍ଲିକ ସ୍କୁଲ,ରାୟଗଡ,ୟୁଥ ସିଭିଲିୟାନ,ସାର୍କେଡ ହାର୍ଟ ସ୍କୁଲ,ରାୟଗଡ,ଜୁନିୟର ରେଡକ୍ରସ,ସରସ୍ୱତୀ ଶିଶୁ ମନ୍ଦିର,ରାୟଗଡ ,ଜୁନିୟର ରେଡକ୍ରସ, ସାର୍କ୍ରେଡ ହାର୍ଟ ସ୍କୁଲ,ରାୟଗଡ,ସିଭିଲିୟାନ ବାଳିକା,ଦୀପ୍ତି କନଭେଣ୍ଟ ଉଚ୍ଚ ବିଦ୍ୟାଳୟ,ରାୟଗଡ,ସିଭିଲିୟାନ,ଏକଲବ୍ୟ ମୋଡେଲ ରେସିଡେସିୟାଲ,ସିରିଗୁଡା,ରାୟଗଡ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା ।
ବିଦ୍ୟାଳୟ ଏବଂ ମହାବିଦ୍ୟଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ବକ୍ତୃତା,ପ୍ରବନ୍ଧ ଲିଖନ ଓ ଦେଶାତ୍ମବୋଧକ ସଂଙ୍ଗୀତ ପ୍ରତିଯୋଗିତାର ଛତିଶ ଜଣ କୃତ୍ତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲେ ।ଚଳିତ ବର୍ଷ ବାର୍ଷିକ ପରୀକ୍ଷାରେ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ୱର ରଖି ଉତ୍ତିର୍ଣ୍ଣ ହୋଇଥିବା କୃତ୍ତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସେହିପରି ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟର ସର୍ବୋଚ୍ଚ ନମ୍ୱର ରଖିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାପରେ ସ୍ୱର୍ଗତ ତ୍ରିନାଥ ଦାଶ ଗ୍ରାମ-ସିଲିପୁଟ, ଥେରୁବାଲି ଭାରତୀୟ ସେନା ବାହିନିରେ ବିଚକ୍ଷଣ ସିଗନାଲ ମ୍ୟାନର ଦାୟିତ୍ୱ ବହନ କରି ମେନ ସଇନ-ଡେସପାଚ ଉପାଧିରେ ସମ୍ମାନିତ ହୋଇଥିଲେ ତାଙ୍କୁ ମୋରଣତ୍ତର ଭାବରେ ତାଙ୍କ ସ୍ତ୍ରୀ ଶ୍ରୀମତୀ ପ୍ରେମଲତା ଦାଶଙ୍କୁ ଏବଂ ରେଗେଡା ଗ୍ରାମ ପଞ୍ଚାୟତର ,
ଗୁଣୁପୁର ବ୍ଲକର ଶ୍ରୀ ଜଗୁଲୁ ଶବର ବିହାର ରେଜିମେଣ୍ଟ ଦକ୍ଷ ସିପାହୀ ଭାବେ ଦାୟିତ୍ୱ ବହନ କରି ସୌର ଚକ୍ର ରେ ସମ୍ମାନିତ ହୋଇଥିବା ଶ୍ରୀ ଶବର ଙ୍କୁ ସମ୍ମାନୀତ କରାଯାଇଥିଲା । ଏହା ପରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମଲ୍ଲିକ,, ଜିଲ୍ଲାପାଳ ଶ୍ରୀ ଆଷୁତୋଷ କୁଲକର୍ଣ୍ଣୀ,ଆରକ୍ଷୀ ଅଧିକ୍ଷକ ଏସ୍.ସ୍ୱାତୀ କୁମାର,ଜିଲ୍ଲା ମୁଖ୍ୟ ଡାକ୍ତର ଖାନା,ଜିଲ୍ଲା କାରାଗାରରେ ,
ସେବା ସମାଜରେ, ରାୟଗଡ଼ ପୌରପରିଷଦ ପ୍ରଦତ୍ତ ଫଳ ବଣ୍ଟନ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର ସ୍ୱଦ୍ଧାର ଗୃହ ରେ ଶ୍ରୀ ସୁଦର୍ଶନ ପାଢୀଙ୍କ ,ସମାଜ ସେବୀ,ରାୟଗଡଙ୍କ ପ୍ରଦତ୍ତ ଫଳ ବଣ୍ଟନ କରିଥିଲେ l ସେହିପରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ଓ ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶକ୍ତି