ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ଓଡ଼ିଶାରେ ଏହାର କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ଦେଶାତ୍ମବୋଧକ ଭାବନା ସହିତ ସ୍ୱାଧୀନତା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୧୬ ଅଗଷ୍ଟ, ୨୦୨୫: ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ଓଡ଼ିଶାରେ ଏହାର ବିଭିନ୍ନ କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ୭୯ତମ ସ୍ୱାଧୀନତା ଦିବସ ଗର୍ବ ଏବଂ ଉତ୍ସାହର ସହିତ ପାଳିତ ହୋଇଯାଇଛି। ପାରାଦ୍ୱୀପ ପେଲେଟ୍ ପ୍ଲାଣ୍ଟରେ, ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡ଼ିଶା ଆସେଟ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସୁରେଶା ଜି, କର୍ମଚାରୀ ଏବଂ ନିକଟବର୍ତ୍ତୀ ଗ୍ରାମରୁ ଆସିଥିବା ଗୋଷ୍ଠୀ ସଦସ୍ୟଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ଗୋଷ୍ଠୀ ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ଥାନୀୟ ଗ୍ରାମର ବାଳିକା ଏବଂ ସୁରକ୍ଷା କର୍ମଚାରୀ ଆମ ଦେଶର ଏକତା ଏବଂ ଅଖଣ୍ଡତାର ପ୍ରତିଫଳନ ସ୍ଵରୂପ ଦେଶାତ୍ମବୋଧକ ଗୀତରେ ନୃତ୍ୟ ପ୍ରଦର୍ଶନ ମାଧ୍ୟମରେ ସେମାନଙ୍କର ପ୍ରତିଭାର ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁରକ୍ଷା କର୍ମଚାରୀ ଏବଂ ଅନ୍ୟ ସହଯୋଗୀ କର୍ମଚାରୀମାନଙ୍କୁ ସେମାନଙ୍କ ସମର୍ପଣ ଏବଂ ସେବା ମନୋଭାବ ପାଇଁ ସମ୍ମାନିତ କରାଯାଇଥିଲା।
ଶ୍ରୀ ସୁରେଶା ଜି ତାଙ୍କ ଅଭିଭାଷଣରେ କହିଥିଲେ ଯେ, "ସ୍ୱାଧୀନତା ଦିବସ ଆମର ଇତିହାସ ଏବଂ ଭବିଷ୍ୟତ ଗଠନରେ ଆମର ଦାୟିତ୍ୱ ଉପରେ ଚିନ୍ତନ କରିବାର ଏକ ପ୍ରକୃଷ୍ଠ ସମୟ। ପ୍ରତ୍ୟେକ ପିଲାଙ୍କ ଚିତ୍ରକଳା, ସମସ୍ତ ପ୍ରଦର୍ଶନ ଏବଂ ପ୍ରତ୍ୟେକ ସେବା କାର୍ଯ୍ୟରେ ସ୍ୱାଧୀନତାର ଭାବନା ଜୀବନ୍ତ ରୂପରେ ରହିଥାଏ। ପରବର୍ତ୍ତୀ ପିଢ଼ି ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଆଡ଼କୁ ଅଗ୍ରସର ହେଉଥିବାବେଳେ ଆମେ ତାଙ୍କ ସହ ଠିଆ ହୋଇ ଗର୍ବ ଅନୁଭବ କରୁଛୁ। ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମର ପଦକ୍ଷେପଗୁଡ଼ିକ ରାଷ୍ଟ୍ର ନିର୍ମାଣ ପ୍ରତି ଆମର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।"
କେଉଁଝରର ଡାବୁନାଠାରେ ଅବସ୍ଥିତ ଏଏମ୍/ଏନ୍ଏସ୍ ଇଣ୍ଡିଆର ବେନିଫିସିଏସନ୍ ପ୍ଲାଣ୍ଟରେ, ପ୍ଲାଣ୍ଟର ମୁଖ୍ୟ ଶ୍ରୀ ଜୟବର୍ଦ୍ଧନ ପରୋହା ଓ ଏଏମ୍/ଏନ୍ଏସ୍ ଇଣ୍ଡିଆର ଲଜିଷ୍ଟିକ୍ସ ମୁଖ୍ୟ ଶ୍ରୀ ଜୟକିଶନ ଶର୍ମା ସ୍ଵାଧୀନତା ଉତ୍ସବ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ପତାକା ଉତ୍ତୋଳନ ସହିତ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ସୁରକ୍ଷା କର୍ମୀଙ୍କ ଦ୍ୱାରା ଏକ ପରେଡ୍, ଅମର ଜବାନଙ୍କୁ ପୁଷ୍ପମାଲ୍ୟ ଦ୍ଵାରା ଶ୍ରଦ୍ଧାଞ୍ଜଳି ଅର୍ପଣ ଏବଂ ଆଖପାଖ ଗ୍ରାମର ମହିଳାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସୁରକ୍ଷା କର୍ମୀ ଏବଂ କର୍ମଚାରୀମାନଙ୍କୁ ସେମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ପୁରସ୍କୃତ କରାଯାଇଥିଲା।
