ହେଡଲାଇନସ୍:

ସାକେରୀ ଓ ଗୋଡ଼ି ପାଟଣାରେ ପାରମ୍ପରିକ କାଠିଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧୦।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଗୋଡ଼ିପାଟଣା ଓ ସାକେରି ଗାଁରେ ଅବସ୍ଥିତ ଅଧିଷ୍ଠାତ୍ରୀ ଦେବୀ କାଳିଆ ଷଣ୍ଡ ଶକ୍ତି ପୀଠରେ ପାରମ୍ପରିକ କାଠିଯାତ୍ରା ପର୍ବ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ଚଳିତବର୍ଷ ଶ୍ରାବଣ ଗହ୍ମା ପୂର୍ଣ୍ଣିମା ତିଥିରେ ଗୋଡ଼ିପାଟଣା ଗାଁରେ ଏହି ନୃତ୍ୟ ପାଳିତ ହୋଇଥିବା ବେଳେ ପରଦିନ ଭାଦ୍ରବ ଶ୍ରାବଣ ପ୍ରତିପଦା ତିଥିରେ ସାକେରି କାଳିଆ ଷଣ୍ଡଙ୍କ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା।ବିଶ୍ବାସ ଅନୁସାରେ ମା'ଙ୍କ କରୁଣା ହେଲେ ଗାଁର ଲୋକମାନେ ନିରୋଗ ରହିବା ସହିତ ଭଲ ଫସଲ ଅମଳ କରିବେ। ୧୧ ହାତ ଲମ୍ବାରେ ଦୁଇ ବାଉଁଶର ଗୋଟିଏ ପାଖରେ ପିତଳର ୨ଟି ଢାଳ ମୁଖ ସଦୃଶ୍ୟ ବନ୍ଧାଯିବା ସହିତ ନାଲି ଆଉ କଳା ରଙ୍ଗର ନୂଆଲୁଗାକୁ ସ୍ବତନ୍ତ୍ର ଭାବେ କୁଞ୍ଚ ଆକାରରେ ସାରା ବାଉଁଶକୁ ସଜାଇ ଦିଆଯାଇଥାଏ। ଢାଳ ଦେହରେ କଜ୍ଜଳ, ସିନ୍ଦୁର, ଚୁଆ, ଚନ୍ଦନ ଇତ୍ୟାଦି ଲେପନ କରାଯାଇ ଠାକୁରାଣୀଙ୍କ ଆଜ୍ଞାମାଳ ଲାଗି କରାଯାଏ। ପୂଜା ନୈବେଦ୍ୟ ଅର୍ପଣ ପରେ ହବିଷାର୍ଣ୍ଣରେ ରହିଥିବା ବ୍ୟକ୍ତି ଏହି କାଠିବାଉଁଶକୁ ଧରି ଅତି କ୍ଷିପ୍ର ଗତିରେ ନାଚି ନାଚି ସମ୍ପୁର୍ଣ୍ଣ ଗ୍ରାମ ପରିକ୍ରମା କରିଥିଲେ। ପ୍ରତି ଦ୍ଵାରରେ ବଢାଯାଇଥିବା ଚାରଚେରି ଭୋଗ ଲାଗି ହୋଇଥିଲେ।

0
0
0
s2sdefault