ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଆଇନ୍ ଦେଶୀମଦ କାରାବାର ଅଭିଯୋଗରେ ଆଜି ବେଲଗୁଣ୍ଠା ପୋଲିସ୍ ଜଣଙ୍କୁ କୋର୍ଟଚାଲାଣ କରିଛି I ସୂଚନା ପ୍ରକାରେ ମଙ୍ଗଳବାର ରାତିରେ ବେଲଗୁଣ୍ଠା ଥାନା ଏଏସ୍ଆଇ ପ୍ରମୋଦ କୁମାର ଚାଟି ନିଜ ଟିମ୍ ସହିତ ବେଲଗୁଣ୍ଠା ଥାନା ଅଞ୍ଚଳରେ ପାଟ୍ରୋଲିଂ କରୁ୍ଥିବା ସମୟରେ ଡିମ୍ବିରିପଲ୍ଲୀ ଛକ ନିକଟରେ ବେଆଇନ୍ ଦେଶୀମଦ ବିକ୍ରି ହେଉଥିବା ବିଶେଷ ସୂତ୍ରରୁ ଖବର ପାଇଥିଲେ I ପୋଲିସ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଘୂ ନୁଆଁଗାଆଁ ହରିଜନ ସାହିର କାଳିଆ ନାଇକ(୩୨) ନିଜ ଘର ବାଡ଼ି ପଟେ ବେଆଇନ୍ ଭାବେ ଦେଶୀମଦ ବିକୁଥିବା ଜାଣିବାକୁ ପାଇଥିଲେ I ପୋଲିସ୍ ବାହିନୀ ସେଠାରେ କାଳିଆକୁ ଗିରଫ କରିବା ସହିତ ସେଠାରୁ ଦୁଇଟି ୩୦ ଲିଟର୍ ଦେଶୀମଦ ଥିବା ଦୁଇଟି ବ୍ୟାରେଲ ଜବତ କରିଥିଲେ I ଏନେଇ ବେଲଗୁଣ୍ଠା ଥାନାରେ ୪୦୫/୨୫ ରେ ଏକ ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତ କାଳିଆକୁ କୋର୍ଟଚାଲାଣ କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ପ୍ରକାଶ କରିଛନ୍ତି I
ରାଜ୍ୟ
ବେଆଇନ୍ ଦେଶୀମଦ କାରାବାର ଅଭିଯୋଗରେ ଜଣେ କୋର୍ଟଚାଲାଣ
- Hits: 7