ହେଡଲାଇନସ୍:

"ନିୟତି" ସ୍କୁଲ୍ ରେ ୭୯ ତମ ସ୍ବାଧିନତା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ମାନସିକ ଅନାଗ୍ରସ "ନିୟତି" ସ୍କୁଲ୍ ରେ ୭୯ ତମ ସ୍ବାଧିନତା ଦିବସ ବହୁ ଆଡମ୍ବର ସହିତ ପାଳିତ ହୋଇଯାଇଛି। ନିୟତି ସ୍କୁଲ୍ ଅଧ୍ୟକ୍ଷା ସ୍ୱେହଲତା ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ଡାଇଟ୍ ର ଅଧ୍ୟକ୍ଷ ଡ଼ାକ୍ତର ମୁର୍ମୁ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପିଲା ମାନଙ୍କ ଆରୋଗ୍ୟ କାମନା କରିଥିଲେ ଓ ଦେଶର ସହିଦ ଯବାନ ମାନଙ୍କୁ ମନେ ପକାଇଥିଲେ। ବର୍ତ୍ତମାନ ର ଯବାନ ମାନଙ୍କୁ ସେଲୁଟେ ଜଣାଇଥିଲେ।
ସମ୍ପାଦିକା ତନୁଜା ଶତପଥୀ , କୋଷାଧ୍ୟକ୍ଷ , ଲୋକନାଥ ମିଶ୍ର , କାର୍ଯ୍ୟକାରୀ ସଭାପତି ଶ୍ରୀ ହରୀ ମୋହନ ପଟ୍ଟନାୟକ , ସଞ୍ଜୟ ମଲ୍ଲିକ , ମଖିଲିଙ୍ଗ ଗଡିକାକା ମଧ୍ୟ ନିଜ ବକ୍ତବ୍ୟ ରଖିଥିଲେ , ଦେଶ ପାଇଁ ଆଜିର ଯୁବ ସମାଜ ଆଗେଇବା ଦରକାର , ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମୋନଜ ପଟ୍ଟନାୟକ ଙ୍କ ପରିଚାଳନା ରେ ମହାବିଦ୍ୟାଳୟ ର ଛାତ୍ରୀ ମାନେ ଦେଶାତ୍ମକ ନୃତ୍ୟ ପରିବେଷଣ କରିଥିଲେ।
ଶିକ୍ଷୟତ୍ରୀ ଜୋସ୍ନା ଡାକୁଆ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ସୁନିତ୍ ଗମାଙ୍ଗ, ଶାଶ୍ଵତ ବେବର୍ତ୍ତା , ପଲି ମା ପରିଚାଳନା ରେ ସହଯୋଗ କରିଥିଲେ।

0
0
0
s2sdefault