ହେଡଲାଇନସ୍:

ସୋଆରେ ଶକ୍ତି, ସଙ୍କେତ ଓ ସୂଚନା ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ତିନି ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ‘ଆପ୍ସିଟ୍ - ୨୦୨୫’ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ଜୁନ ୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଇଲେକ୍ଟ୍ରିକାଲ୍, ଇଲେକ୍ଟେ୍ରାନିକ୍ସ ଆଣ୍ଡ ଇଞ୍ଜିନିୟରିଂ (ଇଇଇ) ବିଭାଗ ଏବଂ ଆଇଇଇଇ, ଭୁବନେଶ୍ୱର ଓ କୋଲକାତା ଶାଖାର ମିଳିତ ସହଯୋଗରେ ମେ ୨୩ ରୁ ୨୫ ତିନି ଦିନ ଧରି ଶକ୍ତି, ସଙ୍କେତ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟାରେ ଉନ୍ନତି ସମ୍ପର୍କିତ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ଇଲେକ୍ଟ୍ରିକାଲ ଆଣ୍ଡ ଇଲେକ୍ଟେ୍ରାନିକ୍ସ ଇଞ୍ଜିନିୟରିଂ ବିଭାଗ ଦ୍ୱାରା ଆୟୋଜିତ ହୋଇଥିଲା ।
ଏହି ପରିପ୍ରେକ୍ଷୀରେ ଜୟପୁର ସ୍ଥିତ ମାଲବୀୟ ନ୍ୟାସ୍ନାଲ୍ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନୋଲଜି (ଏମ୍ଏନ୍ଆଇଟି)ର ନିର୍ଦ୍ଦେଶକ ପ୍ରଫେସର (ଡକ୍ଟର) ଏନ୍. ପି. ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବର୍ତମାନ ସମୟରେ ବିଦ୍ୟୁତର ଘୋର ଅଭାବ ସମ୍ପର୍କରେ ଆଲୋଚନା କରିଥିଲେ । ଓଡିଶାରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି ବୋଲି ସେ କହିଥିଲେ । ତେବେ ଉନ୍ନତ ମାନର ବୈଷୟିକ କୌଶଳ ଓ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଶକ୍ତି ସଂରକ୍ଷଣ ଦ୍ୱାରା କିପରି ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ରାଜ୍ୟ ଓ ଦେଶ ଆଗେଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ ।
ଏହି ଭଳି ଅଭିନବ ପ୍ରୟାସ ତଥା ସମ୍ମିଳନୀ କେବଳ ଛାତ୍ରଛାତ୍ରୀ ନୁହେଁ ବରଂ ଗବେଷକ ଏବଂ ଫ୍ୟାକଲ୍ଟିମାନଙ୍କ ପାଇଁ ମଧ୍ୟ ବହୁ ମାତ୍ରାରେ ଲାଭଦାୟକ ହେବ ବୋଲି ସେ କହିଥିଲେ ।
ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ବର୍ତମାନ ଶକ୍ତି କ୍ଷେତ୍ରରେ ବିଭିନ୍ନ ପରିବର୍ତନ ଦେଖାଦେଉଛି । ପ୍ରାୟତଃ ସମସ୍ତେ ନିଜ ନିଜ ଘରମାନଙ୍କରେ ସୋଲାର ବ୍ୟାଟେରୀ ଠାରୁ ଆରମ୍ଭ କରି ସୋଲାର ସମ୍ପର୍କିତ ଯନ୍ତ୍ରପାତିକୁ ବ୍ୟବହାର ଉପଯୋଗୀ କରୁଛନ୍ତି । ଏଥିରେ ଉନ୍ନତ ମାନର ଜ୍ଞାନ କୌଶଳ ମାଧ୍ୟମରେ କିପରି ଶକ୍ତି, ଉନ୍ନତମାନର ଶକ୍ତି, ସଙ୍କେତ ଓ ସୂଚନା ପ୍ରଯୁକ୍ତିବିଦ୍ୟାକୁ ଆଧାରିତ କରି ଏହାର ବିଭିନ୍ନ ଦିଗ ଉପରେ ସେ ଆଲୋଚନା କରିଥିଲେ ।
ସୋଆ ବିଶ୍ୱବିଦ୍ୟାଳୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିବା ସହିତ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ମଧ୍ୟ ଆଗେଇବାକୁ ଲାଗିଛି । ଏଥିରେ ଛାତ୍ରଛାତ୍ରୀ ମାନଙ୍କ ସମତେ ଗବେଷକ ଓ ଫ୍ୟାକଲ୍ଟିମାନେ ବହୁ ମାତ୍ରାରେ ଉପକୃତ ହେବେ ସେ କହିଥିଲେ ।
ସେହିପରି ଭୁବନେଶ୍ୱର ଆଇଇଇଇ ସେକ୍ସନର ପ୍ରଫେସର (ଡ) ଶୁଭ୍ରାଂଶୁ ସାମନ୍ତରାୟ , ଭାରତ ସରକାରଙ୍କର ପରମାଣୁ ଶକ୍ତି ବିଭାଗ ର ଶ୍ରୀ ଏମ.କେ ବଡପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ ।
ଆଇଟିଇଆରର ଡିନ୍ ପ୍ରଫେସର (ଡକ୍ଟର) ପ୍ରବୀଣ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ସମ୍ମିଳନୀ ବିଷୟରେ ବିଶେଷ ବିବରଣୀ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର ମନୋହର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅର୍ଗାନାଇଜିଂ ସେକ୍ରେଟାରୀ ଡକ୍ଟର ଅମରେଶ ଗନ୍ତାୟତ ଧନ୍ୟବାଦ ଅର୍ପଣ କରିଥିଲେ ।
ଚଳିତ ବର୍ଷ ଏହି ସମ୍ମିଳନୀରେ ପ୍ରାୟ ୬୨୦ ରୁ ଅଧିକ ସନ୍ଦର୍ଭ ଦାଖଲ କରାଯାଇଥିଲା ଯେଉଁଥିରୁ କେବଳ ୧୪୦ (୨୨ ପ୍ରତିଶତ)ଟି ଉନ୍ନତ ମାନର ସନ୍ଦର୍ଭକୁ ସମୀକ୍ଷା କରି ଗ୍ରହଣ କରାଯାଇଥିଲା ।

0
0
0
s2sdefault