ଭୁବନେଶ୍ୱର, ଅଗଷ୍ଟ ୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଏନ୍ଏସ୍ଏସ୍ ବୁ୍ୟରୋ ପକ୍ଷରୁ ବନ୍ୟା ପ୍ରପୀଡିତ କେନ୍ଦ୍ରାପଡା ଜିଲ୍ଲାର ପ୍ରଭାବିତ ଅଂଚଳରେ ରିଲିଫ୍ ସାମଗ୍ରୀ ବଂଟନ କରାଯାଇଛି । ବନ୍ୟା ପ୍ରପୀଡିତ ତରେଇପାଟଣା, ସିଦ୍ଧବାଲି ଓ ବାଲୁରିଆ ଆଦି ଅଂଚଳରେ ଲୋକଙ୍କ ମଧ୍ୟରେ ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଓ ସମ୍ ନର୍ସିଂ କଲେଜର ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଚୁଡା, ଗୁଡ, ଦିଆସିଲି, ମହମବତୀ, ସାନିଟାରୀ ପ୍ୟାଡ, ମଶା ଧୂପ ଆଦି ବଂଟନ କରାଯାଇଥିଲା ।
ଉକ୍ତ ରିଲିଫ୍ ବଂଟନ କାର୍ଯ୍ୟକ୍ରମକୁ ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚୁ୍ୟଟ ଅଫ୍ ଲ’ର ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଅମ୍ବରୀଶ ମଙ୍ଗରାଜ ଓ ବିଶ୍ୱ ବିଦ୍ୟାଳୟ ଏନ୍ଏସ୍ଏସ୍ କର୍ମଚାରୀ ଶ୍ରୀ ରାଜ ଶେଖର ବେହେରା ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମ ଏନ୍ଏସ୍ଏସ୍ର ଉପଦେଷ୍ଟା ପ୍ରଫେସର ନଚିକେତା ଖମାରୀ ଶର୍ମା ଓ ପ୍ରୋଗ୍ରାମ୍ ସଂଯୋଜକ ଡ. କମଳ ଲୋଚନ ମହନ୍ତଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ସମ୍ପାଦିତ ହୋଇଥିଲା । ପ୍ରତିକୂଳ ପରିସ୍ଥିତିରେ ସୋଆ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କ ଏଭଳି ଉଦ୍ୟମ ସାଧାରଣ ଜନମାନସରେ ପ୍ରଶଂସିତ ହେବା ସହ ଅନ୍ୟକୁ ପ୍ରେରଣା ମଧ୍ୟ ଯୋଗାଇଛି ।