ହେଡଲାଇନସ୍:

ମେଲାଣି ନେଲେ ମାଁ ବ୍ରାହ୍ମଣ ଦେବୀ: ମାଁ ଙ୍କୁ ଭାବପୂର୍ଣ୍ଣ ବିଦାୟ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବାପ ଘରକୁ ଆସି ମାଁ ବ୍ରାହ୍ମଣ ଦେବୀ ଦୀର୍ଘ ଏକ ମାସରର ଦେବୀଲୀଳା ସମ୍ପନ୍ନ କରି ନିଜସ୍ଵ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ସହିତ ବେଲଗୁଣ୍ଠା ବାସୀ ମାଁ ଙ୍କୁ ଭାବପୂର୍ଣ୍ଣ ବିଦାୟ ଜଣାଇଛନ୍ତି ।
ପବିତ୍ର ଅକ୍ଷୟ ତୃତୀୟା ଠାରୁ ମାଁ ବେଲଗୁଣ୍ଠା ଆଗମନ କରିଥିଲେ ।ଗତ ୨୯ ତାରିଖରେ ମାଁ ବ୍ରାହ୍ମଣ ଦେବୀଙ୍କ ଅସ୍ଥାୟୀ ପୀଠରେ ଶାନ୍ତି ହୋମ ହୋଇଥିଲା । ହୋମ ସମାପ୍ତ ହେବା ପରେ ରବିବାର ଦିନ ମାଁ ବ୍ରାହ୍ମଣ ଦେବୀ ଉତ୍ତରାୟଣ ଯାତ୍ରା କରି ସିଂହବାହିନୀ ବେଶରେ ବେଲଗୁଣ୍ଠା ଆରାଧ୍ୟ ଦେବ ଲକ୍ଷ୍ମୀ ନୃସିଂହଙ୍କ ପୀଠରେ ବିରାଜ ମାନ କରିଥିଲେ । ରବିବାର ଦିନ ବୈଠକ ଯାତ୍ରା ଅନୁଷ୍ଠିତ ହୋଇଥିଲା । ପରମ୍ପରା ଅନୁଯାୟୀ ବଡ଼ଦାଣ୍ଡରେ ଗୋଟିଏ ଭରତ ଲୀଳା, ଗୋଟିଏ ରାମାୟଣ ନାଟକ, ଭକ୍ତ ପ୍ରହଲ୍ଲାଦ ଓ ଗାହାଣ ପରିବେଷଣ କରାଯାଇଥିଲା । ମାଁ ଙ୍କୁ ସିଂହ ବାହିନୀ ରୁପେ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିଥିଲେ । ମାଁ ଙ୍କୁ ସିଂହ ବାହିନୀ ରୂପରେ ଦର୍ଶନ କଲେ କୋଟି ପୁଣ୍ୟର ଫଳ ମିଳିଥାଏ ବୋଲି ଶ୍ରଦ୍ଧାଳୁମାନଙ୍କର ବିଶ୍ବାସ ରହିଛି ।ରାତି ପ୍ରାୟ ୯ ଘଣ୍ଟ ସମୟରେ ମାଁ ବଡ଼ଦାଣ୍ଡ ପରିକ୍ରମା କରି ଅସ୍ଥାୟୀ ମନ୍ଦିରରେ ବିଜେ କରିଥିଲେ ।ତା ପରେ ଆରମ୍ଭ ହୋଇଥିଲା ମେଲାଣି ପର୍ବ ।ସଂଧ୍ୟା ସମୟରେ ମାଁ'ଙ୍କୁ ଦର୍ଶନ କରିବା ସମୟରେ ଏକ ଭାବବିହ୍ୱଳ ପୁର୍ଣ ପରିବେଶ ସୃଷ୍ଟି ହୋଇଥିଲା । ଦୀର୍ଘ ଏକ ମାସ ହେଲା ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ସମଗ୍ର ବେଲଗୁଣ୍ଠାରେ ନୀରବତା ଖେଳିଯାଇଥିଲା ।ମାଁ ବିଦାୟ ନେବେ ବୋଲି ସମସ୍ତଙ୍କ ଆଖି ଲୁହରେ ଭିଜି ଯାଇଥିଲା ।ମାଁ'ଙ୍କ ପୀଠରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହେବା ପରେ ପୁରୋହିତଙ୍କ ବେଳ ନକ୍ଷତ୍ର ହିସାବରେ ରବିବାର ବିଳମ୍ବିତ ପ୍ରହରରେ ମାଁ ଙ୍କ ମୃଣ୍ମୟୀ ମୁଖ ମଣ୍ଡଳ କୁ ତାଙ୍କ ପିତା ଦେବରାଜ ପାତ୍ର ମସ୍ତକରେ ଧାରଣ କରି ମନ୍ଦିର ଅଭିମୁଖେ ବାହାରିଥିଲେ ।ବେଲଗୁଣ୍ଠା ଯାତ୍ରା ପରମ୍ପରା ଅନୁଯାୟୀ ମାଁ ଙ୍କ ମେଲାଣି ବେଳେ ନିଶାର୍ଦ୍ଧ ରାତିରେ ସହର ନିଶବ୍ଦ ହେବା ସହିତ ଗୋଟିଏ ଫଟା ଘଣ୍ଟ ବଜାଇ ବଜାଇ ନିଆଯାଇଥାଏ । କୋଳାହଳ ଶୂନ୍ୟ ପରିବେଶରେ ମାଁ ରାତ୍ର ପ୍ରାୟ ୨ ଟା ବେଳେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ମାଁ ଙ୍କ ମୁଖମଣ୍ଡଳକୁ ନିଜସ୍ଵ ପ୍ରତିମା ନିକଟରେ ସ୍ଥାପନା କରାଯାଇଥିଲା । ଏଥି ସହିତ ବେଲଗୁଣ୍ଠା ବାସିନ୍ଦା ମାଁ ବ୍ରାହ୍ମଣ ଦେବୀଙ୍କୁ ମେଲାଣି ଦେଇଥିଲେ ।ଏଥି ସହିତ ଦୀର୍ଘ ୩୦ ଦିନର ଯାତ୍ରା ସମାପନ ହୋଇଥିଲା ।ପ୍ରକାଶ ଥାଉ କି, ମାଁ ବ୍ରାହ୍ମଣ ଦେବୀ ସିଂହ ବାହିନୀ ବେଶରେ ନଗର ପରିକ୍ରମା କରିଥାନ୍ତି ।ନଗର ପରିକ୍ରମା ସମୟରେ ବେଲଗୁଣ୍ଠା ଯାତ୍ରାର ସ୍ଵତନ୍ତ୍ରତା ବହନ କରୁଥିବା ବାଣଯାତ୍ରା ଅନୁଷ୍ଠିତ ହୋଇଥାଏ । ବିଭିନ୍ନ ସାହି,ସଙ୍ଗଠନ ଓ ବ୍ୟକ୍ତି ବିଶେଷଙ୍କ ତରଫରୁ ମାଁ'ଙ୍କ ନଗର ପରିକ୍ରମା ଆଡ଼ମ୍ବର ସହକାରେ କରାଯାଏ ।

0
0
0
s2sdefault