ହେଡଲାଇନସ୍:

ଆଇ ଏସ୍ ଆର୍ ଡି "ସଖୀ" ୱାନ ଷ୍ଟପ ସେଣ୍ଟର ତରଫରୁ ରଜ ଉତ୍ସବ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଇ ଏସ୍ ଆର୍ ଡି "ସଖୀ" ୱାନ ଷ୍ଟପ ସେଣ୍ଟର ତରଫରୁ ରଜ ଉତ୍ସବ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ "ସଖୀ" ୱାନ ଷ୍ଟପ କେନ୍ଦ୍ରର ଆଇନ ପରାମର୍ଶ ଦାତା ଶ୍ରୀଯୁକ୍ତ ନାଗେଶ୍ଵର ଚୌଧୁରୀ ଅତିଥି ମାନଙ୍କୁ ସ୍ଵାଗତ ଜଣାଇଥିଲେ। କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଏହି ଦିବସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ସମ୍ୟକ ବିବରଣୀ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ମହିଳା ସୁରକ୍ଷା ଅଧିକାରୀ ତଥା ୱାନ ଷ୍ଟପ କେନ୍ଦ୍ରର ନୋଡାଲ ଅଧିକାରୀ ଶ୍ରୀମତୀ ସାରଳା ପାତ୍ର ଏହି ରଜ ଉତ୍ସବ ପାଳନ ର ଉଦ୍ଦେଶ୍ୟ ଏବଂ ପରମ୍ପରା ବିଷୟ ରେ ବୁଝାଇବା ସହ ୱାନ ଷ୍ଟପ କେନ୍ଦ୍ର ଏହି ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଖୁସି ହେବା ସହ ସମସ୍ତ ଷ୍ଟାଫ ଙ୍କୁ ଧନ୍ୟବାଦ ଜଣାଇଥିଲେ।
ସମ୍ମାନୀତ ଅତିଥି ଭାବେ ଶ୍ରୀମତୀ କେ ସୁନିତା , ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , କିଶୋରୀ ନ୍ୟାୟ ପରିଷଦ ସଦସ୍ୟ , ଶ୍ରୀମତୀ ମମତାରାଣୀ ଶତପଥି , ଶିଶୁ କଲ୍ୟାଣ ସମିତି ସଦସ୍ୟ , ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ , ସିଡ଼ିପିଓ ଗୁମ୍ମା , ଶ୍ରୀମତୀ ସବିତା ପଟ୍ଟନାୟକ , ସିଡ଼ିପିଓ , ମୋହନା , ଶ୍ରୀମତୀ ପାଯଲ ପାଣୀଗ୍ରାହୀ , ଜିଲ୍ଲା ସଞ୍ଜୋଜିକା ପୋଷଣ ଆଦି ଉପସ୍ଥିତ ରହି ଓଡ଼ିଶାରେ ରଜ ପର୍ବର ଲକ୍ଷ୍ୟ ନାରୀତ୍ୱ , ପୃଥିବୀର ଉର୍ବରତା ଏବଂ ମୌସୁମୀ ଋତୁର ଆଗମନକୁ ପାଳନ କରିବ। ଏହା ଏକ ତିନି ଦିନିଆ ପର୍ବ ଯେଉଁଠାରେ ମହିଳାମାନଙ୍କୁ ବିଶେଷ ବିଶ୍ରାମ ଏବଂ ସମ୍ମାନ ଦିଆଯାଏ , ଯାହା ଋତୁସ୍ରାବ ସମୟରେ ପୃଥିବୀର ବିଶ୍ରାମ ଏବଂ ପୁନରୁଦ୍ଧାରର ପ୍ରତୀକ , ଯାହା ବର୍ଷା ଆରମ୍ଭ ସହିତ ମେଳ ଖାଏ ବୋଲି ବିଶ୍ୱାସ କରାଯାଏ। ଏହି ପର୍ବ ସମାଜରେ ମହିଳାମାନଙ୍କର ଗୁରୁତ୍ୱ ଏବଂ ପରିବାର ଏବଂ ସମ୍ପ୍ରଦାୟରେ ସେମାନଙ୍କର ଭୂମିକାକୁ ମଧ୍ୟ ଆଲୋକିତ କରେ।
ଏହି ପର୍ବ ସାମାଜିକ ପାରସ୍ପରିକ କ୍ରିୟାକୁ ଉତ୍ସାହିତ କରେ , ଲୋକମାନେ ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବା , ଉପହାର ଆଦାନପ୍ରଦାନ କରିବା ଏବଂ ପାରମ୍ପରିକ ସୁସ୍ୱାଦୁ ଖାଦ୍ୟ ଉପଭୋଗ କରିବା ସହିତ ରଜ ହେଉଛି ଏକ ଜୀବନ୍ତ ଉତ୍ସବ ଯେଉଁଥିରେ ପାରମ୍ପରିକ ଖେଳ , ବିଶେଷକରି ଦୋଳିରେ ଏବଂ ବିଶେଷ ଖାଦ୍ୟ ଏବଂ ମିଠା ପ୍ରସ୍ତୁତି ଏବଂ ସେବନ କରାଯାଏ ଆଦି ବିଷୟରେ ବୁଝାଇଥିଲେ।
ଏହି ରଜ ଉତ୍ସବ ରେ ଓଡିଶାର ପାରମ୍ପରିକ ପିଠା ପୋଡ ପିଠା , କାକରା ପିଠା , ବିଭିନ୍ନ ପ୍ରକାରର ପାରମ୍ପରିକ ପିଠାମିଠା ସାଙ୍ଗକୁ ମିଠା ପାନ ପରିବେଷଣ କରାଯିବା ସହିତ ବିଭିନ୍ନ ବେଶଭୂଷା , ଅଳତା ଲଗାଇବା , ମେହେନ୍ଦି ପକାଇବା ସହ ଦୋଳିଖେଳି ଆଦି ମନୋରଞ୍ଜନ କାର୍ଯକ୍ରମ କରାଯାଇଥିଲା।
ଏହି କାର୍ଯକ୍ରମରେ ଶ୍ରୀଯୁକ୍ତ ଏଲ୍. ରାମ ପ୍ରସାଦ ଜିଲ୍ଲା ସଞ୍ଜୋଜକ ଡି ଏଚ୍ ଇ ଡବ୍ଲ୍ୟୁ ଏବଂ ଡି ଏଚ୍ ଇ ଡବ୍ଲ୍ୟୁ ଷ୍ଟାଫ୍ ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ପାମୂଲ , ଶ୍ରୀଯୁକ୍ତ ସୂର୍ଯ୍ୟ ପ୍ରସାଦ ପାଢୀ , ସୁଶ୍ରୀ ଗାୟତ୍ରୀ ପଟ୍ଟନାୟକ ଆଦି ଉପସ୍ଥିତ ରହିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଲକ୍ଷ୍ମୀ ପାଣୀଗ୍ରାହୀ , ମଧୁସ୍ମିତା ପାଢୀ , ମୋହିନୀ ପ୍ରଧାନ , ସୁନିତା ବେହେରା , ମୋନାଲିସା ବେହେରା , ନିରୂପମା ରାଉଳ , ହରିକୃଷ୍ଣ ଚୌଧୁରୀ , ଟି. ସୁରେଶ କୁମାର , ଦିବ୍ୟ କୁମାର ସୁଆର ଏବଂ ଆଇଏସଆରଡ଼ି ପରିବାର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।
ପରିଶେଷରେ ଆଇଏସଆରଡ଼ି ସଖୀ ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

0
0
0
s2sdefault