ପଦ୍ମପୁର-ପଦ୍ମପୁର ଟାଉନ୍ ହଲରେ ସିର୍ଜିନା ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ତରଫରୁ ସମ୍ବଲପୁରୀ ଦିନ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଆନନ୍ଦ ବେହେରାଙ୍କ ସଭାପତିତ୍ଵ ଏହି କାର୍ଯକ୍ରମ ପରିଚାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ଜିତେନ୍ଦ୍ରୀୟ ନାଥ ଗୁରୁ, ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ ସନ୍ତୋଷ ସିଂ ଠାକୁର ଯୋଗଦାନ କରିଥିଲେ। ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ଉଦ୍ଦେଶ୍ୟ ଜ୍ଞାପନ ଓ ଅତିଥି ପରିଚୟ ପ୍ରଦାନ କରି ଥିଲେ। ମୁଖ୍ୟ ବକ୍ତା ଶ୍ରୀ ଠାକୁର ସମ୍ବଲପୁରୀ ଭାଷାର ଗୁରୁତ୍ଵ ଆଲୋକପାତ କରିଥିଲେ ଓ ଏହା ଆମର ଅସ୍ମିତାର ପରିଚୟ ବୋଲି ପ୍ରାଧାନ୍ୟ ଦେଇଥିଲେ। ପରେ ରେଶ୍ମା ଦୋରାଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଆଖଣ୍ଡଲ ଦାଶ,ନରୋତ୍ତମ ଦାଶ, ନରେନ୍ଦ୍ର କୁମାର୍ ସାହୁ,ତୁପେଶ ତ୍ରିପାଠୀ,ବେଣୁଧର ସାହୁ,ମହେଶର ସାହୁ ତଥା ଅନ୍ଯାନ୍ଯ ପଚାଶ ଜଣ କବି କବିତା ପଠନ କରିଥିଲେ। ଯୁବକବି ନରେନ୍ଦ୍ର କୁମାର୍ ସାହୁଙ୍କୁ ନୂଆ ମୂହୂ ସମ୍ମାନ ଓ ଅଦ୍ଦ୍ଵିକା ପଟ୍ଟନାୟକଙ୍କୁ ସିରଜିନା ସଂସ୍କୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଦ୍ଵିତୀୟ ଅଧିବେଶନରେ ବଲାଙ୍ଗୀର କଲେଜର ଅଧ୍ୟାପକ ସିଦ୍ଧାନ୍ତ ଦାଶଙ୍କ ସଂଯୋଜନାରେ ସମ୍ବଲପୁରୀ ଭାଷାରେ ଶ୍ରୀଧର ଓ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଅବଦାନ ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଉକ୍ତ ଆଲୋଚନା ଚକ୍ରରେ ସଞ୍ଜୟ ବହିଦାର,ଆଇନଜୀବୀ ଅଜିତ୍ କୁମାର୍ ଶତପଥୀ,ରଞ୍ଜୁ ଲତା ସାହୁ ଓ ସନ୍ତୋଷ ସିଂ ଠାକୁର ପ୍ରମୁଖ ଅଂଶ ଗ୍ରହଣ କରି ନିଜ ନିଜ ମନ୍ତବ୍ଯ ପ୍ରଦାନ କରିଥିଲେ ।ସନ୍ଧ୍ୟା ଅଧିବେଶନରେ ସଂଯୋଜିକା ମୀନାକ୍ଷୀ ଭୁଏ ଓ ରାଜେନ୍ଦ୍ର କୁମାର୍ ମହାନ୍ତିଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏକ ଟଙ୍କା ସଂଗୀତ ବିଦ୍ୟାଳୟ, ଡ୍ରିମ୍ ସେଭେନ୍ ମ୍ୟୁଜିକ କେଚୋଡାଦର୍ ଡାନ୍ସ ଗ୍ରୁପ, ଶଙ୍କର ଡାନ୍ସଏକ୍ୟାଡମି, ହେପି ଫିଟ୍ ଏକାଡେମୀ, ଅଦ୍ୱିକା ପଟ୍ଟନାୟକ ପ୍ରମୁଖ କଳାକାର ମାନେ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ। ସମ୍ବଲପୁରୀ ଭାଷାର ଅଧ୍ୟାପକ ପୌଲସ୍ତ୍ୟଙ୍କ ନିର୍ଦେଶନାରେ କଂସ ଦରବାର ଅତି ସୁନ୍ଦର ଭାବେ ପରିବେଷିତ ହୋଇଥିଲା । ଆଇନଜୀବୀ ଆଦିତ୍ୟ ରଥ,କିଶୋର ପାତ୍ର, ନାଟ୍ୟକାର କେଶରଞ୍ଜନ ପ୍ରଧାନ,ନାଟ୍ୟକାର ଅଶୋକ ବହିଦାର,
ଭୋଜରାଜ ବୁଡେକ, ସନାତନ ବାରିକ, ଅଶୋକ ମିଶ୍ର, ଆଶିଷ କୁମାର, ରିଙ୍କୁ, ନସିବ, ଶେଷଦେବ ମେହେର
ଭୀଷ୍ମ ସାହୁ, ରମେଶ ଗୁର୍ଲା,
ରାଜେଶ ଗୁର୍ଲା, ସୁରେନ୍ଦ୍ର ସାହୁ, କୁଞ୍ଜ ବିହାରୀ ସରାଫ, ଆକାଂକ୍ଷା ବିଶି ଓ ରିତୁ ମହାନନ୍ଦ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ସମ୍ବଲପୁରୀ ବାବୁ ଓ ନନୀ ସମ୍ବଲପୁରୀ ଫ୍ୟାସନ ସୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଚାରକ ଭାବରେ ଶ୍ରୀ ସୁରେଶ କୁମାର ସାହୁ ଓ ଶ୍ରୀମତୀ ସରିତା ଦୋରା ଯୋଗଦେଇଥିଲେ । ଏଥିରେ ୩୦ ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଆହ୍ବାନ ନାଥ ଓ ପରିଣୀତା ସାହୁ ସମ୍ବଲପୁରୀ ବାବୁ ନନୀ ଭାବରେ ପୁରସ୍କୃତ ହୋଇଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରତାପ ନାଥ ଧନ୍ଯବାଦ ଅର୍ପଣ କରିଥିଲେ ।
ରାଜ୍ୟ
ସିର୍ଜିନା ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ତରଫରୁ ସମ୍ବଲପୁରୀ ଦିନ ପାଳିତ।
- Hits: 313