ରାୟଗଡ: ମଣିଷ ବଞ୍ଚିରହିବା ପାଇଁ ଖାଦ୍ୟ ବସ୍ତୁ ଓ ବାସଗୃହର ଏବଂ ପରିବେଶ ସୁରକ୍ଷିତ ରହିଥିବା ବେଳେ ଯଦି ପରିବେଶ ସ୍ବଚ୍ଛ ନରହିବ, ତେବେ ମଣିଷ ରୋଗଗ୍ରସ୍ତ ହୋଇଥାଏ | ସ୍ବଚ୍ଛ ପରିବେଶ ଓ ସ୍ବଚ୍ଛ ବାୟୁମଣ୍ଡଳ, ମଣିଷର ଆୟୁକୁ ବୃଦ୍ଧି କରିଥାଏ | ତେଣୁ ସୁସ୍ଥ ରହିବା ପାଇଁ ସ୍ବଚ୍ଛ ପରିବେଶର ଆବଶ୍ୟକତା ରହିଛି l ପାଶ୍ଚାତ ଦେଶ ଭଳି ଆମ ଦେଶର ରାସ୍ତା, ଘାଟ, ସର୍ବସାଧାରଣ ସ୍ଥାନକୁ ସଫାସୁତୁରା ରଖୂବା ଏହି ଅଭିଯାନ ର ମୁଖ୍ୟ ଲକ୍ଷ୍ୟ | ପରିବେକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ଜନସଚେତନା ସୃଷ୍ଟି କରିବା ସାଇପ୍ରିୟା ୱେଲଫର ଟ୍ରଷ୍ଟର ମୁଖ୍ୟ ଉଦେଶ୍ୟ | ରାୟଗଡ ସହର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ ବୃକ୍ଷଚାରା ରୋପଣ ସହ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଇପ୍ରିୟା ୱେଲଫର ଟ୍ରଷ୍ଟର ସମ୍ପାଦକ ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗାଙ୍କ ନେତୃତ୍ୱରେ ଅନୁଷ୍ଠିତ ବୃକ୍ଷଚାରା ରୋପଣ ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସାଇପ୍ରିୟା ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ କରିବା ସହ ବୃକ୍ଷଚାରା ରୋପଣ କରାଯାଇଥିଲା । ଟ୍ରଷ୍ଟ ପରିସରରେ ଥିବା ଅନାବନା ଗଛକୁ ସଫା କରିବା ସହ ଫଳନ୍ତି ବୃକ୍ଷଚାରା ଯଥା ନଡ଼ିଆ, ପିଜୁଳି ଓ ଗୋଲାପ ଜାମୁନ ଆଦି ବୃକ୍ଷଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଦସ୍ୟ ସନ୍ୟାସୀ ପାଣିଗ୍ରାହୀ, ଟି. ଏନ. ରାଓ, ବରିଷ୍ଠ ଆଇନଜୀବୀ ପ୍ରଦୀପ ଦାଶ, ଶଙ୍କର ରାଓ, ଜି. ବ୍ରହ୍ମାଜି, ଦାମ ବାବୁ ଓ କାନକା ରାଜୁ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ ।
ରାଜ୍ୟ
ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ସ୍ୱଚ୍ଛ ଭାରତ ଓ ବୃକ୍ଷଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 15