ଜଗତସିଂହପୁର, ତା୨୪.୦୭.୨୫ରିଖ ସୁମନ୍ତ କୁମାର ଦାସ : ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ଆନୁକୂଲ୍ୟ ରେ ଜିଲ୍ଲା ସଡକ ସୁରକ୍ଷା କମିଟି ର ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକ ରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର , ଶ୍ରୀ ଜ୍ୟୋତି ଶଙ୍କର ରାୟ ଦୁର୍ଘଟଣା ର କାରଣ ଗୁଡ଼ିକ ଉପରେ ଗୁରୁତ୍ୱାରୋପ କରି ତାର ନିରାକରଣ ନିମନ୍ତେ ପଦକ୍ଷେପ ନେବା ପାଇଁ କହିଥିଲେ। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ସେ ମଧ୍ୟ କହିଥିଲେ ଯେ ଦୁର୍ଘଟଣା ରେ କ୍ଷତିଗ୍ରସ୍ତ ଲୋକଙ୍କୁ ଯେମିତି ସଠିକ୍ ସମୟରେ ସାହାଯ୍ୟ ଓ ସହାୟତା ପ୍ରଦାନ କରାଯିବ ସେ ପ୍ରତି ଦୃଷ୍ଟି ଦିଆଯାଉ। ନୂତନ ଭାବେ ପ୍ରଣୀତ ହୋଇଥିବା 'ରାହ ବୀର' ଯୋଜନା ବିଷୟ ରେ ଅବଗତ କରାଇଥିଲେ । ଏହି ଯୋଜନା ଅନୁଯାୟୀ,ଯେଉଁମାନେ ଦୁର୍ଘଟଣା ର ଶିକାର ହେଉଥିବା ଲୋକ ମାନଙ୍କୁ ଗୋଲ୍ଡେନ ଅୱାର ଭିତରେ ଡାକ୍ତର ଖାନା ପହଞ୍ଚାଇ ସରକାର ଙ୍କ ତରଫରୁ ୨୫୦୦୦ ଟଙ୍କା ର ପୁରସ୍କାର ପ୍ରଦାନ କରାଯିବ। ବୈଠକ ରେ ଉପସ୍ଥିତ ରହି ଆରକ୍ଷୀ ଅଧିକ୍ଷକ ଶ୍ରୀ ଭବାନୀ ଶଙ୍କର ଉଦଗାତା ରାସ୍ତା ମରାମତି, ଶିକ୍ଷା, ସଚେତନତା, ଆଇନ ଅମନ୍ୟକାରି ବିରୁଦ୍ଧ ରେ କାର୍ଯ୍ୟନୁଷ୍ଠାନ ଦୁର୍ଘଟଣା ର ମାତ୍ରା କମାଇ ପାରିବ ବୋଲି ମତ ଦେଇଥିଲେ।ଏହି ବୈଠକ ରେ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ଵୀପ, ଶ୍ରୀ ନିରଞ୍ଜନ ବେହେରା କହିଲେ ଯେ ଗତ ୨ ମାସ ମଧ୍ୟରେ ଏନଫୋର୍ସମେଣ୍ଟ ଫଳରେ ଦୁର୍ଘଟଣା ର ମାତ୍ରା କମିଛି। ତେଣୁ ପୋଲିସ, ପ୍ରଶାସନ, ପରିବହନ ବିଭାଗ ଓ ଜନ ସାଧାରଣ ଙ୍କ ମିଳିତ ସହଯୋଗ ରେ ଏହି କାର୍ଯ୍ୟ ସମ୍ଭବ। ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ ମଧ୍ୟ ଦୁର୍ଘଟଣା ର କାରଣ ଓ ନିରାକରଣ ଉପରେ ଆଲୋକପାତ କରିବା ସହ ବିଭିନ୍ନ କାର୍ଯ୍ୟଳୟ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ଅନୁଷ୍ଠାନ ପାଖରେ ସଡକ ସୁରକ୍ଷା ସଚେତନତା ବାର୍ତ୍ତା ପ୍ରଦର୍ଶନ ପାଇଁ ଉପଦେଶ ଦେଇଥିଲେ। ବୈଠକ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ପାରାଦ୍ଵୀପ ମଞ୍ଚାସିନ ଥିଲେ।ବୈଠକରେ ଜିଲ୍ଲା ରେ ସଡକ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଅଠର ବର୍ଷ ରୁ କମ ବୟସ୍କ ପିଲା ମାନଙ୍କ ଗାଡ଼ି ଚଳାଇବା ଉପରେ କଟକଣା କରିବା, ଆଇ ଆର ଏ ଡି ବା ଇଣ୍ଟିଗ୍ରେଟେଡ ରୋଡ ଆକ୍ସିଡେଣ୍ଟ ଡାଟାବେସ, ଇଲେକ୍ଟ୍ରୋନିକ ଡିଟେଲ ଆକ୍ସିଡେଣ୍ଟ ରିପୋର୍ଟ ର କାର୍ଯ୍ୟକାରିତା ବିଷୟ ରେ ଆଲୋଚନା କରା ଯାଇଥିଲା। ଗାଡ଼ି ଚାଳକ ମାନଙ୍କୁ ସତର୍କ କରାଇବା ପାଇଁ ବସ୍ ଓ ଟ୍ରକ୍ ମାଲିକ ସଂଘ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ବିଭିନ୍ନ ବିଭାଗ ର ଅଧିକାରୀ ଓ ସହର ର ବୁଦ୍ଧିଜୀବୀ ମାନେ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ଏହି ବୈଠକ ରେ କମିଟି ର ସଦସ୍ୟ, ବସ ଓ ଟ୍ରକ ମାଲିକ ସଂଘ ର କର୍ମକର୍ତ୍ତା,ସହରର ବରିଷ୍ଠ ବୁଦ୍ଧିଜୀବୀ, ପ୍ରମୁଖ ଉପସ୍ଥିତ ଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ ମହାନ୍ତି କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ ଓ ଶେଷ ରେ ଧନ୍ୟବାଦ ଅର୍ପଣ
ରାଜ୍ୟ
ଜଗତସିଂହପୁର ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ
- Hits: 55