ଜଗତସିଂହପୁର,ତା-୧୨.୦୮.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ କୃମି ନାଶକ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଜେ.ସୋନାଲ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉପସ୍ଥିତ ଛାତ୍ରୀ ଓ ଶିକ୍ଷୟିତ୍ରୀ ମାନଙ୍କୁ ଏ ଦିଗରେ ସଚେତନ କରିବା ନିମନ୍ତେ ସେ କୃମି ନାଶକ ବଟିକା ଆଲବେଣ୍ଡାଜୋଲ ଖାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। 1 ରୁ 19 ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ଏହି ସିରପ ଓ ବଟିକା ସେବନ କରାଇବା ନିମନ୍ତେ ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡି ଦିଦି, ଶିକ୍ଷକଶିକ୍ଷୟିତ୍ରୀ ତଥା ଅଭିଭାବକ ମାନଙ୍କର ଗୁରୁଦାୟିତ୍ବ ରହିଛି ବୋଲି ସେ କହିଥିଲେ।ଏହି କାର୍ଯ୍ୟକ୍ରମରେ ଡ଼। ରାଜେନ୍ଦ୍ର କୁମାର ପାଣିଗ୍ରାହୀ ଆଜି ଦିବସ ର ମହତ୍ତ୍ୱ ପ୍ରତିପାଦିତ କରିବାକୁ ଯାଇ କହିଲେ 2015 ମସିହା ଠାରୁ ପ୍ରତିବର୍ଷ ପରି ଏହି ବର୍ଷ ଅଗଷ୍ଟ ୧୨ ରେ ଜାତୀୟ କୃମି ନାଶକ ଦିବସ ପାଳନ କରାଯାଉଛି। ଯାହାର ଉଦ୍ଦେଶ୍ୟ ହେଉଛି 1 ରୁ 19 ବର୍ଷ ବୟସର ସମସ୍ତ ଶିଶୁ ଓ କିଶୋର କିଶୋରୀ ତଥା 20 ରୁ 24 ବର୍ଷ ବୟସର ସମସ୍ତ ମହିଳା ଯିଏକି (ଗର୍ଭବତୀ ଓ ପ୍ରସୂତି ହୋଇନଥିବେ) ଙ୍କୁ କୃମି ନାଶକ ବାଟିକାର ସେବନ କରାଇ ଏହି ଅଭିଯାନ କୁ ସଫଳ କରାଇବା। କୃମି ଦ୍ଵାରା ସଂକ୍ରମିତ ହେଲେ ପୁଷ୍ଟିହୀନତା ,ରକ୍ତହୀନତା, ବଦହଜମୀ, ଶାରୀରିକ ତଥା ମାନସିକ ଅନଗ୍ରସରତା ଦେଖାଯିବା ସହ କାର୍ଯ୍ୟ ଦକ୍ଷତା କମିଯାଏ। ତେଣୁ କୃମି ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ କୃମି ନାଶକ ବଟିକା ସେବନ କରିବା ସାଙ୍ଗେ ପରିଷ୍କାର ପରିଚ୍ଛନ୍ନ ରହିବା, ମଳତ୍ୟାଗ ସମୟରେ ପାଇଖାନା ରେ ଚପଲ ବ୍ୟବହାର, ବିଶୁଦ୍ଧ ପାନୀୟ ଜଳ ସେବନ, ଖାଇବା ପୂର୍ବରୁ ହାତ ସଫା କରିବା, ନଖ କାଟିବା ଆଦି ବିଷୟରେ ଉପସ୍ଥିତ ଅତିଥି ମାନେ ସମସ୍ତଙ୍କୁ ସଚେତନ କାରାଇଥିଲେ। ଏହି ଅଭିଯାନ ଆଜି ଜିଲ୍ଲାର ୧୩୬୯ ସରକାରୀ, ବେସରକାରୀ ବିଦ୍ୟାଳୟ, ୧୭୪୨ ଅଙ୍ଗନବାଡି କେନ୍ଦ୍ରରେ ଆରମ୍ଭ ହୋଇଛି। ଏହି ସମସ୍ତ ସ୍ଥାନରେ ଆଶା କର୍ମୀ, ଅଙ୍ଗନବାଡି ଦିଦି, ଶିକ୍ଷକଶିକ୍ଷୟିତ୍ରୀ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଉପସ୍ଥିତି ରେ ପିଲା ମାନଙ୍କୁ କୃମି ନାଶକ ବଟିକା ଓ ଶିରପ ଆଲବେଣ୍ଡାଜୋଲ ଖାଇବାକୁ ଦିଆଯାଇଛି। ଜିଲ୍ଲାର ୨ ,୩୭,୬୦୦ ଜଣ 1 ରୁ 19 ବର୍ଷ ବୟସର ଶିଶୁ ଓ କିଶୋର,୨୧୧୭୭ ଜଣ 20 ରୁ 24 ବର୍ଷ ବୟସର ପ୍ରସୂତି ବା ଗର୍ଭବତୀ ହୋଇନଥିବା ପ୍ରଜନନକ୍ଷମ ମହିଳା ମାନଙ୍କୁ ଏହି ବଟିକା ଓ ଶିରପ ଦିଆଯିବାର ଲକ୍ଷ୍ୟ ଧାର୍ଯ୍ୟ ରହିଛି । ଜିଲ୍ଲା ସ୍ତରୀୟ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଲୋକନାଥ ପାତ୍ର,ଡ଼। ଶତ୍ରୁଘ୍ନ ଦାସ,ଡା. ସରୋଜ କୁମାର ଜେନା, ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା, ଡି ଏସ ଡବ୍ଲୁ ଓ, ବିଷ୍ଣୁ ପ୍ରିୟା ସେଠୀ,ନୋଡାଲ ଅଫିସର ତଥା ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା ବାସନ୍ତୀ ପାଲି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ , ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଡି ପି ଏମ୍ ସୋନାଲି ସାହୁ , ଡେପୁଟୀ ମ୍ୟାନେଜର ସନ୍ଧ୍ୟାରାଣି ପଣ୍ଡା, ଇତିଶ୍ରୀ ମିଶ୍ର, ଓ ବିଦ୍ୟାଳୟ ର ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଗଣ ଉପସ୍ଥିତ ଥିଲେ । ବିଦ୍ୟାଳୟ ସ୍ତରୀୟ କାର୍ଯ୍ୟକ୍ରମ ରେ ମହିଳା ସ୍ୱାସ୍ଥ୍ୟ କର୍ମୀ ,ସହରାଞ୍ଚଳ ର ଆଶା, ଆଦି ଉପସ୍ଥିତ ଥିଲେ। ଡେପୁଟି ମ୍ୟାନେଜର ସନ୍ଧ୍ୟା ରାଣୀ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ଜିଲ୍ଲାସ୍ତରୀୟ ଜାତୀୟ କୃମି ନାଶକ କାର୍ଯ୍ୟକ୍ରମ ର ଶୁଭାରମ୍ଭ
- Hits: 12