ଓଡଗାଁ,୨୪।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ମଦନପୁର ପବିତ୍ର ସାହୁ ମୃତ୍ୟୁ ଘଟଣାର ତଦନ୍ତ ପରେ ଟ୍ରାକ୍ଟର ଚକା ତଳେ ଚାପିହୋଇ ପ୍ରାଣ ହରାଇଥିବା ଜଣାପଡିଛି । ଏନେଇ ପବିତ୍ରଙ୍କ ସ୍ତ୍ରୀ ମାମି ସାହୁଙ୍କ ଅଭିଯୋଗ ଅନୁସାରେ ଓଡ଼ଗାଁ ପୋଲିସ ୧୮୪/୨୦୨୫ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ । ପବିତ୍ର ସାହୁ ତାଙ୍କର ଓଡି ୨୫ଏଫ୍ ୧୨୯୬ ଏକ୍ ସେଲ୍ ମୋପେଡ ବାଇକରେ ତାଙ୍କ ଗାଁ ମଦନପୁରର ବାବୁଲା ସାହୁକୁ ପଛରେ ବସାଇ ଢୋଲମସ୍କାରୁ ମଦନପୁର ଯାଉଥିଲେ । ଡହଙ୍ଗୀ ନିକଟ ଗୋଡ଼ ଅତିକ୍ରମ କରୁଥିଲେ । ସାମ୍ନାରୁ ଏକ ଟ୍ରାକ୍ଟର ଆସି ଯିବାରୁ ପବିତ୍ର ନିୟନ୍ତ୍ରଣ ହରାଇ ଟ୍ରାକ୍ଟର ସହ ଧକ୍କା ହୋଇଥିଲେ । ପଛରେ ବସିଥିବା ବାବୁଲା ସାହୁ ଛିଟିକି ପଡ଼ିଥିବା ବେଳେ ପବିତ୍ର ଉପରେ ଟ୍ରାକ୍ଟର ମାଡି ଯିବାରୁ ତାହାର ମୃତ୍ୟୁ ଘଟିଥିଲା । ଏବଂ ଟ୍ରାକ୍ଟର ଚାଳକ ଓ ବାବୁଲା ମରିଜିବା ଜାଣି ଘଟଣା ସ୍ଥଳରୁ ଖସି ଚାଲିଯାଇଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିବା ପରେ ଘଟଣାର ପର୍ଦ୍ଧାଫାଶ ହୋଇଥିଲା । ପୋଲିସ ପବିତ୍ରର ବାଇକ୍ ସହିତ ଟ୍ରାକ୍ଟର କୁ ଜବତ୍ କରିଛନ୍ତି । ଏବଂ ଟ୍ରାକ୍ଟର ଚାଳକ ବସନ୍ତ କୁମାର ନାୟକକୁ ଗିରଫ କରିଛନ୍ତି । ସୂଚନା ଥାଉକି ଟ୍ରାକ୍ଟର ଚାଳକ ଏବଂ ପବିତ୍ର ପଛରେ ବସିଥିବା ବାବୁଲା ଦୁର୍ଘଟଣା ସଂମ୍ପର୍କରେ ନିରବ ରହିବାରୁ ପ୍ରକୃତ ଘଟଣା ପୋଲିସ ତଦନ୍ତରୁ ଜଣାପଡ଼ିଥିଲା ।
ରାଜ୍ୟ
ମଦନପୁର ପବିତ୍ର ମୃତ୍ୟୁ ଘଟଣା, ଟ୍ରାକ୍ଟର ଚକା ତଳେ ପତି ଜୀବନ ଗଲା,
- Hits: 258