ହେଡଲାଇନସ୍:

ରାମପୁର କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 


ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟରସ୍ତରୀୟ ମାସିକ ବୈଠକ ସିଆରସିସି ପ୍ରଦୀପ୍ତ କିଶୋର ଦାଶ ଙ୍କ ଅଧକ୍ଷ୍ୟତା ରେ ଅନୁଷ୍ଠିତ ହୋଇଥିଲା l ସ୍ଥାନୀୟ ପ୍ରଧାନ ଶିକ୍ଷକ ହୋସିୟା ଛତ୍ରିୟl ଦୀପ ପ୍ରଜ୍ବଳନ କରି ନିଜର ସୁବକ୍ତବ୍ୟ ପ୍ରଦାନକରି ଉଦଘାଟନ କରିଥିଲେ l ସିଆରସିସି ଶ୍ରୀ ଦାଶ ଶିକ୍ଷଣ ଫଳାଫଳ, ବହୁ ଶ୍ରେଣୀ ପାଠ୍ୟ ଯୋଜନା ପ୍ରସ୍ତୁତି, ଟିଏଲଏମ ପ୍ରସ୍ତୁତି ଓ ବ୍ୟବହାର, ଅଗଷ୍ଟ ମାସର ଶୈକ୍ଷିକ କ୍ୟାଲେଣ୍ଡେର ତଥା ସାମଗ୍ରିକ ପ୍ରଗତି ପତ୍ର ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ l ଶିକ୍ଷକ ଯେଠୁ ସାହୁ, ବଳରାମ ପ୍ରଧାନ, ନିରୁପମା ପାଣିଗ୍ରାହୀ, ଝୁନା ମେହେର, ବିନ୍ଦୁ ମେହେର, କୁଶ ଭୋଇ, ନମିତା ସାହୁ, ଅରୂପା ସାହୁ, ସୁଜିତ ବଗର୍ତି, ସଂଗୀତା ବେହେରା, ସରୋଜ ଦାଶ, ସାରଥୀ ଭୋଇନା, ନାରାୟଣ ବାଗ ଯୋଗଦାନ କରିଥିଲେ l ସବା ଶେଷରେ ଶିକ୍ଷକ କୁଶ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l ସ୍ଥାନୀୟ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଙ୍କ ସହଯୋଗ ଏହି ମାସିକ ବୈଠକ କୁ ସଫଳ କରିଥିଲା l

0
0
0
s2sdefault