ହେଡଲାଇନସ୍:

ନର୍ସିଂ ଛାତ୍ରୀ ମୃତୁ୍ୟ ଘଟଣା: ଅଗଷ୍ଟ ୧୧ରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ବିଜେଡିର ୧୨ ଘଣ୍ଟିଆ ହରତାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ରାଜ୍ୟରେ ନାରୀ ନିର୍ଯାତନା ଘଟଣା ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବା ବେଳେ ଦେଖଣାହାରୀ ସାଜିଛନ୍ତି ରାଜ୍ୟ ସରକାର

  •  ଅପାରଗ ସରକାର ପାଇଁ ଘରୁ ବାହାରିବାକୁ ଡରୁଛନ୍ତି ମହିଳା


ଭୁବନେଶ୍ୱର, ୧୦/୦୮/୨୦୨୫: ରାଇଘର ଡୁମରିମୁଣ୍ଡା ନର୍ସିଂ ଛାତ୍ରୀର ମୃତୁ୍ୟକୁ ତୀବ୍ର ନିନ୍ଦା କରୁଛି ବିଜୁ ଜନତା ଦଳ । ଏହି ସରକାର ଓଡ଼ିଶାରେ ନାରୀକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ପ୍ରତିଦିନ ନାରୀ ନିର୍ଯାତନା ଘଟଣା ଉଦବେଗଜନକ ଭାବେ ବୃଦ୍ଧି ପାଉଛି । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଇସ୍ତଫା ଦାବି କରୁଛି ବିଜେଡି । ଏହା ସହିତ ରାଇଘର ନର୍ସିଂ ପୀଡ଼ିତାକୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବା ପାଇଁ ବିଜୁ ଜନତା ଦଳ ଦାବି କରୁଛି । ଯେତେଦିନ ପର୍ଯ୍ୟନ୍ତ ଏହି ରାଜ୍ୟରେ ନାରୀ, ଛାତ୍ରୀ, ନାବାଳିକା ସୁରକ୍ଷିତ ହେବେ ନାହିଁ, ବିଜେଡି ସେମାନଙ୍କୁ ସୁରକ୍ଷା ଦେବା ପାଇଁ ସାରା ରାଜ୍ୟରେ ଆନେ୍ଦାଳନକୁ ବ୍ୟାପକ କରିବ ।
ରାଇଘର ବ୍ଲକବାସୀଙ୍କୁ ନବରଙ୍ଗପୁର ବିଜେଡି ତରଫରୁ ଅନୁରୋଧ କରାଯାଉଛି କି ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ହରତାଳକୁ ସମ୍ପୂର୍ଣ୍ଣ ସହଯୋଗ କରନ୍ତୁ । ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ, ଦୋକାନ, ବଜାର, ଯାନବାହନ ଚଳାଚଳ, ସ୍କୁଲ୍, କଲେଜ୍କୁ ୧୨ ଘଣ୍ଟିଆ ହରତାଳରେ ସାମିଲ ହେବାକୁ ଅନୁରୋଧ କରାଯାଉଛି । ଏହି ହରତାଳ ସମୟରେ ଜରୁରୀକାଳୀନ ସେବା ବ୍ୟାହତ ହେବ ନାହିଁ ବୋଲି ନବରଙ୍ଗପୁର ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି ।

0
0
0
s2sdefault