ଭୁବନେଶ୍ୱର, ୯.୮ : ଯୁବ ଛାତ୍ର କ୍ରାନ୍ତି ସେନା ତରଫରୁ ଭୁବନେଶ୍ୱରସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକଠାରେ କ୍ରାନ୍ତି ଦିବସ ଓ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀ ଯେଉଁ ଭାରତଛାଡ଼ ଆନେ୍ଦାଳନର ଡାକରା ଦେଇଥିଲେ, ସେଥରେ ଅନୁପ୍ରାଣିତ ହୋଇ ଓଡ଼ିଶା ସମେତ ଭାରତବର୍ଷର ମହାନ ସ୍ୱାଧୀନତା ସଂଗ୍ରାମୀମାନେ ଯୋଗଦେଇ ବ୍ରିଟିଶ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ଫଳରେ ପରବର୍ତ୍ତୀ ସମୟରେ ଭାରତ ସ୍ୱାଧୀନତା ଲାଭ କରିଥିଲା । ଏହି ସ୍ମରଣୀୟ ଦିବସରେ ମହାନ୍ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନକୁ ଉଜ୍ଜୀବିତ କରିବା ପାଇଁ ସେମାନଙ୍କ ସ୍ମୃତି ଉଦେ୍ଧଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।
ଯୁବ ଛାତ୍ର କ୍ରାନ୍ତି ସେନାର ଆବାହକ ।ର୍ଥସାରଥୀ ମୁଦୁଲିଙ୍କ ନେତୃତ୍ୱରେ ବହୁ ଯୁବ ଛାତ୍ର ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହିପରି ୧୮୯୦ ମସିହାରେ ବିର୍ସା ମୁଣ୍ଡା ଇଂରେଜମାନଙ୍କ ବିରୁଦ୍ଧରେ ଆଦିବାସୀମାନଙ୍କୁ ଏକାଠି କରାଇ ବ୍ରିଟିଶ ବିରୋଧୀଙ୍କ ବିରୁଦ୍ଧରେ ରଣହୁଙ୍କାର ଦେଇଥିଲେ । ସେହି ଦିବସକୁ ସ୍ମରଣୀୟ କରିବା ପାଇଁ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଆସୁଛି । ଆଦିବାସୀମାନେ ହେଉଛନ୍ତି ଭାରତବର୍ଷର ମୂଳ ନିବାସୀ । ତେଣୁ ଆଦିବାସୀଙ୍କୁ ଜଳ, ଜମି ଓ ଜଙ୍ଗଲ ଅଧିକାରରୁ ବଞ୍ଚିତ ନକରି ସେମାନଙ୍କ ସାମୂହିକ ବିକାଶ କରିବା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବାକୁ ସରକାର ପଦକ୍ଷେ ଗ୍ରହଣ କରନ୍ତୁ ବୋଲି ଶ୍ରୀ ମୁଦୁଲି କହିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଜଣେ ଆଦିବାସୀ ହୋଇଥିବାରୁ ଆଦିବାସୀମାନଙ୍କ ସାମୂହିକ ସ୍ୱାର୍ଥକୁ ଅଗ୍ରାଧିକାର ଦେବେ ବୋଲି ଶ୍ରୀ ମୁଦୁଲି ଆଶାପ୍ରକଟ କରିଛନ୍ତି ।
ରାଜ୍ୟ
ଯୁବ ଛାତ୍ର କ୍ରାନ୍ତି ସେନା ତରଫରୁ କ୍ରାନ୍ତି ଦିବସ ଓ ବିଶ୍ୱ ଆଦିବାସୀ ଦିବସ ପାଳିତ
- Hits: 56