ହେଡଲାଇନସ୍:

ରାଜ୍ୟସ୍ତରୀୟ ୧୭ ତମ କବାଡି ପ୍ରତିଯୋଗିତା; ଜୟଦେବ ଓଡ଼ିଶା ଚାମ୍ପିୟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ପୁରୀ,୧୦/୮ (ଅନିମେଶ ପଟ୍ଟନାୟକ): ପୁରୀଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ନହଳା ଠାରେ ରାଜ୍ଯସ୍ତରୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମା ଦକ୍ଷିଣକାଳୀ କବାଡି ଆସୋସିଏସନ ପକ୍ଷରୁ ଏହି କବାଡି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ପ୍ରତିଯୋଗିତାରେ ୧୨ଟି ଦଳ ଅଂଶଗ୍ରହଣ କରିଥିଲେ । ଭୁବନେଶ୍ବରରୁ ଜୟଦେବ ଓଡ଼ିଶା, ସାକ୍ଷୀଗୋପାଳର ସତ୍ଯବାଦୀ ଏସ.ଏନ, ଡେଲାଙ୍ଗ ଓ ପିପିଲିରୁ ନୀଳାଚଳ ପୁରୀ, ଭୂବନେଶ୍ୱରରୁ କଳିଙ୍ଗ ଷ୍ଟାଡିୟମ ୟୁନିଟ, ପୁରୀ ଜିଲ୍ଲା ବଳଙ୍ଗାରୁ ଲଙ୍କେଶ୍ଵରୀ ବଳଙ୍ଗା, ନିତା ଏକାଡେମୀ ଓ ବାରଙ୍ଗରୁ ଅନେକ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିଥିଲେ । ଏହାକୁ ଆୟୋଜକ ଅନୁଷ୍ଠାନର ସଭାପତି ପ୍ଯାରୀଶଙ୍କର ପଟ୍ଟନାୟକ ଉଦଘାଟନ କରିଥିଲେ । ଭୂବନେଶ୍ବରର ଜୟଦେବ ଓଡ଼ିଶା ପ୍ରତିଯୋଗିତାରେ ଚମ୍ପିୟନ ହୋଇଥିଲା ବେଳେ ପୁରୀ ନୀତା ଏକାଡେମୀ ରନର୍ସ ଅଫ ହୋଇଥିଲା । ସତ୍ଯବାଦୀ ଥାନା ଆଇଆଇସି ସଂଗ୍ରାମ ସ୍ବାଇଁ, ସରପଞ୍ଚ ଜିତେନ୍ଦ୍ର ବେହେରା ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ସୁଚିତ୍ର ଓ ରାମ ସାର କ୍ରୀଡା ପରିଚାଳନା କରିଥିଲେ । ସୁମନ୍ତ, ଅନୁପ, ଶିବ,ନକୁଆ,ମଙ୍ଗୁ, ଅଭିମନ୍ୟୁ,ଦେବ, କାହ୍ନୁ, ତ୍ରିନାଥ, ଚନ୍ଦନ ଓ ରମାବଲ୍ଲଭ ମହାନ୍ତି ପ୍ରତିଯୋଗିତାରେ ସହଯୋଗ କରିଥିଲେ ।

0
0
0
s2sdefault