ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ କାର୍ଯ୍ୟାଳୟ ଓ ଆଦିତ୍ୟ ଏଜୁକେସନାଲ ସୋସାଇଟି ମଧ୍ୟରେ ନିଯୁକ୍ତି ଭିତ୍ତିକ ତାଲିମ୍ ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଅଛି।
ଏଥିରେ ଜିଲ୍ଲା ତଥା ରାଜ୍ୟର ୨୪୦ ଜଣ +୨ ପାସ୍ କିମ୍ବା ଫେଲ୍ ହୋଇଥିବା ଯୁବକ , ଯୁବତୀଙ୍କୁ ମାଗଣା ଆବାସିକ ତାଲିମ୍ ତଥା ନିଯୁକ୍ତି ର ସୁଯୋଗ ଯୋଗାଇ ଦିଆଯିବ। ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ଓ ଆଦିତ୍ୟ ଏଜୁକେସନାଲ ସୋସାଇଟି ଶ୍ରୀକାକୁଲମ ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ନାଗେଶ୍ଵର ରାଓ ଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଅଛି।
ଏହା ଦ୍ଵାରା ୨୪୦ ଜଣ ଯୁବକ ଯୁବତୀ ଙ୍କୁ Associate Store Pharma ଓ Patient Relation Associate trade ରେ ନିଯୁକ୍ତି ଭିତ୍ତିକ ସ୍ୱଳ୍ପ ମିଆଦି ତାଲିମ୍ ପ୍ରଦାନ କରାଯିବ।
ରାଜ୍ୟ
ଜିଲ୍ଲା ପ୍ରଶାସନ ଓ ଆଦିତ୍ୟ ଏଜୁକେସନାଲ ସୋସାଇଟି ମଧ୍ୟରେ ନିଯୁକ୍ତି ଭିତ୍ତିକ ଚୁକ୍ତି
- Hits: 175