ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ ଧମକ ଦେଇ ବ୍ଳାକମେଲ୍ କରିବା ଘଟଣାରେ ଗାଙ୍ଗପୁର ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ,ଗୋବରାର ସୁଶାନ୍ତ କୁମାର ଗୌଡ ସୁରତରେ ରହୁଥିବା ବେଳେ ତାଙ୍କ ସ୍ତ୍ରୀ ଗୋବରାରେ ରହୁଥିଲେ । ସୁଶାନ୍ତଙ୍କ ବନ୍ଧୁ ସେହି ଗ୍ରାମର ସୁନୀଲ କୁମାର ସାହୁ (୪୧) ସାହାଯ୍ୟ କରିବା ପାଇଁଁ ସୁଶାନ୍ତ ଙ୍କ ସ୍ତ୍ରୀ ଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିଲେ ।ସମ୍ପର୍କ ମଧ୍ୟରେ ସୁନୀଲ୍ ସୁଶାନ୍ତ ଙ୍କ ସ୍ତ୍ରୀ ଙ୍କ ଠାରୁ ୩ ଲକ୍ଷ ଟଙ୍କା ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ନେଇଯାଇଥିଲେ ।ଏବଂ କିଛି ଦୁର୍ବଳ ମୁହୁର୍ତ୍ତର ଫଟୋ ଉଠାଇ ଭାଇରାଲ୍ କରିବା ଧମକ ଦେଇ ପୁଣି ୨ ଲକ୍ଷ ଟଙ୍କା
ବ୍ଳାକ୍ ମେଲ୍ କରି ଦାବି କରିଥିଲା ।
ଏହା ଜାଣିବା ପରେ ସୁନୀଲ ଓ ସୁଶାନ୍ତ ମଧ୍ୟରେ କିଛିଦିନ ପୁର୍ବେ ବଚସା ହୋଇଥିଲା ଏବଂ ସୁଶାନ୍ତ ନିଜ ସ୍ତ୍ରୀ ଠାରୁ ସବୁ ଶୁଣିବା ପରେ ଗାଙ୍ଗୁପୁର ଥାନା ର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ । ଗାଙ୍ଗପୁର ଥାନାଧିକାରୀ ଶୁଭ ଲକ୍ଷ୍ମୀ ପୁଜାରୀ ଙ୍କ ନିର୍ଦ୍ଦେଶ କ୍ରମେ ଏସ୍ ଆଇ ଅଜୟ କୁମାର ମଲ୍ଲିକ ଘଟଣାର ତଦନ୍ତ କରି ୩୮୦/୨୫ ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ସୁନୀଲ କୁ ଗିରଫ କରି ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀମତୀ ପୁଜାରୀ ପ୍ରକାଶ କରିଛନ୍ତି ।ଏ ଘଟଣା ନେଇ ଗୋବରା ଅଞ୍ଚଳର ଚର୍ଚ୍ଚା ଜୋର୍ ଧରିଛି ।
ରାଜ୍ୟ
ଅଶ୍ଳୀଳ ଫଟୋ ଭାଇରାଲ୍ କରିବାକୁ ନେଇ ବ୍ଳାକ୍ ମେଲ୍:ଯୁବକ ଗିରଫ
- Hits: 1347