ହେଡଲାଇନସ୍:

ପାଇକମାଳ ରେ ଘରଘର ତ୍ରିରଙ୍ଗା ପଦଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଇକମାଳ:- ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ସରକାରୀ ଉଚ୍ଚ ବିଦ୍ୟାଳୟ ର ପଡ଼ିଆରୁ ନୃସିଂହନାଥ ଛକ ପର୍ଯ୍ୟନ୍ତ ଘର ଘର ତ୍ରିରଙ୍ଗା ପଦଯାତ୍ରା ବି.ଡି.ଓ.ପ୍ରଫୁଲ୍ଲ ଓଦୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପଦଯାତ୍ରା ରେ ପାଇକମାଳ ର ୮୦୦ ସହ ଛାତ୍ର ଛାତ୍ରୀ,ସି.ଆର.ପି.ଏଫ୍, ଲାୟନସ୍ କ୍ଲବ ର ସଦସ୍ୟ ଓ ପ୍ରଶାସନ ଯୋଗ ଦେଇଥିଲେ l ପଦଯାତ୍ରା ରେ ୧୦୦ ମିଟର ଜାତୀୟ ପତାକା କୁ ନିଆଯାଇଥିଲା ଛାତ୍ର ଛାତ୍ରୀ ମାନେ ଘରେ ଘରେ ଜାତୀୟ ପତାକା ଉତ୍ତୋଳନ କରି ସ୍ଵତନ୍ତ୍ର ର ପ୍ରତୀକ ଉଡ଼ାଇବା କୁ ସ୍ଲୋଗାନ ମାଧ୍ୟମ ରେ ଜନ ସଚେତନ ସୃଷ୍ଟି କରିଥିଲେ l ମୁଖ୍ୟ ଛକ ରେଦେଶତ୍ମବୋଧ ଗୀତ ଗାନ ସହ ଯମୁନା କନ୍ଧଣୀ ସ୍କୁଲ ର ଛାତ୍ରୀ ମାନେ ଜାତୀୟ ସଙ୍ଗୀତ ପରିବେଷଣ କରି ସମାପ୍ତ କରାଯାଇଥିଲା ଏବଂ ୪୦୦ ରୁ ଉର୍ଦ୍ଧ ଜନ ସାଧାରଣ ମଧ୍ୟ ଯୋଗଦାନ କରିଥିଲେ l

0
0
0
s2sdefault