ହେଡଲାଇନସ୍:

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗଜବନ୍ଧଠାରେ ଘର ହିଁ ବିଦ୍ୟାଳୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର, ଶାସକ (ପ୍ରଶାସକ ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗଜବନ୍ଧ ଠାରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ବାବାଜୀ ସାହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ଯକ୍ଷ ତେଜେଶ୍ଵର ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଶିଶୁ ବିକାଶରେ ମାଆର ଭୂମିକା ବିଷୟରେ ମାର୍ଗଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ସାହୁ ଅତିଥି ପରିଚୟ ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସଂପାଦକ ଡ଼ୋଳାମଣୀ ସେଠ ଧନ୍ୟବାଦ ଅର୍ପଣ କରିଥିଲେ । ସହ ସଂପାଦକ ଦିଲ୍ଲିପ କୁମାର ସାହୁ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ଉପସ୍ଥିତ ରହି ମାଆ ମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମକୁ ଗୌତମ ଭୋଇ ସଂଯୋଜନା କରିଥିବା ବେଳେ ପ୍ରିୟଙ୍କା , ଲିଲିମା ଓ ଚନ୍ଦନା ଗୁରୁମା ଅନ୍ୟ କାଳାଂଶ ଗୁଡ଼ିକ ନେଇ ଥିଲେ । ବିଦ୍ୟାଳୟର ସମସ୍ତ ଗୁରଜୀ,ଗୁରୁମା ସାହାଯ୍ୟ କରି ସଫଳ କରାଇଥିଲେ ।

0
0
0
s2sdefault