ଓଡଗାଁ, ୨୧।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜୁପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଓଡ଼ଗାଁ ଏନ୍ଏସି ଓ ବ୍ଳକ ସ୍ତରୀୟ ଏକାଦଶତମ ଅନ୍ତର୍ଜାତୀୟ ଯୋଗ ଦିବସ ଶନିବାର ସକାଳେ ପାଳିତ ହୋଇଯାଇଛି। ଚଳିତବର୍ଷ ଯୋଗଦିବସର ପ୍ରମୁଖ ଲକ୍ଷ୍ୟ ଏକ ପୃଥିବୀ-ଏକ ସ୍ବାସ୍ଥ୍ୟ" ପାଇଁ ଯୋଗ ଆଧାରରେ ଅନୁଷ୍ଠିତ ମିଳିତ ଶିବିରରେ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ବିଡ଼ିଓ ଜିତେନ୍ଦ୍ର ନାୟକ, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ଯୋଗର ଉପାଦେୟତା ସମ୍ପର୍କରେ ଶତାଧିକ ଅଂଶଗ୍ରହଣକାରୀଙ୍କୁ ପରାମର୍ଶ ଦେଇଥିଲେ । ଶିକ୍ଷକ ଭାବଗ୍ରାହୀ ମହାପାତ୍ର, ପଞ୍ଚାନନ ପଣ୍ଡା, ରଞ୍ଜନ କୁମାର ଦାଶ, ସୁଶାନ୍ତ କୁମାର ସାହୁ, ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ଯୋଗାଭ୍ୟାସ କରାଇଥିଲେ । ସେହିପରି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଦ୍ବାରା ସ୍ଥାନୀୟ ମିନି ଷ୍ଟାଡିୟମରେ ଯୋଗ ଦିବସ ପାଳିତ ହୋଇଥିଲା ।
୨୦୧୫ ମସିହା ଜୁନ ୨୧ ଠାରୁ ନିରନ୍ତର ଭାବେ ପ୍ରତିବର୍ଷ ଗାୟତ୍ରୀ ବିଦ୍ୟାମନ୍ଦିର ମଶାବାରୀ ଠାରେ ପାଳନ ହୋଇଆସୁଥିବା ଯୋଗ ଦିବସରେ ଯୋଗଗୁରୁ ନୀଳମାଧବ ଆଚାର୍ଯ୍ୟଙ୍କ ଦ୍ବାରା ପରିଚାଳିତ ହୋଇଥିଲା । ଅନ୍ୟପକ୍ଷରେ ଓଡ଼ଗାଁ ବନ ବିଭାଗ ତରଫରୁ ସ୍ଥାନୀୟ ଚନ୍ଦ୍ରମଣି ତୋଟା ନିକଟ ଅର୍ବାନ ପ୍ଳାଣ୍ଟେସନ ନୂତନ ଜଙ୍ଗଲ ମଧ୍ୟରେ ହରିତ୍ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ୨୫ ଜଣରୁ ଉର୍ଦ୍ଧ୍ବ ବନକର୍ମଚାରୀ ଏଥିରେ ଅଂଶଗ୍ରହଣ କରିଥିଲେ । ସେହିପରି ସ୍ଥାନୀୟ ସରକାରୀ ରଘୁନାଥ ଉଚ୍ଚ ବିଦ୍ୟାପୀଠ, ରାଧାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ, ରଙ୍ଗଣିପାଟଣା ପଞ୍ଚାୟତ ଆଦି ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ବିଶ୍ବ ଯୋଗ ଦିବସ ପାଳିତ ହୋଇଯାଇଛି ।
ରାଜ୍ୟ
ଏକ ପୃଥିବୀ,ଏକ ସ୍ବାସ୍ଥ୍ୟ"ପାଇଁ ଯୋଗ: ଓଡ଼ଗାଁ ଏନ୍ଏସି ଓ ବ୍ଳକ ସ୍ତରୀୟ ଯୋଗ ଦିବସ ପାଳିତ
- Hits: 102