ରାୟଗଡ଼ା : ରାୟଗଡ଼ା ବ୍ଲକ ଗୁମ୍ମା ଗ୍ରାମପଞ୍ଚାୟତ ଘାଟି ରେ ଦୁର୍ଘଟଣା , ବ୍ରେକ ଫେଲ ଓ ଗୋଟିଏ ଯାତ୍ରୀବାହୀ ବସ କୁ ବଞ୍ଚାଇବାକୁ ଯାଇ ଏହିପରି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଟ୍ୟାଙ୍କର ନମ୍ବର OD14AB5052 ନାମକ ଟ୍ୟାଙ୍କର ରାସ୍ତା କଡରେ ଥିବା ଗୋଟିଏ ଝୁପୁଡି ଘର ସହିତ ଦୁଇଟି ଦୋକାନ ଗୃହକୁ ଧକ୍କା ଦେବା ଫଳରେ ଝୁପୁଡି ଘର ସହିତ ଦୁଇଟି ଦୋକାନ ଗୃହ ନଷ୍ଟ ହୋଇଯାଇଥିବା ସମୟରେ ଝୁପୁଡ଼ି ଘରେ ଶୋଇଥିବା ବୃଧା ଲକ୍ଷ୍ମୀ ପାତ୍ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି .ଏବଂ ଗୁରୁତର ଡ୍ରାଇଭର ଓ କରୁଣାକର ପାତ୍ର ଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ
ବିଳମ୍ବିତ ରାତିପ୍ରାୟ ୨ସମୟ ରେ ଶୋଇଥିବା ବେଳେ ଦୋକାନ ଘର ଉପରେ ଚଡିଗଲା ଆଲୁମିନିୟମ ବୋଝେଇ ଟ୍ୟlଙ୍କର । ଫଳରେ ଜଣେ ମୃତ୍ଯୁବରଣ କରିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଦୁଇ ଗୁରୁତର ଙ୍କୁ ରାୟଗଡା ଜିଲ୍ଲା ମୁଖ୍ଯ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ଗୁମ୍ମା ବାସିନ୍ଦା କରୁଣାକର ପାତ୍ର ଙ୍କ ସ୍ତ୍ରୀ ମୃତ ଲକ୍ଷ୍ମୀ ପାତ୍ର ବୟସ ପ୍ରାୟ 67ବର୍ଷ। ରାୟଗଡା ଜିଲ୍ଲା କୁମ୍ଭିକୋଟା ଫାଣ୍ଡି ଅନ୍ତର୍ଗତ ଗୁମ୍ମା ଗାଁରେ ଏଭଳି ଦୁର୍ଘଟଣା ଘଟିଛି। ରାତି ଖାଇସାରି ଶୋଇଥିବା ବେଳେ ଟେଙ୍କର ଟି ଭାରସାମ୍ୟ ହରାଇ ରାସ୍ତା କଡରେ ଦୋକାନ ଉପରେ ମାଡିଯାଇଥିଲା। ଫଳରେ ଟ୍ୟାଙ୍କର ତଳେ ମୃତ ମହିଳାଙ୍କ ସମେତ ତାଙ୍କ ସ୍ବାମୀ କରୁଣାକର ପାତ୍ର ଓ ଡ୍ରାଇଭର ଚାପି ହୋଇଯାଇଥିଲେ। ଦୁଇ ଜଣ ଓ ମୃତ ବୃଦ୍ଧା ଶବ ଙ୍କୁ ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରେ ପୁଲିସ ଓ ଅଗ୍ନଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅନ୍ଯପଟେ ଦୁଇ ଗୁରୁତର ଙ୍କ ମୁଣ୍ଡରେ ଓ ଗୋଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି।କ୍ଷତି ପୂରଣ ଦାବିରେ ସ୍ଥାନୀୟ ବସିନ୍ଦା ରାସ୍ତା ଅବରୋଧ କରିଛନ୍ତି, କୋରାପୁଟ ରୁ ରାୟଗଡା ଯାତାୟାତ ବନ୍ଦ ରହିଛି।ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଗାଡି ମୋଟର ଅଟକି ରହିଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ବୁଝାଇ ସିଝାଇ ରାସ୍ତା ଅବରୋଧ ଦିନ 12ଘଣ୍ଟା 40ମିନିଟ ହଟା ଯାଇଥିଲା।
ରାଜ୍ୟ
ରାସ୍ତା କଡ଼ରେ ଥିବା ଚାଳ ଘର ଉପରେ ମାଡ଼ିଗଲା ଆଲୁମିନିୟମ ଟ୍ୟାଙ୍କର ଜଣେ ମୃତ୍ୟୁ,
- Hits: 123