ବହୁଭାଷୀୟ ସାହିତ୍ଯ ଆସରରେ ଅଧ୍ୟାପିକା ଡ.କଲ୍ୟାଣୀ ମିଶ୍ରଙ୍କ ଯୋଗଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଝାଡଖଣ୍ଡ ର ଘାଟଶିଲା ଠାରେ ନେତାଜୀ ସୁଭାଷଚନ୍ଦ୍ର ବୋଷ ଜୟନ୍ତୀ ଉଦଯାପନ କମିଟି ଦ୍ବାରା ପରିଚାଳିତ , ସ୍ଥାନୀୟ ବିଭୁତି ସ୍ମୃତି ସଂସଦ ହଲଠାରେ ଏକ ବହୁଭାଷୀୟ କବି ସମ୍ମିଳନୀ , ସାହିତ୍ଯ ଚର୍ଚ୍ଚା , ସମ୍ବର୍ଦ୍ଧନ ପର୍ବ ଏବଂ ବହି ପ୍ରକାଶନ ସମାରୋହ ଅନୁଷ୍ଠିତ ହୋଇଥିଲା।
ଏଥିରେ ଓଡ଼ିଆ , ବଙ୍ଗଳା , ହିନ୍ଦୀ , ସାନ୍ତାଳି , ମୁଣ୍ଡାରି , ଟୁସୁ , ପୁରୁଲିଆ , ଭୋଜପୁରୀ ଏବଂ ଇଂରାଜୀ ଭାଷାରେ କବିତାପାଠ ଏବଂ ସାହିତ୍ଯ ଆଲୋଚନା ପାଇଁ ଦୁଇଶହ ଜଣ ଲେଖକ-ଲେଖିକା ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ଭାଷାର ଭିନ୍ନତା ଥିଲେ ମଧ୍ଯ ଭାବ ଏକ ଥିଲା-ସାହିତ୍ଯ ମାଧ୍ୟମ ରେ ସମାଜରେ ସଂସ୍କାର ଆଣିବା।
ଏହି ଅବସରରେ ଯୋଗଦେଇଥିବା ଲେଖକ ଲେଖିକାମାନଙ୍କ ଦ୍ବାରା ରଚିତ ବିଭିନ୍ନ ଭାଷା ସମ୍ବଳିତ ଏକ ପତ୍ରିକା "ଉଲଟା ହାଓଆ " ପ୍ରକାଶିତ ହୋଇ ଲୋକାର୍ପଣ ହୋଇଥିଲା।
ଏହି ସମାରୋହରେ ଓଡ଼ିଶାର ଅନ୍ଯାନ୍ଯ ଲେଖକ ଲେଖିକାମାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ଡ.କଲ୍ଯାଣୀ ମିଶ୍ର ନିମନ୍ତ୍ରିତ ଅତିଥି ତଥା କବି ଭାବରେ ଯୋଗ ଦେବା ପୂର୍ବକ କବିତାପାଠ ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ମାନପତ୍ର ଓ ଉପଢୌକନ ସହ ଲେଖିକାଙ୍କୁ ସମ୍ବର୍ଦ୍ଧିତ ମଧ୍ଯ କରାଯାଇଥିଲା। ଜାତୀୟସ୍ତରର ସାହିତ୍ଯ ସମାରୋହ ରେ ଡ.କଲ୍ଯାଣୀ ମିଶ୍ରଙ୍କର ଏହା ପ୍ରଥମ ଅନୁଭୂତି ଏବଂ ଏହା ନିଶ୍ଚିତ ଭାବରେ ଏକ ସମ୍ମାନର ବିଷୟ ବୋଲି ସେ ମତବ୍ୟକ୍ତ କରିଥିଲେ।

0
0
0
s2sdefault