ହେଡଲାଇନସ୍:

ଗନ୍ଧର୍ବ କଳା ସମ୍ମାନ-୨୦୨୫ ରେ ସମ୍ବର୍ଦ୍ଧିତ ହେଲେ ଶାଶ୍ଵତ ତ୍ରିପାଠୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ଭୁବନେଶ୍ବର ସ୍ଥିତ ଭଞ୍ଜ କଳାମଣ୍ଡପ ଠାରେ ଗନ୍ଧର୍ବ କଳା ସମ୍ମାନ-୨୦୨୫ ରେ ସମ୍ମାନୀତ ହୋଇଛନ୍ତି ସୋନପୁର ଜିଲ୍ଲା ବିନିକା ବ୍ଳକ ସେଲେଡି ମାଟିର କଳାକାର ଶାଶ୍ଵତ କୁମାର ତ୍ରିପାଠୀ । ଏହି ସମ୍ମାନ ଓଡିଶା କଳାକାର ସ୍ୱର ତରଫରୁ କଳାକାର ଦିବସ ପାଳନ ଅବସରରେ କଳାକାର ଶାଶ୍ୱତ ଙ୍କୁ ପ୍ରଦାନ କରାଯାଇଥିବା ବେଳେ ଶାଶ୍ବତ ଦୁଇ ହଜାର ରୁ ଉର୍ଦ୍ଧ ମଞ୍ଚରେ ନିଜର କଳା ପରିବେଷଣ କରି ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି । ଜିଲ୍ଲାର ପ୍ରଥମ ସଦଶ୍ୟ ଭାବେ ସେ ଓଡିଶା ସଂଗୀତ ନାଟକ ଏକାଡେମୀରେ ସ୍ଥାନ ପାଇଥିଲେ । ଏହି ଓଡିଶା କଳାକାର ସ୍ୱର ଦିବସ ପାଳନ ଅବସରରେ ଅନୁଷ୍ଠାନ ର ସଭାପତି ଶ୍ରୀଧର ମାର୍ଥା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସମ୍ବର୍ଦ୍ଧିତ ଉତ୍ସବରେ ସଂପାଦକ ମୃତ୍ୟୁଞ୍ଜୟ ପଣ୍ଡା, ବରିଷ୍ଟ ଫିଲ୍ମ ନିର୍ମାତା ପ୍ରଣବ ଦାଶ, ମ୍ୟୁଜିକ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ପ୍ରଖ୍ୟାତ ଅଭିନେତା ଦୈତାରୀ ପଣ୍ଡା, ପ୍ରଖ୍ୟାତ ନିର୍ଦ୍ଦେଶକ ହରିଶ ମହାନ୍ତି, ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀତମ ଦାଶ, ସମାଜସେବୀ ବାପୁ ଓଝା ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault