ହେଡଲାଇନସ୍:

ଗାନ୍ଧୀ ବିଶ୍ୱବିଦ୍ୟାଳୟ ରେ ଦୁଇ ଦିନିଆ ଆଇଇଇଇ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି - ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ର କମ୍ପ୍ୟୁଟର ସାଇନ୍ସ ବିଭାଗ ଆନୁକୂଲ୍ୟରେ ସବୁଜ ସୂଚନା ଓ ଉଦୀୟମାନ ପ୍ରଯୁକ୍ତି ବିଦ୍ୟାର ପରବର୍ତ୍ତୀ ପୀଢ଼ି ସମ୍ପର୍କିତ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ଏହି ସମ୍ମିଳନୀକୁ ନୂଆଦିଲ୍ଲୀ ସ୍ଥିତ ଅନୁସନ୍ଧାନ ଜାତୀୟ ଗବେଷଣା ପ୍ରତିଷ୍ଠାନ ଓ ଆଇ ଇ ଇ ଇ ଭୁବନେଶ୍ବର ବିଭାଗ ପକ୍ଷରୁ ପ୍ରାୟୋଜିତ କରିଛନ୍ତି।ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଆଇ ଇ ଇ ଇ ର ଭାରତ ପରିଷଦ ଅଧ୍ୟକ୍ଷ ଡ ପ୍ରୀତି ବଜାଜ ଯୋଗ ଦେଇ ଆଇ ଇ ଇ ଇ ର ବିଭିନ୍ନ ଅନୁସନ୍ଧାନ ଭିତ୍ତିକ କାର୍ଯ୍ୟକ୍ରମ ଓ ସ୍ଥାୟୀ ବିକାଶ ଉପରେ ଆଲୋକପାତ କରିଥିଲେ। ସମ୍ମାନୀୟ ଅତିଥିଭାବେ ଆନ୍ଧ୍ର ବିଶ୍ଵବିଦ୍ୟାଳୟ ର ପ୍ରଫେସର୍ ପି ଏସ ଅଭାଧନୀ ଯୋଗଦେଇ ଉଦୀୟମାନ ପ୍ରଯୁକ୍ତି ଅପଚୟର କମାଇବା ପାଇଁ ସୂଚନା ଦେଇଥିଲେ। ଆମେରିକାସ୍ଥିତ ଆର ଆଇ ଟି କୋଷଭର କମ୍ପୁଟର ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରଫେସର୍ ଦେବବ୍ରତ ସାମନ୍ତ ଯୋଗ ଦେଇ ସବୁଜ ସୂଚନା ର ପରବର୍ତ୍ତୀ ପୀଢ଼ି ସମ୍ପର୍କରେ କହିବା ସହ ବିଭିନ୍ନ ଅନୁସନ୍ଧାନ ମୂଳକ ଗବେଷଣା ପାଇଁ ପ୍ରେରଣା ଦେଇଥିଲା। ବିଶ୍ଵବିଦ୍ୟାଳୟର ମହା ନିର୍ଦ୍ଦେଶକ ଡ ଜଗଦୀଶ ପଣ୍ଡା ଯୋଗ ଦେଇ ସମ୍ମିଳନୀର ସଫଳତା ପାଇ ଶୁଭକାମନା ଜଣାଇଥିଲେ। ବିଶ୍ଵବିଦ୍ୟାଳୟର କୁଳପତି ଡ ଏ ଭି ଏନ ଏଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କମ୍ପ୍ୟୁଟର ସାଇନ୍ସ ବିଭାଗର ଡେପୁଟି ଡିନ ଡ କେ ମୁରଲୀ ଗୋପାଳ ସ୍ୱାଗତ ଭାଷଣ ଦେଇଥିବାବେଳେ ସମ୍ମିଳନୀ ଆବାହକ ଡ ରାଘେବେନ୍ଦ୍ର କୁମାର ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି ସମ୍ମିଳନୀରେ ଅନୁଷ୍ଠାନର ରେଜିଷ୍ଟ୍ରାର ଡ. ଏନ ଭି ଜେ ରାଓ, ସମସ୍ତ ବିଭାଗର ଡିନ , ମୂଖ୍ୟ ,ଅଧ୍ୟାପକ,ଅଧ୍ୟାପିକା, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

 

0
0
0
s2sdefault