ହେଡଲାଇନସ୍:

ଠାକୁର ଜମି ଖାଇବା ଉଦ୍ୟମ ଫସର ଫାଟିଲା !!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶ୍ରୀ ବାଲୁଙ୍କେଶ୍ୱର ମହେଶ ବିଜେ ଟ୍ରଷ୍ଟ ବୋର୍ଡ ଠାକୁରଙ୍କର ସମସ୍ତ ଭୂସମ୍ପତ୍ତି ଓ ଜମିବାଡି ଠାକୁରଙ୍କ ନାମରେ ମାଲିକାନା ସ୍ୱତ୍ତ୍ୱ ବଳବତ୍ତର ରହିବ::ଓଡ଼ିଶା ଉଚ୍ଚ ନ୍ୟାୟାଳୟ

କେନ୍ଦୁଝର,ତା୨୪/୬- ମାନ୍ୟବର ଉଚ୍ଚ ନ୍ୟାୟାଳୟ, ଓଡ଼ିଶା ତରଫରୁ ନିର୍ଦ୍ଦେଶ ଜାରିକରି ସ୍ପଷ୍ଟ ଭାବରେ କହିଛନ୍ତି ଯେ, କେନ୍ଦୁଝର ଗଡ଼ ବଡ଼ଶାସନସ୍ଥିତ ଶ୍ରୀ ବାଲୁଙ୍କେଶ୍ୱର ମହେଶ ବିଜେ ଟ୍ରଷ୍ଟ ବୋର୍ଡର ସମସ୍ତ ଜାଗା ତଥା ଜମିବାଡି ପୂର୍ବପରି ମାଲିକାନା ସତ୍ତ୍ବ ଠାକୁରଙ୍କ ନାମରେ ବଳବତ୍ତର ରହିବ। ଓଡ଼ିଶା ରାଜ୍ଯ ସରକାରଙ୍କ ବୋର୍ଡ ଅଫ୍ ରେଭେନ୍ୟୁ ଦ୍ବାରା କେନ୍ଦୁଝର ଗଡ଼ ବଡ଼ ଶାସନ ସ୍ଥିତ ଶ୍ରୀ ବାଲୁଙ୍କେଶ୍ୱର ମହେଶ ବୀଜେ ଠାକୁରଙ୍କ ନାମରେ ରହିଥିବା କାଳୀତୀର୍ଥ ପଡିଆ, କେନ୍ଦୁଝର ଷ୍ଟାଡିୟମ, ଟେଲିଫୋନ କେନ୍ଦ୍ର ସମ୍ମୁଖ ମ୍ୟୁନିସିପାଲିଟି ମାର୍କେଟ, କେନ୍ଦୁଝରଗଡ଼ ପୌରପାଳିକା କାର୍ଯ୍ୟାଳୟ ଓ ଠାକୁରଙ୍କ ଅନ୍ଯାନ୍ଯ ସମସ୍ତ ଭୂସମ୍ପତ୍ତି ତଥା ଜମିବାଡି ଟ୍ରଷ୍ଟ ବୋର୍ଡ ମାଲିକାନା ସତ୍ତ୍ବ ଠାକୁରଙ୍କ ନାମରେ ବଳବତ୍ତର ରଖିଥିବା ସୂଚନା ମିଳୁଅଛି। ଓଡ଼ିଶା ରାଜ୍ଯ ସରକାରଙ୍କ ବୋର୍ଡ ଅଫ୍ ରେଭେନ୍ୟୁ ନିଷ୍ପତ୍ତିକୁ ଖାରଜ କରିବା ସହିତ ପରବର୍ତ୍ତୀ ନ୍ୟାୟିକ ବିଚାର କରିବା ପାଇଁ ଉପଯୁକ୍ତ ଯୁକ୍ତିଯୁକ୍ତ ତଥ୍ଯ କୋର୍ଟରେ ଦାଖଲ କରିବା ପାଇଁ ବୋର୍ଡ ଅଫ୍ ରେଭେନ୍ୟୁ ଡିପାର୍ଟମେଣ୍ଟକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଅନୁସନ୍ଧାନ କରିବା ଦ୍ବାରା ଜାଣିବା ପାଇଁ ମିଳୁଅଛି କି, ବର୍ତ୍ତମାନର ଶାସନାଧିନ ବିଜେପି ସରକାର ଚଞ୍ଚକତା କରି ଶ୍ରୀ ବାଲୁଙ୍କେଶ୍ୱର ମହେଶ ବିଜେ ଠାକୁରଙ୍କ ନାମରେ ରହିଥିବା ସମସ୍ତ ଜମିବାଡି ତଥା ଜାଗାକୁ ଜୋର ଜବରଦସ୍ତି କରି ସରକାରଙ୍କ ଜାଗା ବୋଲି ଦାବିଦାର କରାଯାଇଛି। ଶୁଣିବାକୁ ମିଳୁଅଛି କି, ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ବାବଦରେ ପ୍ରତ୍ୟକ୍ଷ ଭାବରେ ଅବଗତ ଅଛନ୍ତି, ତାଙ୍କର ଇଙ୍ଗିତରେ ଓଡ଼ିଶା ବୋର୍ଡ ଅଫ୍ ରେଭେନ୍ୟୁ, କେନ୍ଦୁଝର ଜିଲ୍ଲାପାଳ, କେନ୍ଦୁଝର ଗଡ଼ ଉପଜିଲ୍ଲାପାଳ ଏବଂ କେନ୍ଦୁଝରଗଡ଼ ସଦର ତହସିଲଦାର ଠାକୁରଙ୍କ ମାଲିକାନା ସତ୍ତ୍ବ ନାମରେ ରହିଥିବା ଜମିବାଡି ତଥା ଜାଗାକୁ ଜୋର ଜବରଦସ୍ତି ଚଞ୍ଚକତା କରି ସରକାରଙ୍କ ଜାଗା ବୋଲି ଦାବୀ କରୁଥିବା ଜାଣିବା ପାଇଁ ମିଳୁଅଛି।
କେନ୍ଦୁଝରଗଡ଼ ବଡ଼ଶାସନ ସ୍ଥିତ ଶ୍ରୀ ବାଲୁଙ୍କେଶ୍ୱର ମହେଶ ବୀଜେ ଟ୍ରଷ୍ଟ ବୋର୍ଡ ତରଫରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ତା୧୭/୦୬/୨୦୨୫ ରିଖରେ ରିଟ୍ ପିଟିସନ୍ ଦାୟର କରି ଓଡ଼ିଶା ବୋର୍ଡ ଅଫ୍ ରେଭେନ୍ୟୁ, କେନ୍ଦୁଝର ଜିଲ୍ଲାପାଳ, କେନ୍ଦୁଝର ଗଡ଼ ଉପଜିଲ୍ଲାପାଳ ଓ କେନ୍ଦୁଝର ଗଡ଼ ସଦର ତହସିଲଦାରଙ୍କୁ ପକ୍ଷଭୁକ୍ତ କରିଛନ୍ତି। ମାନ୍ୟବର ଉଚ୍ଚ ନ୍ୟାୟାଳୟ ଶ୍ରୀ ବାଲୁଙ୍କେଶ୍ୱର ମହେଶ ବିଜେ ଟ୍ରଷ୍ଟ ବୋର୍ଡ ତରଫରୁ ଦାଖଲ କରାଯାଇଥିବା ତଥ୍ଯକୁ ପର୍ଯ୍ୟାପ୍ତ ପ୍ରମାଣ ଭାବରେ ଗ୍ରହଣ କରିଛନ୍ତି। ମାନ୍ୟବର ଉଚ୍ଚ ନ୍ୟାୟାଳୟ ତା୨୩/୦୬/୨୦୨୫ରିଖ ଉଭୟ ପକ୍ଷଙ୍କ ଦଲିଲ୍ ଓ ପ୍ରାମାଣିକ ତଥ୍ଯ ଆଧାରରେ ଠାକୁରଙ୍କ ନାମରେ ମାଲିକାନା ସତ୍ତ୍ବ ପୂର୍ବପରି ବଳବତ୍ତର ରହିବ ବୋଲି ସ୍ପଷ୍ଟ ନିର୍ଦ୍ଦେଶ କରିଛନ୍ତି। ପରବର୍ତ୍ତୀ ନ୍ୟାୟିକ ବିଚାର କରିବା ପର୍ଯ୍ୟନ୍ତ ବୋର୍ଡ ଅଫ୍ ରେଭେନ୍ୟୁ ଯୁକ୍ତିଯୁକ୍ତ ପ୍ରାମାଣିକ ତଥ୍ଯ କୋର୍ଟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ କରିଛନ୍ତି। ଜାଣିବା ପାଇଁ ମିଳୁଅଛି