ହେଡଲାଇନସ୍:

ଅବକାରୀ ବିଭାଗ ର କାର୍ଯ୍ୟନୁଷ୍ଠାନ: ବିପୁଳ ପରିମାଣର ବ୍ରାଉନସୁଗାର୍ ଓ ଗଞ୍ଜେଇ ସହ ୨ ଚକିଆ ଯାନ ଜବତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଜଗତସିଂହପୁର, ତା ୨୫.୦୭.୨୫ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ରେ ଚଳିତ ଆର୍ଥିକ ବର୍ଷ ରେ ଅବକାରୀ କମିଶନର ଓ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷୀକା ଶ୍ରୀମତୀ ଅନିତା ପ୍ରଧାନ , ସରକାରଙ୍କ ଚିଠି ସଂଖ୍ୟା ୫୧୦୦, ତା-୧୧.୦୯.୨୦୨୪ ଦ୍ଵାରା ପୂର୍ଣ୍ଣକାଳୀନ ନିୟମିତ ଅବକାରୀ ଅଧିକ୍ଷୀକା ଭାବେ ଯୋଗଦେବା ପରେ, ତାଙ୍କ ତତ୍ତ୍ଵାବଧାନରେ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ବ୍ରାଉନସୁଗାର୍ ଓ ଗଞ୍ଜେଇ ସମେତ ୨୧ ଗୋଟି ଦୁଇଚାକିଆ ଯାନ ଜବତି କରିବାରେ ସକ୍ଷମ ହୋଇପାରିଛନ୍ତି।
ଜଗତସିଂହପୁର ସ୍ଥିତ ଯୋଗଧରୀ ନୁଆ ବସ ଷ୍ଟାଣ୍ଡ ପାଖ ରୁ ୭୬ ଗ୍ରାମ୍ ବ୍ରାଉନସୁଗାର୍, PPL ଛକ, ପାରାଦୀପ ଠାରେ ୪୫ ଗ୍ରାମ୍ ବ୍ରାଉନସୁଗାର୍,ମାଣିତିରି ଗ୍ରାମର ଉତ୍ତରସାହି ଛକ, ବିରିଡ଼ି ୨.୩ KG ଗଞ୍ଜେଇ,ଚାନ୍ଦୋଳ ଛକ, ଜଗତସିଂହପୁର ରୁ ୭୮ ଗ୍ରାମ୍ ବ୍ରାଉନସୁଗାର୍,ବେରହିମ୍ ପୁର ଛକ, ଜଗତସିଂହପୁର ରୁ ୧୧୦ ଗ୍ରାମ୍ ବ୍ରାଉନସୁଗାର୍,ତାଳପଡା ଛକ, ତିର୍ତ୍ତୋଲ ୧୧.୬୦୦KG ଗଞ୍ଜେଇ,ବାଉରିଆପଲଣ୍ଡା ଛକ, ପାରାଦୀପ ରୁ ୧୮୦ ଗ୍ରାମ୍ ବ୍ରାଉନସୁଗାର୍ ସହ ଏକ ଦୁଇ ଚକିଆ ଯାନ,ସୀଙ୍ଘଟଲିଆ ଛକ, ବାଲିକୁଦା ରୁ ୫୫ଗ୍ରାମ୍ ବ୍ରାଉନସୁଗାର୍ ସହ ଏକ ଦୁଇ ଚକିଆ ଯାନ,ସାଇ ମନ୍ଦିର ଛକ, ଗୋପାଳସାଗର, ଜଗତସିଂହପୁର୬୨ ଗ୍ରାମ୍ ବ୍ରାଉନସୁଗାର୍,ପାରାଦୀପଗଡ ବଜାର,ପାରାଦୀପ୧୨୦ ଗ୍ରାମ୍ ବ୍ରାଉନସୁଗାର୍ ଜବତ କରାଯାଇଛି।

