ହେଡଲାଇନସ୍:

ଦିଲ୍ଲୀର ୭୫ ତୀର୍ଥଯାତ୍ରୀ ଅଲାରନାଥଙ୍କ ପରେ ରଘୁନାଥଙ୍କ ଦର୍ଶନ ସାରି ଫେରିଲେ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ,୨୪।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଅନ୍ୟତମ ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ଶ୍ରୀ ରଘୁନାଥ ଜିଉଙ୍କୁ ଦିଲ୍ଲୀରୁ ଆସିଥିବା ୭୫ ଜଣିଆ ତୀର୍ଥଯାତ୍ରୀ ଦଳ ମଙ୍ଗଳବାର ସନ୍ଧ୍ୟାରେ ଓଡ଼ଗାଁରେ ପହଞ୍ଚି ରଘୁନାଥଙ୍କ ଦର୍ଶନ କରିଥିଲେ । ମନ୍ଦିର ପ୍ରଶାସନ ତରଫରୁ ଏବଂ ପାଳିଆ ସେବକ ପୁଜକ ପରିଷଦର ସଭାପତି ପ୍ରଫୁଲ୍ଲ ମହାପାତ୍ରଙ୍କ ସହିତ ଅନ୍ୟ ସେବକମାନେ ଯାତ୍ରୀମାନଙ୍କୁ ଠାକୁରଙ୍କ ଦର୍ଶନ କରାଇଥିଲେ । ଓଡ଼ଗାଁ ଅଞ୍ଚଳର ତୀର୍ଥଯାତ୍ରୀ ମାନେ ଆଲାହାବାଦ, ଅଯୋଧ୍ୟା, ବାରଣାସୀ, ଦିଲ୍ଲୀ ସହିତ ବିଭିନ୍ନ ତିର୍ଥକ୍ଷେତ୍ର ଓ ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଯାଇଥାନ୍ତି । ହେଲେ ଦିଲ୍ଲୀରୁ ଆସି ଯାତ୍ରୀ ମାନେ ଅଲାରନାଥଙ୍କୁ ଦର୍ଶନ କରିବା ପରେ ରଘୁନାଥଙ୍କ ଦର୍ଶନ କରିଥିବାରୁ ସେବକ ପରିଷଦ ଖୁସି ବ୍ୟକ୍ତ କରିଥିଲେ ।

0
0
0
s2sdefault