ଝାରସୁଗୁଡ଼ା, ୩୧ ମଇ, ୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, ଝାରସୁଗୁଡ଼ାରେ ଏହାର କାର୍ଯ୍ୟକ୍ଷମ ନିକଟସ୍ଥ କେଲଡାମାଲ, ବରହାମୁଣ୍ଡା ଏବଂ ଗୁଡିଗାଁ ଗ୍ରାମରେ ସଚେତନତା ଶିବିର ଆୟୋଜନ କରି ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରିଛି। କମ୍ପାନୀର ମୋବାଇଲ୍ ହେଲ୍ଥ ୟୁନିଟ୍ (ଏମଏଚୟୁ) ପ୍ରକଳ୍ପ ମାଧ୍ୟମରେ ଆୟୋଜିତ, ଏହି ପଦକ୍ଷେପର ଲକ୍ଷ୍ୟ ଥିଲା ତମାଖୁ ସେବନର କ୍ଷତିକାରକ ପ୍ରଭାବ ବିଷୟରେ ସଚେତନତା ବୃଦ୍ଧି କରିବା ଏବଂ ଗ୍ରାମୀଣ ସମ୍ପ୍ରଦାୟ ମଧ୍ୟରେ ସୁସ୍ଥ ଜୀବନଶୈଳୀକୁ ଉତ୍ସାହିତ କରିବା। ଏହି ପଦକ୍ଷେପରେ ୨୦୦ ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ।
ଅଭିଯାନର ଏକ ଅଂଶ ଭାବରେ, ବେଦାନ୍ତର ଏମଏଚୟୁ ପ୍ରକଳ୍ପର ଚିକିତ୍ସା ବିଶେଷଜ୍ଞମାନେ ଧୂମପାନ ଏବଂ ଧୂମମୁକ୍ତ ତମାଖୁ ଉଭୟ ଦ୍ୱାରା ସୃଷ୍ଟି ହେଉଥିବା ସ୍ୱାସ୍ଥ୍ୟ ବିପଦ ଉପରେ ଅଧିବେଶନ ପରିଚାଳନା କରିଥିଲେ। ଝାରସୁଗୁଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ଆଇଇସି (ସୂଚନା, ଶିକ୍ଷା ଏବଂ ଯୋଗାଯୋଗ) ସାମଗ୍ରୀ ସହିତ ବିକଶିତ ସଚେତନତା ପତ୍ରଗୁଡ଼ିକ ସମ୍ପ୍ରଦାୟ ସଦସ୍ୟଙ୍କ ମଧ୍ୟରେ ବଂଟନ କରାଯାଇଥିଲା। ବେଦାନ୍ତର କର୍ମଚାରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ଏକ ଆକର୍ଷଣୀୟ ସ୍କିଟ୍, ବିଶେଷକରି ପରିବାର ଏବଂ ଭବିଷ୍ୟତ ପିଢ଼ି ଉପରେ ତମାଖୁ ବ୍ୟବହାରର ଦୀର୍ଘକାଳୀନ ପରିଣାମକୁ ଚିତ୍ରଣ କରିଥିଲା।
ଏହି ପ୍ରୟାସ ବିଷୟରେ ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ସୁନୀଲ ଗୁପ୍ତା କହିଛନ୍ତି, “ବେଦାନ୍ତରେ, ଆମର ସାମାଜିକ ହସ୍ତକ୍ଷେପ ସମ୍ପ୍ରଦାୟଗୁଡ଼ିକୁ ଉତମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ସମ୍ବଳ ଏବଂ ଉପକରଣ ସହିତ ସଶକ୍ତ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହିପରି ଲକ୍ଷ୍ୟ ଭିତିକ କାର୍ଯ୍ୟକ୍ରମ ମାଧ୍ୟମରେ, ଆମେ ଆଚରଣଗତ ପରିବର୍ତନକୁ ପ୍ରେରଣା ଦେବାକୁ ଲକ୍ଷ୍ୟ ରଖୁଛୁ ଯାହା ଏକ ସୁସ୍ଥ, ତମାଖୁମୁକ୍ତ ଭବିଷ୍ୟତକୁ ବିଶେଷକରି ଆମର ଯୁବପିଢ଼ିଙ୍କ ପାଇଁ ପ୍ରୋତ୍ସାହିତ କରେ ।ଏକ ଚିକିତ୍ସା ଦୃଷ୍ଟିକୋଣ ଯୋଡ଼ି, ବେଦାନ୍ତ ଆଲୁମିନିୟମ ଏମଏଚୟୁର ଚିକିତ୍ସା ଅଧିକାରୀ ଡକ୍ଟର ଜୟନାରାୟଣ ପୂଜାରୀ କହିଛନ୍ତି, “ତମାଖୁ ବ୍ୟବହାର କର୍କଟ, ହୃଦରୋଗ ଏବଂ ଫୁସଫୁସ ରୋଗ ସମେତ ବିଭିନ୍ନ ଗମ୍ଭୀର ରୋଗ ସହିତ ଜଡିତ। ସଚେତନତା ହେଉଛି ପ୍ରତିରୋଧ ଦିଗରେ ପ୍ରଥମ ପଦକ୍ଷେପ। ଏହି ଅଧିବେଶନ ମାଧ୍ୟମରେ, ଆମେ ବ୍ୟକ୍ତିମାନଙ୍କୁ ସୁଚିନ୍ତିତ ସ୍ୱାସ୍ଥ୍ୟ ନିଷ୍ପତି ନେବା ପାଇଁ ଜ୍ଞାନ ସହିତ ସଜ୍ଜିତ କରିବାକୁ ଲକ୍ଷ୍ୟ ରଖୁଛୁ।”
