ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସୁତୁମୁସର ରୋଡ଼୍ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଆଦିତ୍ୟ ପ୍ରସାଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ୟୁନିଅନ ବ୍ୟାଙ୍କର ଶାଖା ପରିଚାଳକ ଭବାନୀଶଙ୍କର ସ୍ୱାଇଁ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ କୁନି କୁନି ବୈଜ୍ଞାନିକ ମାନଙ୍କୁ ପ୍ରତ୍ୟେକ ତଥ୍ୟର ବିଜ୍ଞାନ ସମ୍ମତ ବିଶ୍ଲେଷଣ ନିମନ୍ତେ ପରାମର୍ଶ ଦେଇଥିଲେ I ସେହିପରି ସମ୍ମାନିତ ଅତିଥି ରୂପେ ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଯୋଗ ଦେଇ ବର୍ତ୍ତମାନ ସମୟରେ ବିଜ୍ଞାନର ଉପଯୋଗିତା ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ବିଦ୍ୟାଳୟରେ ଆୟୋଜିତ ବିଜ୍ଞାନମେଳାରୁ ହିଁ ବୈଜ୍ଞାନିକ ହେବାର ରାସ୍ତା ତିଆରି ହୋଇଥାଏ ବୋଲି ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ଉଢୁରା କ୍ଲଷ୍ଟର ସିଆରସିସି ରମେଶ ପାଣିଗ୍ରାହୀ, ଅନୁଷ୍ଠାନ ସଭାପତି ରବୀନ୍ଦ୍ର ନାଥ ରଥ,ସମ୍ପାଦକ ଡା ପବିତ୍ର କୁମାର ସାହୁ,ସଂକୁଳ ପ୍ରମୁଖ ପ୍ରସନ୍ନ କୁମାର ପ୍ରଧାନ,ସହ ଜିଲ୍ଲା ପ୍ରମୁଖ ତ୍ରିନାଥ ଗୌଡ଼,କୋଷlଧ୍ୟକ୍ଷ ଚିନଂ ରବିନ୍ଦ୍ର ନାଥ ସୁବୁଦ୍ଧି,ଯୁଗ୍ମ ସମ୍ପାଦକ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରମୁଖ ମଞ୍ଚାସୀନ ରହି କୁନି କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ I
କାର୍ଯ୍ୟକ୍ରମରେ ବେଲଗୁଣ୍ଠା, ସୋରଡ଼ା, ଭଞ୍ଜନଗର, ଜଗନ୍ନାଥ ପ୍ରସାଦ, ବୁଗୁଡ଼ା ବ୍ଳକ୍ ର ୧୧ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ତିନୋଟି ବର୍ଗର ୧୮ ଟି ବିଭାଗରେ ୧୨୫ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ I ଏଥିରେ ମୁଖ୍ୟତଃ ଗଣିତ ପ୍ରଶ୍ନ ମଞ୍ଚ,ବିଜ୍ଞାନ ପ୍ରଶ୍ନ ମଞ୍ଚ,ସଂସ୍କୃତି ବୋଧ ପ୍ରଶ୍ନ ମଞ୍ଚ,ଗଣିତ ପ୍ରୟୋଗ, ବିଜ୍ଞାନ ପ୍ରୟୋଗ, ବିଜ୍ଞାନ ଓ ଗଣିତ ପତ୍ର୍ ବାଚନ, କଥା କଥନ ଓ ମୂର୍ତ୍ତି କଳା ସ୍ଥାନ ପାଇଥିଲା I ଏଥିରୁ ୧୮ ଟି ଉତ୍କୃଷ୍ଟ ପ୍ରକଳ୍ପକୁ ବିଚାରକ ମଣ୍ଡଳୀ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ପାଇଁ ମନୋନୀତ କରିଥିଲେ I କାର୍ଯ୍ୟକ୍ରମରେ ବିଚାରକ ରୂପେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ପ୍ରଧାନ ଶିକ୍ଷକ ଏବଂ ସିଆରସିସି ମାନେ ଉପସ୍ଥିତ ରହି ମୂଲ୍ୟାଙ୍କନ କରିଥିଲେ, ସେମାନେ ହେଲେ ଅକ୍ଷୟ କୁମାର ଦାସ, ନମିତା କର, ପବିତ୍ର ମୋହନ ନାୟକ, ରମେଶ କୁମାର ପାତ୍ର, ନୀଳକଣ୍ଠ ନନ୍ଦ,ପୂର୍ଣ୍ଣଚନ୍ଦ୍ର ମହାନ୍ତି, ମନୋଜ କୁମାର ପଟ୍ଟନାୟକ,କାଳୁ ଚରଣ ଗୌଡ଼, ଅଶୋକ କୁମାର ପଟ୍ଟନାୟକ,ବିଜୟ କୁମାର ଲେଙ୍କା, ମାଧବାନନ୍ଦ ସ୍ୱାଇଁ, ପ୍ରିୟଙ୍କା ପ୍ରଧାନ, ସୁଧୀର କାନ୍ତ ତ୍ରିପାଠି, ମାଲ ଗୌଡ଼, ଅଜିତ୍ ପଣ୍ଡା ପ୍ରମୁଖ ପ୍ରକଳ୍ପ ଗୁଡିକୁ ପରିଦର୍ଶନ କରି ଏହାର ମୂଲ୍ୟାୟନ କରିଥିଲେ I