ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଆସନ୍ତା ଜିଲ୍ଲା ସ୍ତରୀୟ ୭୯ତମ ସ୍ଵାଧୀନତା ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରତିଯୋଗିତାରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗୀତା ରେ ପ୍ରବନ୍ଧ , ବକୃତା , ଦେଶାତ୍ମକ ବୋଦକ ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତୀ ପ୍ରତିଯୋଗୀଙ୍କୁ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ଦିନ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯିବ।
ଆଜିର ପ୍ରତିଯୋଗୀତାର ବିଚାରକ ମଣ୍ଡଳୀ ଭାବରେ ଶ୍ରୀ ଅମେଶ ଲିମ୍ମା, ରମାକାନ୍ତ ପଟ୍ଟନାୟକ , ମନୋଜ ପଟ୍ଟନାୟକ , ପଦ୍ମନି କୁମାରୀ ପଣ୍ଡା , ଗାୟତ୍ରୀ ଦାଶ , ଇଶ୍ଵର ରାଓ ଗୁମ୍ଫା , ସୁଜ୍ଞାନୀ ପ୍ରଭା ପାଣଗ୍ରାହୀ , ସନ୍ତୋଷ କୁମାର ଶତପଥୀ। , ଭବାନୀ କୁମାରୀ ଦାଶ , ମୁରଲୀଧର ପରିଛା , ସୁନୀତା ମହାରଣା , ପୂର୍ଣ୍ଣ ଚନ୍ଦ୍ର ପାଲକ୍ , ବବିତା ପୁରୋହିତ ଓ ବିଜୟଲକ୍ଷ୍ମୀ ପ୍ରମୁଖ ବିଚାରକ ମଣ୍ଡଳୀ ଭାବରେ ଉପସ୍ଥିତ ଥିଲେ।
ଏହି ସବୁ ପ୍ରତିଯୋଗିତାକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆୟୋଜିତ ହେଇଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ପିଇଟି ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଓ ଶ୍ରୀ ରମାକାନ୍ତ ବରାଡ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ।
ରାଜ୍ୟ
ଜିଲ୍ଲା ସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ
- Hits: 32