ଅଧିବେଶନରୁ ତାଙ୍କର ମତାମତ ଦେଇ ସୁନାରିମୁଣ୍ଡା ଗ୍ରାମର ବାସିନ୍ଦା ସୁଶ୍ରୀ ସୁରେଖା ପୁରୋହିତ କହିଛନ୍ତି, “ଏହି ଅଧିବେଶନ ପୂର୍ବରୁ, ଆମ ମଧ୍ୟରୁ ଅନେକ ସମ୍ପୂର୍ଣ୍ଣ ଭାବରେ ବୁଝି ନଥିଲୁ ଯେ ତମାଖୁ ପ୍ରକୃତରେ କେତେ କ୍ଷତିକାରକ। ଡାକ୍ତର ଆମର ଫୁସଫୁସ ଏବଂ ହୃଦୟ ଉପରେ ଏହାର ଦୀର୍ଘକାଳୀନ ପ୍ରଭାବ ବିଷୟରେ ବୁଝାଇଥିଲେ, ଏବଂ ନାଟକଟି ସ୍ପଷ୍ଟ କରିଥିଲା ଯେ ନିଶା ଧୀରେ ଧୀରେ ପରିବାରକୁ କିପରି ନଷ୍ଟ କରେ। ମୁଁ ଏବେ ମୋର ବନ୍ଧୁ ଏବଂ ପଡ଼ୋଶୀଙ୍କ ମଧ୍ୟରେ ଏହି ବାର୍ତା ପ୍ରସାର କରିବାକୁ ଅଧିକ ଆତ୍ମବିଶ୍ୱାସୀ ଅନୁଭବ କରୁଛି।”
ବେଦାନ୍ତ ଝାରସୁଗୁଡ଼ାର ମୋବାଇଲ୍ ହେଲ୍ଥ ୟୁନିଟ୍ଗୁଡ଼ିକ ଝାରସୁଗୁଡ଼ାର ୨୮ଟି ଗ୍ରାମରେ ବାର୍ଷିକ ୧,୦୦,୦୦୦ରୁ ଅଧିକ ଲୋକଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ସେବା ପ୍ରଦାନ କରେ। ତମାଖୁ ନିଷେଧ ଦିବସ ସଚେତନତା ଅଭିଯାନ କମ୍ପାନୀର ସ୍ୱାସ୍ଥ୍ୟସେବା, ଶିକ୍ଷା, ଜୀବିକା, ମହିଳା ସଶକ୍ତିକରଣ ଏବଂ ଦକ୍ଷତା ବିକାଶ ଉପରେ କେନ୍ଦ୍ରିତ ବ୍ୟାପକ ସମ୍ପ୍ରଦାୟ ବିକାଶ ପୋର୍ଟଫୋଲିଓର ଏକ ଅଂଶ ଅଟେ।
ବେଦାନ୍ତ ଲିମିଟେଡର ଏକ ବ୍ୟବସାୟ, ବେଦାନ୍ତ ଆଲୁମିନିୟମ୍, ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ, ଯାହା ଆର୍ôଥକ ବର୍ଷ ୨୫ ମସିହାରେ ଭାରତର ଅଧାରୁ ଅଧିକ ଅର୍ଥାତ୍ ୨.୪୨ ନିୟୁତ ଟନ୍ ଆଲୁମିନିୟମ୍ ଉତ୍ପାଦନ କରିଛି। ଏହା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦରେ ଅଗ୍ରଣି ଭାବରେ ଉଭା ହୋଇଛି ଯାହାକି ମୁଖ୍ୟ ଶିଳ୍ପଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ ବ୍ୟବହାର କରିଥାଏ। ଆଲୁମିନିୟମ୍ ଶିଳ୍ପ ପାଇଁ ଏସଏଣ୍ଡପି ଗ୍ଲୋବାଲ୍ କର୍ପୋରେଟ୍ ସଷ୍ଟେନେବିଲିଟି ଆସେସମେଂଟ୍ ୨୦୨୪ ବିଶ୍ୱ ରାଙ୍କିଂରେ ବେଦାନ୍ତ ଆଲୁମିନିୟମ୍ ଦ୍ୱିତୀୟ ସ୍ଥାନରେ ଅଛି, ଯାହା ଏହାର ପ୍ରମୁଖ ସ୍ଥାୟୀ ବିକାଶ ଅଭ୍ୟାସର ପ୍ରତିଫଳନ। ଭାରତରେ ଏହାର ବିଶ୍ୱସ୍ତରୀୟ ଆଲୁମିନିୟମ୍ ସ୍ମେଲ୍ଟର, ଆଲୁମିନା ରିଫାଇନାରୀ ଏବଂ ପାୱାର ପ୍ଲାଂଟ ସହିତ, କମ୍ପାନୀ ଏକ ସବୁଜ ଆସନ୍ତାକାଲି ପାଇଁ 'ଭବିଷ୍ୟତର ଧାତୁ' ଭାବରେ ଆଲୁମିନିୟମ୍ର ଉଦୀୟମାନ ପ୍ରୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବାର ଏହାର ଲକ୍ଷ୍ୟ ପୂରଣ କରୁଛି।
ରାଜ୍ୟ
ବେଦାନ୍ତ ଆଲୁମିନିୟମ୍ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରିଛି
- Hits: 93