ଖପ୍ରାଖୋଲ ୧୫/୬(ହେମସାଗର ସାହୁ )ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ପଂଚାୟତ ଦେଦର୍ହ ଗାଁ ରେ ଶନିବାର ଦିନ ଜଣେ ଯୁବକ ଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି I ସୂଚନା ମୁତାବକ ଦେଦର୍ହ ଗାଁ ର ଅଜେୟ ପଧାନ (22) ଗାଁ ପୋଖରୀ କୁ ସାଙ୍ଗ ପ୍ରଦୀପ ମାଝୀ ସହିତ ଶୌଚ ହେବା ପାଇଁ ସଂନ୍ଧ୍ୟା ରେ ଯାଇଥିଲେ I ଏବଂ ସେଠାରେ ଉପସ୍ଥିତ ଥିବା ଦେଦର୍ହ ଗାଁ ର ଧର୍ମୁ ମାଝୀ, କର୍ତ୍ତୃ ମାଝୀ ଅଜେୟ ସହିତ ଯୁକ୍ତି ତର୍କ ଓ ଗାଳିଗୁଲଜ କଲା ପରେ ଆକ୍ରମଣ କରି ଥିଲେ ଏବଂ ପୋଖରୀ ରେ ଫିଙ୍ଗି ଦେଇଥିଲେ I ପରେ ଗାଁ ଲୋକେ ଖପ୍ରାଖୋଲ ପୋଲିସ କୁ ଖବର ଦେବା ପରେ ପୋଲିସ ଆସି ଅଜୟ କୁ ଉଦ୍ଧାର କରିଥିଲା I ଏବଂ ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ଡାକ୍ତର ଖାନା ରେ ଡାକ୍ତର ଅଜେୟ ଙ୍କ ମୃତ୍ୟୁ ଘୋଷଣା କରିଥିଲା I ଶବ ବ୍ୟବଛେଦ ପରେ ଶବ କୁ ପରିବାର କୁ ହସ୍ତାନ୍ତର କରାଯାଇ ଥିଲା I ପରେ ଖପ୍ରାଖୋଲ ପୋଲିସ ଦେଦର୍ହ ଗାଁ ଧର୍ମୁ ମାଝୀ ଓ କର୍ତ୍ତୃ ମାଝୀ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଖପ୍ରାଖୋଲ ଆଇ ଆଇ ସି ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି
ରାଜ୍ୟ
ଦେଦର୍ହ ଗାଁ ରେ ଯୁବକ ଙ୍କୁ ହତ୍ୟା କାରଣ ଅସ୍ପଷ୍ଟ, ଦୁଇଜଣଙ୍କୁ ଗିରଫ କଲା ଖପ୍ରାଖୋଲ ପୋଲିସ
- Hits: 9