ବାଣପୁର:(ସେକ କୌସର):ଗୁରୁବାର ପୂର୍ବାହ୍ଣରେ ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ଅଧ୍ଯକ୍ଷ ଡଃ.ଏସ୍.ପି.ଏନ୍.ଏସ୍ ବର୍ମା ମହୋଦୟଙ୍କର କରକମଳରେ ପ୍ରତିଘରେ ତ୍ରିରଙ୍ଗା ଯାତ୍ରା ଉଦଘାଟିତ ହୋଇଯାଇଛି ।ଏହି ଯାତ୍ରାରେ ଏନ୍ ସିସି କ୍ୟାଡେଟ୍ ରୋଭର ଓ ରେଞ୍ଜର, ରେଡକ୍ରସ୍ .ଏନ୍.ଏସ୍.ଏସ୍. ଓ ଅନ୍ୟାନ୍ୟ ତିନିଶହ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ପ୍ରତ୍ୟକ୍ଷ ଭାବରେ ଯୋଗଦେଇ ବିଭିନ୍ନ ସ୍ଲୋଗାନ୍ ଦେଇ ମହାବିଦ୍ୟାଳୟର ମୁଖ୍ୟ ଫାଟକଠାରୁ ଗୋବିନ୍ଦପୁର ଛକ, କଲେଜ ଛକ, ମା' ଭଗବତୀ ମନ୍ଦିର, ଦାଶରଥପୁର ଓ ଅଚ୍ୟୁତରାଜପୁର ଗ୍ରାମ ଦେଇ ଫେରିଥିଲେ । ଏହି ଯାତ୍ରାର ସଂଚାଳନ ଅଧ୍ୟାପକ ଆଦିତ୍ୟସାରଥି ବେଦମତ୍ତା, ଜୟନ୍ତ ବିହାରୀ,କ୍ୟାପଟେନ୍ ଡଃ. ଗୁରୁକିଶୋର ନାୟକ, ଡଃ ସତ୍ୟାନନ୍ଦ ମହାରଣା, ସୁଜିତ କୁମାର ପାଣ୍ଡେ, ଡଃ ଅରବିନ୍ଦ ନାୟକ , ପୃଥୀରାଜ ପ୍ରଧାନ,ପ୍ରଶାନ୍ତ ହୋତା,ଦିବାକର ସାହୁ,ଅଶ୍ବିନୀ କୁମାର ବାରିକ, ଅଧ୍ୟାପିକା ଡଃ. ଲକ୍ଷ୍ମୀପ୍ରିୟା ପଲାଇ,ଅନିତା ସାହୁ, ବଡବାବୁ ଦୁର୍ଯ୍ୟୋଧନ ସାହୁ ଇତ୍ୟାଦି ଯୋଗଦେଇ ତ୍ରିରଙ୍ଗା ଶୋଭାଯାତ୍ରା କୁ ସାଫଲ୍ୟମଣ୍ଡିତ କରିବା ସହିତ ଜନସଚେତନତା ସୃଷ୍ଟି କରିଥିଲେ ।
ରାଜ୍ୟ
ଗୋଦାବରୀଶ ମହାବିଦ୍ୟାଳୟରେ ପ୍ରତିଘରେ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ
- Hits: 19