ଯାଜପୁର : ଯାଜପୁର ଦାନଗଦି ବ୍ଲକ ଅର୍ନ୍ତଗତ ନଡ଼ିଆ ଭଙ୍ଗା ପଞ୍ଚାୟତର ଢମଣା ଗାଡ଼ିଆ ରଙ୍ଗାହୁଡି ରେ ଗଭୀର ରେଙ୍ଗାଲି କେନାଲ ଖୋଳା ଯୋଗୁଁ ଚାଷ ଜମି ପଡିଆ । ଯିଏ ବି କିଛି କିଛି ଚାଷ କରିଛନ୍ତି ବିଲ ଫାଟି ଆଁ କଲାଣି । ବ୍ଲାଷ୍ଟିଂ ଯୋଗୁଁ କୋଠା ଘର ସବୁ ଦୋହଲି ଯାଉଛି, ଅନେକ ଘର ଫାଟି ଯାଉଛି ସ୍ଥାନୀୟ ଲୋକେ ବହୁ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ଏବିଷୟରେ ଅଭିଯୋଗ କଲେ ରେଙ୍ଗାଲି ର କିଛି କର୍ମଚାରି ପୋଲିସର ଧମକ ଦେଇ ମୁହଁ ବନ୍ଦ୍ କରିଦେଉଛନ୍ତି .ପୋଲିସ ସହାୟତା ରେ ବ୍ଲାଷ୍ଟିଂ କରୁଛନ୍ତି ବ୍ଲାଷ୍ଟିଂ ପୂର୍ବରୁ କୌଣସି ସୂଚନା ନଦେଇ ବ୍ଲାଷ୍ଟ କରୁଛନ୍ତି. ସୂଚନା ଥାଉକି ପ୍ରଥମେ ସ୍ଥାନୀୟ ଅଧିବାସୀଙ୍କ ଜୀବନଧାରା କୁ ସଙ୍କଟ ରେ ନ ପକାଇ ସେମାନଙ୍କର ମୌଳିକ ସୁବିଧା ସୁଯୋଗ ଯଥା ପିଇବା ପାଣି ଏବଂ ଚାଷ ପାଇଁ କେନାଲ ସାହାଯ୍ୟରେ ପାଣି ଯୋଗାଇ ଦେବା ନିୟମ ଥିବା ବେଳେ କମ୍ପାନୀ ଏଥି ପ୍ରତି ଦୁଷ୍ଟି ନ ଦେବା ପିଇବା ପାଣି ଯୋଗାଉ ନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।
ଜିଲ୍ଲାପାଳ ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଗୁହାରି କରିଛନ୍ତି
ରାଜ୍ୟ
ରେଙ୍ଗାଲି ପାଇଁ ଚାଷୀ ହତାଶ
- Hits: 6