ବାଲୁଗାଁ ମହାବିଦ୍ୟାଳୟରେ “ହର୍ ଘର୍ ତ୍ରିରଙ୍ଗା” କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲୁଗାଁ:(ସେକ କୌସର): ଭାରତର ୭୯ ତମ ସ୍ବାଧିନତା ଦିବସକୁ ଉତ୍ସବମୁଖର କରିବା ପାଇଁ ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ “ହର୍ ଘର୍ ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । +୨ ଓ +୩ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ଚିତ୍ରାଙ୍କନ ଏବଂ ଦେଶାତ୍ମବୋଧକ କଣ୍ଠ ସଙ୍ଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହେବା ପରେ ୩୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ତ୍ରିରଙ୍ଗା ଶୋଭାଯାତ୍ରାରେ ବାଲୁଗାଁ ମହାବିଦ୍ୟାଳୟରୁ ବାଲୁଗାଁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଯାଇଥିଲେ । ମହାବିଦ୍ୟାଳୟର କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉତ୍ସାହର ସହିତ ସ୍ଵାଧୀନ ଭାରତର ବିଭିନ୍ନ ନାରା ଦେଇ ଶୋଭାଯାତ୍ରା କରିବା ସମୟର ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଏନ୍.ସି.ସି, ଏନ୍.ଏସ୍.ଏସ୍, ଯୁବ ରେଡକ୍ରସ୍ ଏବଂ ରେଞ୍ଜର ଓ ରୋଭର୍ ର ସ୍ବେଛାସେବୀ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ +୨ ଅଧ୍ୟକ୍ଷ ଶ୍ରୀ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ପ୍ରଶାସନିକ ଅଧିକାରୀ ଡ. କୈଳାସ ଚନ୍ଦ୍ର ମହାରଣା, ଜାତୀୟ ସେବା ଯୋଜନାର କାର୍ଯ୍ୟକାରୀ ଅଧିକାରୀ ଶ୍ରୀମତୀ ରୀନା ରାଉତ, ଯୁବ ରେଡକ୍ରସ୍ ଅଧିକାରୀ ଶ୍ରୀମତୀ ମନସ୍ବିନୀ ପଟ୍ଟନାୟକ ଓ ଶ୍ରୀ ଧୋବୀ ଚରଣ ପରିଡ଼ା, ରେଞ୍ଜରର ଅଧିକାରୀ ସ୍ନିଗ୍ଧାରାଣୀ ମୁଦୁଲି ଙ୍କ ସମେତ ଅଧ୍ୟାପକ ଶିବରାମ ସିଂ, ବିଦ୍ୟାଧର ଯୁଝର୍ଶିଂ, ବିମଳ କୁମାର ପଣ୍ଡା, ବିଶ୍ୱଜିତ୍ ଦାସ, ସ୍ଵାତୀ ସ୍ୱାଗତିକା ସାହୁ, କିର୍ତ୍ତିମୟୀ ବାରିକ, ଶୁଭଦର୍ଶୀନୀ ବିଶ୍ଵାଳ, ଚନ୍ଦନ ନାୟକ ପ୍ରମୁଖ ପରିଚାଳନା କରିଥିଲେ।

0
0
0
s2sdefault