ବୃଦ୍ଧାଶ୍ରମ,ଆର୍ନ୍ତଜାତୀୟ ମାନବ କର୍ମୀ ଅଧିକାରୀ, ଲିନା ସେନାପତିଙ୍କ ପ୍ରଦତ୍ତ ଫଳ ବଣ୍ଟନ କରିଥିଲେ ମାତୃଶକ୍ତି ବୃଦ୍ଧାଶ୍ରମ,ରାୟଗଡରେ ଶ୍ରୀ ଚନ୍ଦ୍ର କାନ୍ତ ମାଝୀ,ପ୍ରକଳ୍ପ ପ୍ରଶାସକ,ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା,ରାୟଗଡ ଦ୍ୱାରା ଅନେତବାସୀ ମାନଙ୍କୁ ଫଳ ଓ ମିଷ୍ଠାନ ବଣ୍ଟନ କରିଥିଲେ ।
ପ୍ରାତଃ ଘ. ୫.୦୦ ଘଟିକା ସମୟରେ ରାୟଗଡ ସହରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ରାମଧୂନ ପ୍ରଚାର କରାଯାଇଥିଲା । ସହରର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିବା ବେଳେ ସହରରେ ଅବସ୍ଥାପିତ ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଜିଲ୍ଲାର ବିଭିନ୍ନ ବିଭାଗର ପଦାଧିକାରୀ ମାନଙ୍କ ସମେତ ଜିଲ୍ଲା ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥାର ବନ୍ଦବସ୍ତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଉପ-ନିର୍ଦେଶକ-ତଥା-ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ ଜିସିଡ଼ି ଉଚ୍ଚ ବିଦ୍ୟାଳୟ ଏନସିସି ଶିକ୍ଷକ ଶ୍ରୀ ଅଶୋକ ଦାଶ, ମଞ୍ଚ ପରିଚାଳନା କରିଥିଲେ l ସନ୍ଧ୍ୟା ସମୟରେ ସ୍ଥାନୀୟ ଅଶୋକ ମଣ୍ଡପ ଠାରେ ଜିଲ୍ଲାସଂସ୍କୃତି ପରିଷଦ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଭାଗୀୟ କର୍ମଚାରୀ ଶ୍ରୀମତୀ କୁମୁଦିନୀ ମିଶାଲ,କ୍ଷିପ୍ର ଲେଖିକା,ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର,ଶ୍ରୀ ଡମ୍ୱରୁଧର ପଣ୍ତା, ଗ୍ରନ୍ଥାଗାରିକ, ସୁବାଷ କେରକେଟା ଗ୍ରନ୍ଥାଗାରିକ,ଶ୍ରୀ ସମ୍ରାଟ ସାହୁ,ପ୍ରକ୍ଷେପକ,
ଶ୍ରୀ ରାଜେନ୍ଦ୍ର ଦୋରା,ଶିକ୍ଷିତ ଚପରାଶି,ଶ୍ରୀ ରଞ୍ଜିତ ପିରିବାକା,ଚପରାଶି,ଗୁଡଲା ଚନ୍ଦ୍ରଶେଖର,ଚପରାଶି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।ବିଭାଗୀୟ କର୍ମଚାରୀ ଶ୍ରୀମତୀ କୁମୁଦିନୀ ମିଶାଲ,କ୍ଷିପ୍ର ଲେଖିକା,ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର,ଶ୍ରୀ ଡମ୍ୱରୁଧର ପଣ୍ତା, ଗ୍ରନ୍ଥାଗାରିକ, ସୁବାଷ କେରକେଟା ଗ୍ରନ୍ଥାଗାରିକ,ଶ୍ରୀ ସମ୍ରାଟ ସାହୁ,ପ୍ରକ୍ଷେପକ,
ଶ୍ରୀ ରାଜେନ୍ଦ୍ର ଦୋରା,ଶିକ୍ଷିତ ଚପରାଶି,ଶ୍ରୀ ରଞ୍ଜିତ ପିରିବାକା,ଚପରାଶି,ଗୁଡଲା ଚନ୍ଦ୍ରଶେଖର,ଚପରାଶି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault