ହେଡଲାଇନସ୍:

ଜଘନ୍ୟ ହତ୍ୟାକାଣ୍ଡ, ଯୁବକ ର ମୃତ୍ୟୁ, ଜଣେ ଅଭିଯୁକ୍ତର ଥାନା ରେ ଆତ୍ମସମର୍ପଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖଲ୍ଲିକୋଟ/ବେଗୁନିଆ ପଡ଼ା: ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ଯଦ୍ୱାରା ଅପରାଧୀ ମାନେ ପୋଲିସ ପ୍ରଶାସନ କୁ ଖୋଲା ଚ୍ୟାଲେଞ୍ଜ ଭଳି ପ୍ରତ୍ୟେକ ଦିନ ହତ୍ୟା ଉଦ୍ୟମ ଓ ହତ୍ୟାକାଣ୍ଡ ଭଳି ଘଟଣା ବଢି ଚାଲିଛି। ଆଜି ଦିନକରେ ଦୁଇଟି ହତ୍ୟାକାଣ୍ଡ ଘଟିଛି। ଗୋଟିଏ ଖଲ୍ଲିକୋଟ ଥାନା ଅଧୀନରେ ହୋଇଥିଲା ବେଳେ ଆଉ ଗୋଟିଏ ବେଗୁନିଆ ପଡ଼ା ଥାନା ଅର୍ନ୍ତଗତ ଚନ୍ଦନ ପୁର ପଞ୍ଚାୟତ ସୋଗଡାପଲି ଗ୍ରାମ ର କୈଳାଶ ଶବର ନାମକ ଜଣେ ଯୁବକ କୁ ତିନି ଜଣ ଯୁବକ କୋଦାଳ ଓ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି। ସେଥି ମଧ୍ୟରୁ ଶ୍ରୀକ୍ଷେତ୍ର ଶବର ନାମକ ଜଣେ ଯୁବକ ଥାନା ରେ ଆସି ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ମୃତ କୈଳାଶ ର ପତ୍ନୀ ନମିତା ଶବର ର ଅଭିଯୋଗ ଗ୍ରହଣ କରି ଥାନା ଅଧିକାରୀ ଭଗବାନ ପୁଜାରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

0
0
0
s2sdefault