ହେଡଲାଇନସ୍:

ସିଂହଦ୍ଵାରରେ ତିନି ଠାକୁରଙ୍କ ରଥ ଉଭା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା) : ସ୍ଥାନୀୟ ଖଲ୍ଲିକୋଟ ରେ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କର ଯାତ୍ରା ଶେଷ ହୋଇଗଲା ବୋଲି ଜଣାପଡିଛି। ଦୀର୍ଘ ୯ଦିନ ବ୍ୟାପି ଗୁଣ୍ଡିଚା ମନ୍ଦିରରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଦେଵୀ ଙ୍କର ଆବିର୍ଭାବ ହୋଇଥିଲା। କିନ୍ତୁ ଆଜି ମାଉସୀ ମା ମନ୍ଦିର ଜନ୍ମ ବେଦୀ ରୁ ରତ୍ନ ସିଂହାସନକୁ କୁ ଆସିବା ପାଇଁ ତିନି ଠାକୁରଙ୍କୁ ପ୍ରସ୍ତୁତ କରାଯାଇଛି,vଏଅଵସରରେ ଜୀଉମାନଙ୍କର ନିତୀ କାନ୍ତି ସାରି ପହଣ୍ଡିବିଜେ ରଥକୁ କରାଯାଇଥିଲା ।
ଛେରାପହଁରା ପରେ ତିନି ଠାକୁରଙ୍କ ରଥ ଟଣାଯାଇ ସିଂହଦ୍ଵାରକୁ ଅଣାଯାଇଛି। ସୁଭଦ୍ରାରଥକୁ ମହିଳା ମାନେ ଟାଣିଥିଲେ । ଆଜିର ଏ ଯାତ୍ରା ଦରବାର ରେ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଥିଲା ବୋଲି ଜନଶ୍ରୁତି ଜଣାଯାଏ।
ରବି ଵାର ଦିନ ସୁନାବେଶ ପାଇଁ ଆୟୋଜନ ଚାଲିଛି ବୋଲି ଜଣାପଡିଛି। ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଖଲ୍ଲିକୋଟ ର ମନ୍ଦିର ସମୂହ କାର୍ଯ୍ୟାଳୟ ର କର୍ମ ଚାରୀ ଗଣ ତଥା ସ୍ଥାନୀୟ ଖଲ୍ଲିକୋଟ ତହସିଲ ଦାର ,ଡି .ମାଲେଶ୍ଵର ପାତ୍ର,ରାଜସ୍ବ ନିରେକ୍ଷକ ମୀନକେତନ ଶବର , ଖଲ୍ଲିକୋଟ ଥାନା ଅଧିକାରୀ ରମେଶ ପ୍ରଧାନ , ସଵ୍ ଇନ୍ସପେକ୍ଟର ମାନସୀ, ସଵ୍ଇନସ୍ପେକଟର ଦେବଦତ୍ତ ପ୍ରିୟଦର୍ଶିନୀ, ଛତ୍ରପୁର ଏସ୍ ଡିପିଓ ଭେଜିପୁଟ ଫାଣ୍ଡି ଅଧିକାରୀ , ତଥା ଅନ୍ୟାନ୍ୟକର୍ମ ଚାରୀ, ବିଦ୍ୟୁତ ଵିଭାଗ, ସ୍ବାସ୍ଥ୍ୟ ବିଭାଗ ଅଗ୍ନିଶମ କର୍ମଚାରୀ, ବଜରଙ୍ଗଦଳ, ଖଲ୍ଲିକୋଟ ଜନସାଧାରଣ, ଖଲ୍ଲିକୋଟ ଏନ୍ ଏ ସି କର୍ମ ଚାରୀ ମାନେ ଥିଲେ ବୋଲି ଜଣାପଡିଛି।

0
0
0
s2sdefault