ହେଡଲାଇନସ୍:

ଜେଡ୍‌ଟପ୍ ଆଇଓଟି ସଲ୍ୟୁଶନ୍ସ ପକ୍ଷରୁ ‘ଜଗା କଥା’ ଉନ୍ମୋଚିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଟେକ୍ନୋଲୋଜି ଓ ପରମ୍ପରାର ଏକ ଉଲ୍ଲେଖନୀୟ ମିଶ୍ରଣରେ ଓଡିଶା-ଭିତିକ ଡିପ୍‌-ଟେକ ଷ୍ଟାର୍ଟଅପ ଜେଡ୍‌ଟପ ଆଇଓଟି ସଲ୍ୟୁଶନ୍ସ ପ୍ରାଇଭେଟ ଲିମିଟେଡ ଏହାର ନୂତନ ସାଂସ୍କୃତିକ ପଦକ୍ଷେପ ଜଗା କଥା’ର ଉନ୍ମୋଚନ କରିଛି । ଏହା ହେଉଛି ଏକ ଏଆଇ-ଜେନେରେଟେଡ ମ୍ୟୁଜିକ ଭିଡିଓ ଯାହା ପୁରୀ ଧାମ ଓ ମହାପ୍ରଭୁ ଜଗନ୍ନାଥଙ୍କ ଲୁଚି ଯାଇଥିବା କିମ୍ବନ୍ଦନ୍ତୀ, ପୁରୁଣା ପ୍ରଥା ଓ ରହସ୍ୟମୟ କାହାଣୀଗୁଡିକୁ ଜୀବନ୍ତ କରିଛି । ବିଶ୍ୱ ପାଇଁ ଭାରତରେ ନିର୍ମିତ ଏକ ମେଡିକାଲ ଡିଭାଇସ, ଏପିଡର୍ମାଲରେ ନିଡିଲ ବେସ୍‌ଡ ମେଡିକାଲ ପଦ୍ଧତି ପାଇଁ ଏକ ପେନ୍‌ଲେସ୍ ସମାଧାନର ଉଦ୍ଭାବନ କରିବା ପାଇଁ ପରିଚିତ ଜେଡ୍‌ଟପ ଏବେ ଉଦ୍ଭାବନ ପାଇଁ ସମାନ ଉତ୍ସାହର ସହ ଆଧ୍ୟାତ୍ମିକ ଓ ସାଂସ୍କୃତିକ କ୍ଷେତ୍ରରେ ପ୍ରବେଶ କରିଛି, ଯାହା ଦୃଶ୍ୟାତ୍ମକ ଓ ଭାବପ୍ରବଣତା ଦୃଷ୍ଟିରୁ ଏକ ଆକର୍ଷଣୀୟ ଫର୍ମାଟରେ ଭକ୍ତିପୂର୍ଣ୍ଣ କାହାଣୀଗୁଡିକୁ ବିଶ୍ଳେଷଣ କରିବା ପାଇଁ ଆର୍ଟିଫିସିଆଲ ଇଂଟେଲିଜେନ୍ସକୁ ଆହ୍ୱାନ କରିଛି ।

 ପ୍ରଭୁ ବେଦୀ ହନୁମାନଙ୍କ ଉପରେ କେନ୍ଦ୍ରିତ ସିରିଜରେ ଏହି ପ୍ରଥମ ମ୍ୟୁଜିକ ଭିଡିଓ ହିନ୍ଦୀ ଭାଷାରେ ଏକ ପ୍ରଥମ ଧରଣର ଏଆଇ-ନିର୍ମିତ ଭକ୍ତିପୂର୍ଣ୍ଣ ସଙ୍ଗୀତ ଅଟେ, ଯାହାକୁ ଭାରତର ବହୁସଂଖ୍ୟକ ଦର୍ଶକଙ୍କ ନିକଟରେ ପହଂଚିବା ପାଇଁ ଡିଜାଇନ କରାଯାଇଥିଲା । ଏହି ଭିଡିଓରେ ଜଗନ୍ନାଥ ସଂସ୍କୃତି ସହ ଗଭୀର ଭାବେ ଜଡିତ ଏକ ପବିତ୍ର କାହାଣୀ ପାଇଁ ସଙ୍ଗୀତ,ପୌରାଣିକ କାହାଣୀ ଓ ଆଧୁନିକ ଦୃଶ୍ୟକୁ ଏକତ୍ରିତ କରାଯାଇଛି । ଓଡିଆ ଓ ଅନ୍ୟାନ୍ୟ ଆଂଚଳିକ ଭାଷା ସଂସ୍କରଣରେ ଏହାକୁ ରିଲିଜ କରିବା ପାଇଁ ଯୋଜନା ରହିଥିବା ବେଳେ ଏହି ପଦକ୍ଷେପ ଓଡିଶାର ଆଧ୍ୟାତ୍ମିକ ବିରାସତ ପ୍ରତି ଏକ ବହୁଭାଷୀୟ ଶ୍ରଦ୍ଧାଞ୍ଜଳି ହେବା ପାଇଁ ପ୍ରତିଶ୍ରୁତି ଦେଉଛି ।

