ବେଲଗୁଣ୍ଠା(ଶିବରାମ ଚୌଧୁରୀ )-ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ, ବେଲଗୁଣ୍ଠା ଠାରେ ଗ୍ରୀଷ୍ମ କାଳୀନ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର -୨୦୨୫ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।| ଉକ୍ତ ଶିବିର ଟି ଗତ ଅପ୍ରେଲ ମାସ ୨୫ ତାରିଖ ଠାରୁ ୧୧ ମଇ ଏବଂ ୧୫ ମଇ ଠାରୁ ୩୧ ମଇ ୨୦୨୫ ଯାଏଁ ଦୁଇଟି ପର୍ଯାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଶିକ୍ଷକ ଶ୍ରୀ ବିକ୍ରମ କେଶରୀ ପଣ୍ଡା ଙ୍କ ସୂଚନା ମୁତାବକ ଶିବିର ରେ ୮ ବର୍ଷ ରୁ ୧୬ ବର୍ଷ ବୟସ ର ୩୭ ପ୍ରଶିକ୍ଷାର୍ଥି ଅଂଶ ଗ୍ରହଣ କରିଥିଲେ। ଉଦ୍ଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଡାକ୍ତର ତଥା ସୁତୁମୁସର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ପ୍ରତିଷ୍ଠାତା ଶ୍ରୀ ପବିତ୍ର କୁମାର ସାହୁ, ରାଜ୍ୟ ସ୍ତରୀୟ ଫୁଟବଲ କ୍ରୀଡାବିତ ତଥା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର କ୍ରିଡା ପ୍ରଶିକ୍ଷକ ଶ୍ରୀ ପି. ରମେଶ ରାଓ, ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ କ୍ରୀଡାବିତ୍ ଶ୍ରୀ ମାନସ ରଞ୍ଜନ ରାଉଳ, ଭଞ୍ଜନଗର ଇଣ୍ଡୋର୍ ଷ୍ଟାଡିୟମ୍ ର ବ୍ୟାଡମିଣ୍ଟନ ପ୍ରଶିକ୍ଷକ ଶ୍ରୀ ଏସ୍. ବିଶ୍ଵମୋହନ ଆଚାରୀ, ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ କ୍ରୀଡାବିତ ତଥା ଭଞ୍ଜନଗର ତହସିଲ କାର୍ଯ୍ଯାଳୟ ରେ କାର୍ଯ୍ୟରତ ଶ୍ରୀ ମୁରଲୀଧର ପତି ଆଦି ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପିଲା ମାନଙ୍କର ଉତ୍ତମ ଭବିଷ୍ୟତ ର ଦିଗ୍ ଦର୍ଶନ ଦେଇଥିଲେ ଏବଂ ଉପସ୍ଥିତ ସମସ୍ତ କୁନି କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିବା ସହିତ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଆଗାମୀ ଦିନରେ ଏହି ଅଞ୍ଚଳ ରୁ ପ୍ରଶିକ୍ଷଣ ନେଇ ଜିଲ୍ଲା ତଥା ରାଜ୍ୟ ସ୍ତର ବ୍ୟାଡମିଣ୍ଟନ ପ୍ରତିଯୋଗିତା ରେ କ୍ରୀଡାବିତ୍ ମାନେ ଶ୍ରେଷ୍ଠ ପ୍ରଦର୍ଶନ କରି ନିଜ ଗାଁ ମାଟି ପାଇଁ ସୁନାମ ଅର୍ଜନ କରିବେ ବୋଲି ମୁଖ୍ୟ ଅତିଥି ଶ୍ରୀ ପବିତ୍ର କୁମାର ସାହୁ ପ୍ରକାଶ କରିଥିଲେ। ପିଲା ମାନଙ୍କ ଜୀବନ ରେ କ୍ରୀଡା ର ମହତ୍ତ୍ବ ବିଷୟ ରେ ଶ୍ରୀ ରାଓ ବୁଝାଇଥିଲେ। ପିଲାମାନଙ୍କୁ ଏହି ଇଣ୍ଡୋର୍ ଷ୍ଟାଡିୟମ୍ ର ମହତ୍ତ୍ୱ ବିଷୟ ରେ ଉଦବୋଧନ ଦେଇଥିଲେ ଶ୍ରୀ ପତି ଏବଂ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ କୁ ନିଷ୍ଠା ର ସହିତ ଶିଖିବା ପାଇଁ ଉପଦେଶ ଦେଇଥିଲେ । ଶ୍ରୀ ରାଉଳ ଏହି କୁନି କୁନି ପ୍ରତିଭା ମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କର ପାଠ ପଢ଼ା ସାଙ୍ଗକୁ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ବିକାଶ କରିବାରେ ଧ୍ୟାନ ଦେବା ପାଇଁ ଅନୁରୋଧ କରିଥିଲେ। ଶ୍ରୀ ଆଚାରୀ ପିଲା ମାନଙ୍କୁ ଶିଖିବା ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ କହିଥିଲେ । ପ୍ରଶିକ୍ଷକ ଶ୍ରୀ ପଣ୍ଡା ପିଲା ମାନଙ୍କୁ ଅଧ୍ୟୟନ ସହ କ୍ରୀଡା ର ସମିଶ୍ରଣ ର ସମସ୍ତ ଫାଇଦା ବାବଦରେ ପିଲା ମାନଙ୍କୁ ଅବଗତ କରାଇବା ସହ ଭଲ ମଣିଷଟିଏ ହେବାକୁ ଚେଷ୍ଟା କର ବୋଲି ଉପଦେଶ ଦେଇଥିଲେ। ସମାସେବୀ ତଥା ବିପଦ ର ବନ୍ଧୁ ର କାର୍ଯ୍ୟକର୍ତ୍ତା ଶ୍ରୀ ଅରକ୍ଷିତ ପରିଛା ଉକ୍ତ ଉତ୍ସବର ପରିଚାଳନା କରିବା ସହିତ ପିଲା ମାନଙ୍କ ଉତ୍ତରୋତ୍ତର ଭବିଷ୍ୟତ ର କାମନା କରିଥିଲେ। ଶେଷରେ ପିଲା ମାନଙ୍କୁ କିଛି ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ଅତିଥି, ଅଭିଭାବକ, ମିଡିଆ ବନ୍ଧୁ ଏବଂ ଷ୍ଟାଡିୟମ୍ ର ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରି ଏହି ଉଦଯାପନୀ ଉତ୍ସବ କୁ ସମାପ୍ତ ଘୋଷାଣ କରାଯାଇଥିଲା। ଆଗାମୀ ଦିନରେ ଆହୁରି ପିଲା ମାନଙ୍କ ଉତ୍ସାହ ବଢେଇବା ସହିତ ସଫଳ କ୍ରୀଡାବିତ୍ ସୃଷ୍ଟି କରିବା ପାଇଁ ପ୍ରଚେଷ୍ଟା ଜାରି ରହିବ ଏବଂ ଲୁକାୟିତ ପ୍ରତିଭା ମାନଙ୍କୁ ସାମନା କୁ ଆଣିବା ର ସେହି ପ୍ରଚେଷ୍ଟା ଜାରି ରହିବ ବୋଲି କହିଛନ୍ତି ବ୍ୟାଡମିଣ୍ଟନ ପ୍ରଶିକ୍ଷକ ଶ୍ରୀ ପଣ୍ଡା। ଉପସ୍ଥିତ ଥିବା ଅଭିଭାବକମାନେ ଏହି ପ୍ରଚେଷ୍ଟା କୁ ସମ୍ମାନ ଜଣାଇବା ସହ ନିଜ ପିଲା ମାନଙ୍କୁ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ପାଇଁ ପଠେଇବେ ବୋଲି ଦୃଢ ନିଷ୍ପତ୍ତି ନେଇଛନ୍ତି।
ରାଜ୍ୟ
ଗ୍ରୀଷ୍ମ କାଳୀନ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର -୨୦୨୫ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ
- Hits: 489