ହେଡଲାଇନସ୍:

ଜଗତସିଂହପୁର ଅବକାରୀ ବିଭାଗର କଟକଣା – ଚୋରା ମଦ ବ୍ୟବସାୟ ରେ ରୋକ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୨.୦୮.୨୦୨୫/ସୁମନ୍ତ କୁମାର ଦାସ: ଅବକାରୀ କମିଶନର ଓ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ,ଜଗତସିଂହପୁର ଅବକାରୀ ଅଧିକ୍ଷୀକା ଅନିତା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ, ଅବକାରୀ ବିଭାଗ ପୁଣିଥରେ ଚୋରା ମଦ ବ୍ୟବସାୟ ବିରୋଧରେ ଦୃଢ଼ ସଙ୍କଳ୍ପ ପ୍ରଦର୍ଶନ କରିଛି। ଗତକାଲି, ଅବକାରୀ ମୋବାଇଲ୍ ୟୁନିଟ୍‌ର ନିରୀକ୍ଷକ, ବାଲିକୁଦା ଓ ଜଗତସିଂହପୁର ଅବକାରୀ ଥାନା ସହ ମିଳିତ ଅଭିଯାନରେ, ନାଉଗାଁ ଥାନା ଅଧୀନ ଜାମୁଗାଁରେ ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ଚିହ୍ନଟ କରାଯାଇଛି। ଅଭିଯାନ ସମୟରେ, ୨୧ ଗୋଟି ଦେଶୀ ମଦ ପେଟି ତଥା ୧୦୫ ଲିଟର ଦେଶୀ ମଦ ଓ ୭.୨୦୦ ଲିଟର ବିଦେଶୀ ମଦ ବୋଝାଇ ନେଉଥିବା ଏକ ଚାରିଚକିଆ ଯାନକୁ ଯାହାର ରେଜିଷ୍ଟ୍ରେସନ ନଂ OR -02-BX -0989 ଜବତ କରାଯାଇଛି। ଏହି ଅଭିଯାନରେ ନାଉଗାଁ ପୋଲିସ ପକ୍ଷରୁ ମଧ୍ୟ ଯଥେଷ୍ଟ ସହଯୋଗ ମିଳିଛି। କିନ୍ତୁ, ଗାଡ଼ି ଚାଳକ ପ୍ରଶାନ୍ତ କୁମାର ସାହୁ @ ହଡା, ଯିଏ ପୂର୍ବରୁ ମଧ୍ୟ ଅନେକ ଅପରାଧ ରେ ଜଡିତ ଥିଲେ, ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଛି। ଏବଂ ତାଙ୍କ ବିରୋଧରେ ଆବଶ୍ୟକୀୟ କାନୁନୀ ପ୍ରକ୍ରିୟା ଚାଲିଛି ଓ ତାଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଅତ୍ୟନ୍ତ ପ୍ରୟାସରତ ଜିଲ୍ଲା ଅବକାରୀ ବିଭାଗ।

0
0
0
s2sdefault