 ଡିଜିଟାଲ ପିଢି ସହ ପ୍ରାଚୀନ ଜ୍ଞାନକୁ ପ୍ରତିଧ୍ୱନିତ୍ୱ କରିବା ପାଇଁ ଏକ ଲକ୍ଷ୍ୟ ଦ୍ୱାରା ପରିଚାଳିତ ଜେଡ୍‌ଟପ୍‌ର ଜଗା କଥା ସଙ୍ଗୀତର ସାର୍ବଜନିନ ଭାଷା ଓ ଆର୍ଟିଫିସିଆଲ ଇଂଟେଲିଜେନ୍ସର ସୀମାହୀନ ସମ୍ଭାବନାକୁ ବ୍ୟବହାର କରି ପୁରୀର ସାଂସ୍କୃତିକ ଆଧାରର ରହସ୍ୟଗୁଡିକୁ ଉନ୍ମୋଚିତ କରିବା ପାଇଁ ପ୍ରୟାସ କରିଛି । ଏସମ୍ପର୍କରେ ଜେଡ୍‌ଟପ ଆଇଓଟି ସଲ୍ୟୁଶନ୍ସର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅବନିସ ନାୟକ କହିଛନ୍ତି, “ଆମର ଲକ୍ଷ୍ୟ ହେଉଛି ଏହି କାଳଜୟୀ କାହାଣୀଗୁଡିକୁ ସଂରକ୍ଷିତ ରଖିବା ଏବଂ ସେଗୁଡିକୁ ଏଭଳି ଏକ ଉପାୟରେ ଉପସ୍ଥାପନ କରିବା ଯାହା ତାହାର ଆଧ୍ୟାତ୍ମିକ ସତ୍ୟତାକୁ ବଜାୟ ରଖି ଆଜିର ଯୁବପିଢିଙ୍କୁ ବାର୍ତା ଦେଉଥିବ ।” ଏହି ପଦକ୍ଷେପ ପୂର୍ବରୁ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ, ଶ୍ରୀ ରବି ନାରାୟଣ ରଥଶର୍ମା, ଶ୍ରୀ ମନୋଜ କୁମାର ଜେନା, ଶ୍ରୀ ଅନିଲ ଧୀର୍‌, ଶ୍ରୀମତି ପଂଚମୀ ମାନୁ ଉକିଲ ଓ ବକୁଳ ଫାଉଣ୍ଡେଶନର ସୁଜିତ ମହାପାତ୍ରଙ୍କ ସମେତ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସମର୍ଥନ ହାସଲ କରିଛି- ଯାହାଙ୍କର ପ୍ରୋତ୍ସାହନ ଏହି ପ୍ରକଳ୍ପକୁ ଅଧିକ ଶକ୍ତି ଓ ଆତ୍ମୀୟତା ଦେଇଛି ।

 ପ୍ରଥମ ପର୍ଯ୍ୟାୟରେ ଜଗା କଥାକୁ ୫ରୁ ୬ଟି ମ୍ୟୁଜିକ ଭିଡିଓରେ ରିଲିଜ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି, ପ୍ରତ୍ୟେକ ଭିଡିଓ ପୁରୀର ଉତ୍କୃଷ୍ଟ ଧାର୍ମିକ ପରିଦୃଶ୍ୟ ସହ ଜଡିତ ଏକ ସ୍ୱତନ୍ତ୍ର କାହାଣୀ ଉପରେ ଗୁରୁତ୍ୱ ଦେଉଛି । ଏହି ଭିଡିଓଗୁଡିକ କେବଳ କାହାଣୀ କହିବା ସମ୍ପର୍କିତ ନୁହେଁ ବରଂ ସେଗୁଡିକ ଡିଜିଟାଲ ତୀର୍ଥଯାତ୍ରା ଅଟେ ଯାହା ଉତ୍କଣ୍ଠା ଓ ଭକ୍ତିଭାବ ଜାଗ୍ରତ କରିବା ଏବଂ ଲୋକମାନଙ୍କୁ, ବିଶେଷ କରି ଯୁବପିଢିଙ୍କୁ ସେମାନଙ୍କର ସାଂସ୍କୃତିକ ଐତିହ୍ୟ ସହ ପୁଣିଥରେ ସଂଯୋଜିତ କରିବା ପାଇଁ ଉଦ୍ଦିଷ୍ଟ ଅଟେ ।

 ଜେଡ୍‌ଟପ ଆଇଓଟି ସଲ୍ୟୁଶନ୍ସ ବକୁଳ ଫାଉଣ୍ଡେଶନ, ନିଶାନ୍ତ ନିହାର, କମଳ ରାଠି, କୁମାର ଔରୋଜ୍ୟୋତି ଓ ସମସ୍ତ ଶୁଭେଚ୍ଛୁଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛି, ଯିଏ ଏହି ଦୂରଦୃଷ୍ଟିସମ୍ପନ୍ନ ଯାତ୍ରାରେ ସହଯୋଗ କରିଥିଲେ । ବେଦୀ ହନୁମାନଙ୍କ କାହାଣୀ ସହ ଆରମ୍ଭ ହେବା ସହିତ ଜଗା କଥା ଉପରୁ ପରଦା ହଟିଥିବାରୁ, ଏହି ଷ୍ଟାର୍ଟଅପ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଟେକ୍ନୋଲୋଜି ମାଧ୍ୟମରେ ପୁନଃପରିକଳ୍ପନା କରାଯାଇଥିବା ଭକ୍ତିକୁ ଅନୁଭବ କରିବା ପାଇଁ ଆମନ୍ତ୍ରିତ କରିଛି ।

 

0
0
0
s2sdefault