କି ଶ୍ରୀ ବାଲୁଙ୍କେଶ୍ୱର ମହେଶ ବିଜେ ଠାକୁରଙ୍କୁ ରାଜ୍ଯ ସରକାରଙ୍କ ତରଫରୁ ୪୮ ଏକର ୬୦ ଡେସିମିଲ ଜାଗା ଆଇନ୍ ଅନୁସାରେ ହସ୍ତାନ୍ତର କରିବାର ଥିଲା। କିନ୍ତୁ ରାଜ୍ଯ ସରକାର ଏବଂ କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ଠାକୁରଙ୍କ ନାମରେ ଉକ୍ତ ୪୮ ଏକର ୬୦ ଡେସିମିଲ ଜାଗା ସଠିକ୍ ଭାବରେ ହସ୍ତାନ୍ତର କରିନାହାଁନ୍ତି। ରାଜାରାଜୁଡ଼ା ସମୟରୁ ଯେଉଁସବୁ ଜମିବାଡି ତଥା ଜାଗା ଠାକୁରଙ୍କ ନାମରେ ରହିଥିଲା। ସେହିସବୁ ଜମିବାଡି ତଥା ଜାଗାକୁ ସରକାରଙ୍କ ଜାଗା ବୋଲି ଦର୍ଶାଇ ଜୋର ଜବରଦସ୍ତ ଭାବରେ ଛଡାଇ ନିଆଯାଇଛି। ବର୍ତ୍ତମାନ ଦେଖିବାକୁ ମିଳୁଅଛି କି ଶ୍ରୀ ବାଲୁଙ୍କେଶ୍ୱର ମହେଶ ବିଜେ ଟ୍ରଷ୍ଟ ବୋର୍ଡ ତରଫରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଠାକୁରଙ୍କ ୪୮ ଏକର ୬୦ ଡେସିମିଲ ଜାଗା ସରକାରଙ୍କ ତରଫରୁ ଅବିଳମ୍ବେ ହସ୍ତାନ୍ତର କରିବା ପାଇଁ ଗୁହାରି କରିଥିବା ଜାଣିବା ପାଇଁ ମିଳୁଅଛି। ବର୍ତ୍ତମାନ କେନ୍ଦୁଝର ଜିଲ୍ଲା ପ୍ରଶାସନ ଏବଂ ରାଜ୍ଯ ସରକାରଙ୍କ ପ୍ରତି ସନ୍ଦେହ ସ୍ରୁଷ୍ଟି କରିଛି ! ପ୍ରଶ୍ନ ଉଠୁଅଛି ଯେ, ଠାକୁରଙ୍କ ୪୮ ଏକର ୬୦ ଡେସିମିଲ ଜାଗା କେଉଁମାନଙ୍କୁ ଦିଆଯାଇଛି ? ରାଜ୍ଯ ସରକାରଙ୍କ ବୋର୍ଡ ଅଫ୍ ରେଭେନ୍ୟୁ କଣ ପାଇଁ ଏବଂ କେଉଁ ପ୍ରାମାଣିକ ତଥ୍ଯ ଆଧାରରେ ଠାକୁରଙ୍କ ମାଲିକାନା ସତ୍ତ୍ବ ରହିଥିବା ଜାଗାକୁ ସରକାରଙ୍କ ଜାଗା ବୋଲି ଦାବି କରୁଅଛି ?
ଉକ୍ତ ସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ, ମୁଖ୍ୟମନ୍ତ୍ରୀ ଓ ଜ଼ିଲ୍ଲା ପ୍ରଶାସନ ଠାକୁରଙ୍କୁ ଅବିଳମ୍ବେ ନ୍ୟାୟ ପ୍ରଦାନ କରି ଘଟଣାର ସମାଧାନ କରିବା ଉଚିତ, ଠାକୁରଙ୍କୁ ଅଯଥାରେ ନ୍ୟାୟାଳୟର ଝମେଲାରୁ ମୁକ୍ତି ଦେବା ଉଚିତ ବୋଲି ଆଲୋଚନା ହେଉଛି ।

0
0
0
s2sdefault