ହେଡଲାଇନସ୍:

ଅଣଗେଜେଟେଡ୍ କର୍ମଚାରୀ ସମ୍ମନୟ ସିମୀତି କଳାହାଣ୍ଡି ଶାଖା ଓ ଶ୍ରୀ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମନ୍ଦିର ପୁରୁଣା ପଡ଼ା କମିଟି ମିଲିତ ଏକ ମେଗା ରକ୍ତଦାନ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ ): ଅଦ୍ୟ ତା ୧୫/୦୮/୨୦୨୫ ରିଖ ୭୯ ତମ ସ୍ବାଧିନତା ଦିବସ ପାଳିତ ଉପଲକ୍ଷେ ସ୍ଥାନୀୟ ୪ ର୍ଥ ଶ୍ରେଣୀ କର୍ମଚାରୀ ଭବନ ଠାରେ ଅଣଗେଜେଟେଡ୍ କର୍ମଚାରୀ ସମ୍ମନୟ ସିମୀତି କଳାହାଣ୍ଡି ଶାଖା ଓ ଶ୍ରୀ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମନ୍ଦିର ପୁରୁଣା ପଡ଼ା କମିଟି ମିଲିତ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାର ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଉକ୍ତ ଶିବିରରେ ମାନ୍ୟବର ଲୋକସଭା ସଦସ୍ୟା ଶ୍ରୀମତୀ ମାଳବିକା ଦେବୀ, ଜିଲ୍ଲାପାଳ କଳାହାଣ୍ଡି,ଆରଖୀ ଅଧୀକ୍ଷକ କଳାହାଣ୍ଡି ତଥା ଜିଲା ରେ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ମାନ୍ୟବର ମନ୍ତ୍ରୀ ସରକାରୀ କର୍ମଚାରୀ ତଥା ମନ୍ଦିର କମିଟି ର ଏତାଦୃଶ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ ଆଗକୁ ମଧ୍ୟ ଏପରି କାର୍ଯ୍ୟ ଜାରି ରଖୀବାକୁ ଉପଦେଶ ଦେଇଥିଲେ ଆଜିର ରକ୍ତଦାନ ଶିବିରର ମୋଟ୍ ୯୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ମାନ୍ୟବର ବିଧାୟକ ଭବାନୀ ପାଟଣା ସଦର, ଭାରତୀୟ ଷ୍ଟେଟ ବ୍ୟାଙ୍କ ଜୁନାଗଡ଼ ରୋଡ ଶାଖା ଓ ଅନ୍ୟାନ୍ୟ ସୁଭେଛ ତଥା ରକ୍ତଭଣ୍ଡାର ସମସ୍ତ କର୍ମଚାରୀ ସହଯୋଗ କରିଥିବାରୁ ଆୟୋଜୋକ କମିଟି ତରଫରୁ ସମସ୍ତଙ୍କୁ ଧନ୍ୟବାଦ କରାଯାଇଥିଲା

0
0
0
s2sdefault