ଏଏମ୍/ଏନ୍ଏସ୍ ଇଣ୍ଡିଆର ଘୋରାବୁର୍ହାନି ସାଗାସାହି ଖଣିରେ, ଖଣି ପ୍ରବନ୍ଧକ ଶ୍ରୀ ସତ୍ୟକାମ ଦାସ, ଏଏମ୍/ଏନ୍ଏସ୍ ଇଣ୍ଡିଆର ପ୍ରକଳ୍ପ ମୁଖ୍ୟ ଶ୍ରୀ ରତ୍ନେଶ ପ୍ରସାଦ, ତ୍ରିବେଣୀ ଆର୍ଥମୁଭର୍ସର ମହାପ୍ରବନ୍ଧକ ଶ୍ରୀ ମନୋଜ କୁମାର ଏବଂ ଅନ୍ୟାନ୍ୟ କର୍ମଚାରୀ ଏବଂ ଅଂଶୀଦାରଙ୍କ ଉପସ୍ଥିତିରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ। ଠାକୁରାଣୀ ଖଣିରେ, ଏଏମ୍/ଏନ୍ଏସ୍ ଇଣ୍ଡିଆର ଖଣି ପ୍ରବନ୍ଧକ ଶ୍ରୀ ଇନ୍ଦ୍ରକାନ୍ତ ସାହା, ଠାକୁରାଣୀ ଖଣିର କର୍ମଚାରୀ, ଅଂଶୀଦାର ଏବଂ ସ୍ଥାନୀୟ ଗୋଷ୍ଠୀ ସଦସ୍ୟଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ପରେ ସୁରକ୍ଷା କର୍ମୀଙ୍କ ପାଇଁ ଏକ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା।

 ସିଏସ୍ଆର ବିଭାଗ ପକ୍ଷରୁ ପାରାଦ୍ୱୀପର ୪ଟି ବିଦ୍ୟାଳୟ ଏବଂ ୫ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ଉତ୍ସାହର ସହିତ ଏହି ଦିବସ ପାଳନ କରାଯାଇଛି। ଏହି ଅବସରରେ ପ୍ରବନ୍ଧ ଲିଖନ, ବିତର୍କ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମା ଅମ୍ବିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଏକ ଉତ୍ସବରେ, ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଡାବୁନାରେ, ସିଏସ୍ଆର ବିଭାଗ ପକ୍ଷରୁ ଇନ୍ଦିରା ସ୍ମୃତି ବିଦ୍ୟାପୀଠ ବିଦ୍ୟାଳୟ, ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବଂ ଶ୍ରୀ ଗୁପ୍ତେଶ୍ୱର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଆୟୋଜିତ ଏକ ମିଳିତ କାର୍ଯ୍ୟକ୍ରମରେ ୧୫୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସାମିଲ ହୋଇଥିଲେ। ଏଏମ୍/ଏନ୍ଏସ୍ ଇଣ୍ଡିଆ ଠାକୁରାଣୀ ଏବଂ ସାଗାସାହି ଖଣି ନିକଟରେ ଥିବା ବିଦ୍ୟାଳୟ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ସ୍ୱାଧୀନତା ଦିବସ ପାଳନ ଏବଂ ଭାରତର ସ୍ୱାଧୀନତାରେ ଅବଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନିତ କରିବାରେ ସହାୟତା କରିଥିଲା। ସାଗାସାହିରେ, କଳମଙ୍ଗ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଉତ୍ସବରେ ଛାତ୍ରଛାତ୍ରୀମାନେ ପତାକା ଉତ୍ତୋଳନ, କୁଇଜ୍, ସାଂସ୍କୃତିକ କାର୍ଯ୍ୟକ୍ରମ, ବିତର୍କ ଏବଂ ପ୍ରବନ୍ଧ ଲିଖନରେ ଅଂଶଗ୍ରହଣ କରିଥିଲେ। ଏଏମ୍/ଏନ୍ଏସ୍ ଇଣ୍ଡିଆ ଏହି ଅଞ୍ଚଳଗୁଡିକରେ ୯ଟି ବିଦ୍ୟାଳୟ, ୧୧ଟି ଅଙ୍ଗନୱାଡ଼ି କେନ୍ଦ୍ର ଏବଂ ଗ୍ରାମ ପଞ୍ଚାୟତକୁ ପୁରସ୍କାର ଓ ମିଷ୍ଟାନ୍ନ ପ୍ରଦାନ, ମାଧ୍ୟମରେ ସ୍ଥାନୀୟ ଗୋଷ୍ଠୀ ଓ ରାଷ୍ଟ୍ର ନିର୍ମାଣ ପ୍ରତି ଏହାର ପ୍ରତିବଦ୍ଧତାର ପ୍ରଦର୍ଶନ କରିଛି ।

0
0
0
s2sdefault