ଏହି ପରିପ୍ରେକ୍ଷୀରେ ସର୍ବମୋଟ ୭୨୬ ଗ୍ରାମ୍ ବ୍ରାଉନସୁଗାର୍ ଯାହାର ମୂଲ୍ୟ ପ୍ରାୟ ୭୨୬୦୦୦୦ ଟଙ୍କା, ଯାହା ଜଗତସିଂହପୁର ଜିଲ୍ଲାରେ ରେକର୍ଡ ସୃଷ୍ଟି କରିଛି।
ଏହାବ୍ୟତୀତ ଅବୈଧ ମଦ ଓ ମାଦକ ଦ୍ରବ୍ୟ ବିରୁଦ୍ଧରେ ସଂଘଟିତ ଓ ଯୁଜାରୁ ଅଭିଯାନ ଚଲାଯାଇଛି। ବିଭାଗ ଏକ ସକ୍ରିୟ ଭୂମିକା ଗ୍ରହଣ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଛାପାମାରି କାର୍ଯ୍ୟ ଓ ଜବତି କାର୍ଯ୍ୟ ସଫଳତାର ସହ କରିଛି।

ବିଭାଗର ସଂଘଟିତ ଅଭିଯାନ ଫଳରେ ନିମ୍ନଲିଖିତ ଉଲ୍ଲେଖନୀୟ ଫଳାଫଳ ମଧ୍ଯ ମିଳିଛି- ୨୧ ଟି ଦୁଇଚକିଆ ଯାନବାହନ ଅବୈଧ ପରିବହନ ପାଇଁ ଜବତ,- ୧୦୭୨.୪୦ ଲିଟର ଦେଶୀ ମଦ (C.S Liquor), ୩୭୭.୨୮ ଲିଟର ବିଦେଶୀ ମଦ ଓ ୨୩୫.୬୦ ଲିଟର ବିୟର ଜବତ,୧୫ ଲିଟର ଅବୈଧ ତିଆରି ID ଲିକ୍କର, ୫ ଲିଟର ଶୁଳ୍କ ଦେୟ ନଥିବା ଦେଶୀ ମଦ,୪୮୦ ଲିଟର ତାଡି (ତାରି) ଜବତ,୧୦ କି.ଗ୍ରାମ୍ ଭାଙ୍ଗ ଜବତ କରି ଜିଲ୍ଲାରେ ସର୍ବମୋଟ ୩୬୨ ଟି ଅବକାରୀ କେସ୍ ରୁଜ୍ଜୁ କରାଯାଇଛି।
ଅନୁରୂପ ଭାବେ ଗତବର୍ଷ ତୁଳନାରେ ଚଳିତ ବର୍ଷମଧ୍ଯ ରାଜସ୍ୱ ଆୟ ସଂଗ୍ରହରେ ଉନ୍ନତି ଆଣିବାରେ ସକ୍ଷମ ହୋଇଛି ଅବକାରୀ ବିଭାଗ। ଯଥା ଗତ ବର୍ଷ ବିଭାଗର ରାଜସ୍ୱ ଲକ୍ଷ୍ୟ ୧୬ କୋଟି ଥିଲାବେଳେ ଅବକାରୀ ବିଭାଗ ତାର କାର୍ଯ୍ୟ ଦକ୍ଷତା ବଳରେ ରାଜସ୍ୱ ଆୟ ୧୮କୋଟି କରିବାରେ ସକ୍ଷମ ହୋଇଥିଲା।

ଏହି ସଫଳତା ବିଭାଗର ଅନୁଶାସନ, କଠୋର ଅଭିଯାନ ଓ ନିୟମିତ ତଦନ୍ତକୁ ପ୍ରତିଫଳିତ କରେ। ଆଗାମୀ ଦିନରେ ମଧ୍ୟ ଏହି ପ୍ରକାର ଅଭିଯାନ ଅବ୍ୟାହତ ରହିବ। ତେଣୁ ଅବୈଧ କାର୍ଯ୍ୟ ବିରୋଧରେ ସହଯୋଗ କରିବା ସହ ଯେଉଁଠାରେ ନିଶା କାରବାରର କୌଣସି ତଥ୍ୟ ପାରିବେ ତୁରନ୍ତ ଅବକାରୀ ବିଭାଗକୁ ଅବଗତ କରାଇ ବାକୁ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

0
0
0
s2sdefault