ଓଡ଼ଗାଁ,୨୧।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି)ର ୯ ରୁ ୧୫ ନମ୍ବର ୱାର୍ଡରେ ଏନ୍ଏସି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ତତ୍ବାବଧାନରେ ଶନିବାର ବିକାଶ ବାହାନ ପରିକ୍ରମା କରିଥିଲା । ଓ୍ବାଡ ଗୁଡ଼ିକରେ ବିକାଶ ବାହାନ ପହଁଞ୍ଚିବା ସମୟରେ ସ୍ଥାନୀୟ ବାସିନ୍ଦା ଓ ମହିଳା ମାନେ ଝୋଟି ଚିତା ସହ ପ୍ରଦିପ ପ୍ରଜ୍ଜ୍ୱଳନ କରି ସ୍ବାଗତ ଜଣାଇଥିଲେ । ଆୟୁଷ୍ମାନ କାର୍ଡ ସହିତ ପେନସନ ଭତ୍ତା ବଣ୍ଟନ କରାଯାଇଛି। ବିକାଶ ଗାଡ଼ି ପରିକ୍ରମା ସମୟରେ ପ୍ରତ୍ୟେକ ୱାର୍ଡରେ ମହିଳାମାନେ " ମା ପାଇଁ ଗଛଟିଏ" ଅଭିଜାନରେ ବୃକ୍ଷରୋପଣ କରିଛନ୍ତି।
ଏହି ଅବସରରେ ବିଭିନ୍ନ ଓ୍ବାଡରେ ଅଁଳା, ଲିମ୍ବ, ଆମ୍ବ, ପଣସ, ବଉଳ ଇତ୍ୟାଦି ପ୍ରାୟ ୨୦୦ ଚାରା ରୋପଣ କରାଯାଇଥିଲା । ପୈ।ର ଯନ୍ତ୍ରୀ ଆଦିତ୍ୟ କୁମାର ଜେନା ଏବଂ ଏନ୍ଏସି ଯନ୍ତ୍ରୀ ସତ୍ୟ ନାରାୟଣ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।
ରାଜ୍ୟ
ଏନ୍ଏସିର ବିଭିନ୍ନ ୱାର୍ଡରେ ବୃକ୍ଷ ରୋପଣ ଓ ବିକାଶ ବାହାନ ପରିକ୍ରମା
- Hits: 93