ବିଜେପୁର:- ଦେଶସାରା ଚାଲିଛି ତ୍ରିରଙ୍ଗା ଯାତ୍ରା । ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସାମିଲ ହଉଛନ୍ତି I ତ୍ରିରଙ୍ଗା ଯାତ୍ରା ପାଇଁ ସରକାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l କିନ୍ତୁ ବିଜେପୁର ପୌର ନିର୍ବାହୀ ଅଧିକାରୀ ବିଭୁଦତ୍ତ ସାହୁଙ୍କ ଦ୍ବାରା ଜାତୀୟ ପତାକା କୁ ଅସମ୍ମାନ କରା ଯାଇଥିବା ଦେଖିବାକୁ ମିଳିଛି l ସୂଚନା ଯୋଗ୍ୟ ଯେ ଭାରତ ସରକାରଙ୍କ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏଭଳି ଅଭିଯୋଗ ଆସୁଛି l ବିଜେପୁର ପୌର ନିର୍ବାହୀ ଅଧିକାରୀ ଜାତୀୟ ପତାକା କୁ ଓଲଟା ଧରି ଫଟୋ ଉତ୍ତୋଲନ କରୁଥିବାର ଚିତ୍ର ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି l ଜାତୀୟ ପତାକା ହେଉଛି ଆମର ଗର୍ବ l ଏହାର ସମ୍ମାନ ରଖିବା ପାଇଁ କେତେ ଯେ ବ୍ୟକ୍ତି ନିଜର ବଳିଦାନ ଦେଇଛନ୍ତି l ଜାତୀୟ ପତାକା ର ସମ୍ମାନ ରଖିବା ସମସ୍ତ ନାଗରିକଙ୍କ କର୍ତ୍ତବ୍ୟ l ତଥାପି ମଧ୍ୟ ଏକ ଗୁରୁତ୍ତ୍ୱପୂର୍ଣ ପଦବୀ ରେ ଅଧିଷ୍ଠିତ ହୋଇ ମଧ୍ୟ ଜାତୀୟ ପତାକା କୁ ଓଲଟା ଧରି ଫଟୋ ହେବା ବାସ୍ତବ ରେ ନିନ୍ଦନୀୟ ବିଷୟ l ଏନେଇ ଯେତେବେଳେ ଆମ ପ୍ରତିନିଧି ଉକ୍ତ ଅଧିକାରୀ ଙ୍କୁ ଫୋନ୍ ଯୋଗେ ସଂପର୍କ କରି ଏହାର କାରଣ କଣ ପଚାରି ଥିଲେ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଣକ ଉତ୍ତ୍ୟକ୍ତ ହୋଇ ଫୋନ୍ କାଟି ଦେଇଥିବାର ଖବର ଆସୁଛି l ସର୍ବ ସମ୍ମୁଖରେ କ୍ଷମା ମାଗିବା କଥା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
ରାଜ୍ୟ
ତ୍ରିରଙ୍ଗା ପତାକା କୁ ଅସମ୍ମାନ
- Hits: 5